ପ୍ରେମ ଜନିତ ହତ୍ୟା କାଣ୍ଡ: ସୁନାମୁନି ଘାଟରୁ ମୃତ ଦେହ ଜବତ: ଜଣେ ଅଟକ

କେନ୍ଦୁଝର,୨୯।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ବେତରଣୀ ନଦୀର ସୁନାମୁନି ଘାଟ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ରାତିରେ ପୋଲିସ ମୃତଦେହ ଠାବ କରିବା ପରେ ସକାଳେ ଜବତ କରି ବିଶେଷଜ୍ଞ ଟିମ ଜରିଆରେ ତଦନ୍ତ ଜାରି ରଖିଛି । ଉକ୍ତ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ବୈତରଣୀ ନଦୀରେ ଫଙ୍ଗି ଦେଇଥିବାର ଅନୁମାନ […] The post ପ୍ରେମ ଜନିତ ହତ୍ୟା କାଣ୍ଡ: ସୁନାମୁନି ଘାଟରୁ ମୃତ ଦେହ ଜବତ: ଜଣେ ଅଟକ appeared first on Dharitri Odia News.

ପ୍ରେମ ଜନିତ ହତ୍ୟା କାଣ୍ଡ: ସୁନାମୁନି ଘାଟରୁ ମୃତ ଦେହ ଜବତ: ଜଣେ ଅଟକ

କେନ୍ଦୁଝର,୨୯।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ବେତରଣୀ ନଦୀର ସୁନାମୁନି ଘାଟ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ରାତିରେ ପୋଲିସ ମୃତଦେହ ଠାବ କରିବା ପରେ ସକାଳେ ଜବତ କରି ବିଶେଷଜ୍ଞ ଟିମ ଜରିଆରେ ତଦନ୍ତ ଜାରି ରଖିଛି । ଉକ୍ତ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ବୈତରଣୀ ନଦୀରେ ଫଙ୍ଗି ଦେଇଥିବାର ଅନୁମାନ କରାଯାଉଛି। ମୃତାଙ୍କର ପରିଚୟ ମିଳିନଥିଲେ ତାଙ୍କ ଘର୍‌ ଘଷିପୁରା ଥାନା ଅଞତଚଳରେ ବୋଲି ଜଣା ପଡିଛି। ତେବେ ଏହି ଘଟଣାରେ ଭଦ୍ରକ ଜିଲାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଏହା ପ୍ରେମ ଜନିତ ହତ୍ୟା କାଣ୍ଡ । ତଦନ୍ତ ପରେ ଜଣା ପଡ଼ିବ।

The post ପ୍ରେମ ଜନିତ ହତ୍ୟା କାଣ୍ଡ: ସୁନାମୁନି ଘାଟରୁ ମୃତ ଦେହ ଜବତ: ଜଣେ ଅଟକ appeared first on Dharitri Odia News.