ପ୍ରେମ ନିବେଦନକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ଶୋଇଥିବାବେଳେ ଛୁରାମାଡ଼ କଲେ ପଡ଼ୋଶୀ
ବେଙ୍ଗାଲୁରୁ, ୧୫।୫: କର୍ନାଟକ ହୁବଳିସ୍ଥିତ ବୀରପୁରା ଗ୍ରାମରେ ଅଞ୍ଜଳି ଆମ୍ବିଗେରା(୨୦) ନାମ୍ନୀ ଜଣେ ଯୁବତୀ ଶୋଇଥିବା ସମୟରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। କିଛି ଦିନ ପୂର୍ବେ ସେ ଗିରିଶ ସାଓ୍ବନ୍ତ(୨୩) ନାମକ ଜଣେ ପଡ଼ୋଶୀଙ୍କ ପ୍ରେମ ନିବେଦନକୁ ମନା କରିଦେଇଥିଲେ। ବୁଧବାର ଅଞ୍ଜଳି ଶୋଇଥିବା ସମୟରେ ଗିରିଶ ତାଙ୍କ ଘରେ ପଶି ଅଞ୍ଜଳିଙ୍କୁ କ୍ରମାଗତ ଛୁରାମାଡ଼ କରି ହତ୍ୟା କରିଛନ୍ତି। ପରେ ଗିରିଶ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି। ଅଞ୍ଜଳିଙ୍କ […] The post ପ୍ରେମ ନିବେଦନକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ଶୋଇଥିବାବେଳେ ଛୁରାମାଡ଼ କଲେ ପଡ଼ୋଶୀ appeared first on Dharitri Odia News.
ବେଙ୍ଗାଲୁରୁ, ୧୫।୫: କର୍ନାଟକ ହୁବଳିସ୍ଥିତ ବୀରପୁରା ଗ୍ରାମରେ ଅଞ୍ଜଳି ଆମ୍ବିଗେରା(୨୦) ନାମ୍ନୀ ଜଣେ ଯୁବତୀ ଶୋଇଥିବା ସମୟରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। କିଛି ଦିନ ପୂର୍ବେ ସେ ଗିରିଶ ସାଓ୍ବନ୍ତ(୨୩) ନାମକ ଜଣେ ପଡ଼ୋଶୀଙ୍କ ପ୍ରେମ ନିବେଦନକୁ ମନା କରିଦେଇଥିଲେ।
ବୁଧବାର ଅଞ୍ଜଳି ଶୋଇଥିବା ସମୟରେ ଗିରିଶ ତାଙ୍କ ଘରେ ପଶି ଅଞ୍ଜଳିଙ୍କୁ କ୍ରମାଗତ ଛୁରାମାଡ଼ କରି ହତ୍ୟା କରିଛନ୍ତି। ପରେ ଗିରିଶ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି।
ଅଞ୍ଜଳିଙ୍କ ପରିବାର ବର୍ଗ ଅନୁଯାୟୀ, ପ୍ରେମ ସମ୍ପର୍କ ରଖିବାକୁ ଗିରିଶ ଗତ କିଛି ଦିନ ଧରି ଅଞ୍ଜଳିଙ୍କ ଉପରେ ଚାପ ପକାଉଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ହୁବଳି ଏସ୍ପି ଗୋପାଳ ବାୟକୋଡ଼ କହିଛନ୍ତି।
The post ପ୍ରେମ ନିବେଦନକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ଶୋଇଥିବାବେଳେ ଛୁରାମାଡ଼ କଲେ ପଡ଼ୋଶୀ appeared first on Dharitri Odia News.