ପ୍ରେମ ନିବେଦନକୁ ଗ୍ରହଣ କଲେନି ଯୁବତୀ, ଘରେ ଶୋଇଥିବା ବେଳେ ମାରିଦେଲେ ଯୁବକ

ଆଜି ସକାଳେ ଅଞ୍ଜଳି ଘରେ ଶୋଇଥିବା ବେଳେ ବିଶ୍ୱ ତାଙ୍କ ଘରେ ପଶି ତାଙ୍କୁ ଛୁରୀ ଭୁସି ଦେଇଥିଲେ।

ପ୍ରେମ ନିବେଦନକୁ ଗ୍ରହଣ କଲେନି ଯୁବତୀ, ଘରେ ଶୋଇଥିବା ବେଳେ ମାରିଦେଲେ ଯୁବକ

ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେବାରୁ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରି ଦେଇଛନ୍ତି ଜଣେ ଯୁବକ। ବୁଧବାର କର୍ଣ୍ଣାଟକାର ହୁବଲୀରେ ଘଟିଛି ଏହି ଘଟଣା।

ମୃତ ଯୁବତୀଙ୍କ ନାଁ ଅଞ୍ଜଳି ଅମ୍ବିଗେରା। ତାଙ୍କୁ ୨୦ ବର୍ଷ ହୋଇଥିଲା। ସେ ହୁବଲୀର ବୀରାପୁର ଓନି ଗାଁର ବାସିନ୍ଦା ଥିଲେ। ଅଭିଯୁକ୍ତଙ୍କ ନାଁ ବିଶ୍ୱ ଓରଫ ଗିରିଶ। ସେ ଫେରାର ହୋଇଯାଇଛନ୍ତି। 

ଆଜି ସକାଳେ ଅଞ୍ଜଳି ଘରେ ଶୋଇଥିବା ବେଳେ ବିଶ୍ୱ ତାଙ୍କ ଘରେ ପଶି ତାଙ୍କୁ ଛୁରୀ ଭୁସି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।  

ପ୍ରେମ ନିବେଦନ କରି ବିଫଳ ହେବାରୁ ବିଶ୍ୱ ଏପରି ଏକ କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ସ୍ଥାନୀୟ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ। ଫେରାର ବିଶ୍ୱଙ୍କୁ ଖୋଜି ବାହାର କରିବାକୁ ପ୍ରୟାସ କରୁଛି। ସେଥିପାଇଁ ଏକ ଟିମ୍ ଗଠନ କରାଯାଇଛି।