ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି…
ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ମାମଲା ନଂ.୨୨୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ପୋଲସରା ଥାନା ପଙ୍କଳବାଡ଼ି ଗାଁର ସଞ୍ଜୀବ ସ୍ବାଇଁ ଓରଫ ସଞ୍ଜୁ। ଏକ ଭୋଜିରେ ଯୁବତୀଙ୍କ […] The post ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି… appeared first on Dharitri Odia News.
ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ମାମଲା ନଂ.୨୨୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ପୋଲସରା ଥାନା ପଙ୍କଳବାଡ଼ି ଗାଁର ସଞ୍ଜୀବ ସ୍ବାଇଁ ଓରଫ ସଞ୍ଜୁ।
ଏକ ଭୋଜିରେ ଯୁବତୀଙ୍କ ସହ ସଞ୍ଜୟ ଙ୍କ ଦେଖାହେବା ପରେ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ସଞ୍ଜୁ ନିୟମିତ ଭାବେ ଯୁବତୀଙ୍କୁ ଫୋନ କରୁଥିଲେ। ସଞ୍ଜୟ ଯୁବତୀ ଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କୁ ବେଙ୍ଗାଲୁରୁ ନେଇଥିଲେ। ସେଠାରେ ଉଭୟେ ସ୍ବାମୀ – ସ୍ତ୍ରୀ ଭାବେ ଏକ ହୋଟେଲ ଲଜିଂରେ ୪ ଦିନ ରହିଥିଲେ। ସେଠାରେ ସେ ଯୁବତୀଙ୍କୁ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ବଳାତ୍କାର କରିଥଲେ। ଆମ ଦୁହିଁଙ୍କ ବିବାହକୁ ଘରେ ବାପା ମା ରାଜି ହେଉ ନ ଥିବା ନେଇ ସଞ୍ଜୁ ଯୁବତୀଙ୍କୁ କହିଥିଲେ। ବାପା ମାଙ୍କୁ ବୁଝାଇବା ପାଇଁ ସଞ୍ଜୁ ଯୁବତୀଙ୍କୁ ଗାଁକୁ ଯିବା କହି ମଙ୍ଗଳବାର ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆଣିଥିଲେ। ଯୁବତୀଜଣକୁ ରେଳ ଷ୍ଟେଶନରେ ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଯୁବତୀ ଜଣକ ନିରୁପାୟ ହୋଇ ଗାଁକୁ ଫେରିବା ପରେ ପରିବାରଲୋକଙ୍କୁ ସବୁ କଥା କହିଥିଲେ। ପରେ ଶୁକ୍ରବାର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଶନିବାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋଫିଆ ମିଶ୍ର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିବା ଜଣାପଡିଛି।
The post ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି… appeared first on Dharitri Odia News.