ପ୍ରେମ ପାଇଁ ଫସିଗଲା ଦୁର୍ଦ୍ଦାନ୍ତ ମାଓବାଦୀ ଚଲପତି; ସ୍ତ୍ରୀ ସହ ସେଲଫି ଖୋଲିଦେଲା ପରିଚୟ

କନକ ବ୍ୟୁରୋ : ମାଓ କାର୍ୟ୍ୟକଳାପକୁ ନେଇ ଯେତିକି ଚର୍ଚ୍ଚାରେ ଥିଲା ଚଲପତି, ସେତିକି ଚର୍ଚ୍ଚା ତାର ପ୍ରେମକାହାଣୀକୁ ନେଇ ମଧ୍ୟ କରାଯାଉଥିଲା । ନିଜ ଠାରୁ ୨୦ ବର୍ଷ ସାନ ମାଓ କମାଣ୍ଡର ଅରୁଣା ପ୍ରେମରେ ପଡିଥିଲା ଚଲପତି । ଆଉ ତାକୁ ବାହା ହୋଇ ମାଓ କାଡରରୁ ବର୍ଷକ ପାଇଁ ନିଲମ୍ବିତ ମଧ୍ୟ ହୋଇଥିଲା । ଚଲପତି..କେବଳ ଏହି ନାଁ ପୋଲିସ ଓ ଯବାନଙ୍କ ପାଇଁ ପାଲଟିଥିଲା ଦୁଃସ୍ୱପ୍ନ । ୩୦ ବର୍ଷରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀଙ୍କ ହଜାଇଥିଲା ରାତିର ନିଦ । ବଡ଼ ବଡ଼ ମାଓ ଆକ୍ରମଣ, ଅସ୍ତ୍ରାଗାର ଲୁଟ, ହାଇପ୍ରୋଫାଇଲ ଅପହରଣ ପଛରେ ଥିଲା କୁଖ୍ୟାତ ମାଓବାଦୀ ଚଲପତି । ମାତ୍ର କେହି ଜାଣିନଥିଲେ ଚଲପତି କିଏ । ସେ ଦେଖିବାକୁ କେମିତି । ବର୍ଷ ବର୍ଷ ଧରି ସୁରକ୍ଷା ଏଜେନ୍ସି ପାଇଁ ମିଷ୍ଟ୍ରୀ ଥିଲା ଚଲପତି । କେହି ତାକୁ ଦେଖି ନଥିଲେ, କେହି ତା ବିଷୟରେ କିଛି ବି ଜାଣି ନଥିଲେ । କେବଳ ଗୋଟେ ଛଦ୍ମ ନାମ ଚଲପତି । ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ବଡ଼ ନେତା ଥିଲା ଚଲପତି । ଗରିଲା ଯୁଦ୍ଧରେ ଥିଲା ସିଦ୍ଧହସ୍ତ । ଆମ୍ବୁସ୍ କରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାରେ ଥିଲା ମାହିର । ସେଥିପାଇଁ ତ ଭିନ୍ନ ଭିନ୍ନ ସମୟରେ ତାକୁ ବଡ଼ ବଡ଼ ଅପରେସନ୍ ସମ୍ଭାଳିବାକୁ ଦେଉଥିଲେ। ହେଲେ ତାଙ୍କ ପାଇଁ ପ୍ରେମକରିବା ପଡିଲା ମହଙ୍ଗା । ଚଲପତି ନିଜ ଠାରୁ ୨୦ ବର୍ଷ ସାନ ମାଓ ନେତ୍ରୀ ଅରୁଣାଙ୍କ ପ୍ରେମର ପଡିଥିଲେ । ଏହି ଘଟଣାକୁ ନେଇ ଆନ୍ଧ୍ର ଓ ଛତିଶଗଡ ମା

ପ୍ରେମ ପାଇଁ ଫସିଗଲା ଦୁର୍ଦ୍ଦାନ୍ତ ମାଓବାଦୀ ଚଲପତି; ସ୍ତ୍ରୀ ସହ ସେଲଫି ଖୋଲିଦେଲା ପରିଚୟ

କନକ ବ୍ୟୁରୋ : ମାଓ କାର୍ୟ୍ୟକଳାପକୁ ନେଇ ଯେତିକି ଚର୍ଚ୍ଚାରେ ଥିଲା ଚଲପତି, ସେତିକି ଚର୍ଚ୍ଚା ତାର ପ୍ରେମକାହାଣୀକୁ ନେଇ ମଧ୍ୟ କରାଯାଉଥିଲା । ନିଜ ଠାରୁ ୨୦ ବର୍ଷ ସାନ ମାଓ କମାଣ୍ଡର ଅରୁଣା ପ୍ରେମରେ ପଡିଥିଲା ଚଲପତି । ଆଉ ତାକୁ ବାହା ହୋଇ ମାଓ କାଡରରୁ ବର୍ଷକ ପାଇଁ ନିଲମ୍ବିତ ମଧ୍ୟ ହୋଇଥିଲା ।

ଚଲପତି..କେବଳ ଏହି ନାଁ ପୋଲିସ ଓ ଯବାନଙ୍କ ପାଇଁ ପାଲଟିଥିଲା ଦୁଃସ୍ୱପ୍ନ । ୩୦ ବର୍ଷରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀଙ୍କ ହଜାଇଥିଲା ରାତିର ନିଦ । ବଡ଼ ବଡ଼ ମାଓ ଆକ୍ରମଣ, ଅସ୍ତ୍ରାଗାର ଲୁଟ, ହାଇପ୍ରୋଫାଇଲ ଅପହରଣ ପଛରେ ଥିଲା କୁଖ୍ୟାତ ମାଓବାଦୀ ଚଲପତି । ମାତ୍ର କେହି ଜାଣିନଥିଲେ ଚଲପତି କିଏ । ସେ ଦେଖିବାକୁ କେମିତି । ବର୍ଷ ବର୍ଷ ଧରି ସୁରକ୍ଷା ଏଜେନ୍ସି ପାଇଁ ମିଷ୍ଟ୍ରୀ ଥିଲା ଚଲପତି । କେହି ତାକୁ ଦେଖି ନଥିଲେ, କେହି ତା ବିଷୟରେ କିଛି ବି ଜାଣି ନଥିଲେ । କେବଳ ଗୋଟେ ଛଦ୍ମ ନାମ ଚଲପତି ।

ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ବଡ଼ ନେତା ଥିଲା ଚଲପତି । ଗରିଲା ଯୁଦ୍ଧରେ ଥିଲା ସିଦ୍ଧହସ୍ତ । ଆମ୍ବୁସ୍ କରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାରେ ଥିଲା ମାହିର । ସେଥିପାଇଁ ତ ଭିନ୍ନ ଭିନ୍ନ ସମୟରେ ତାକୁ ବଡ଼ ବଡ଼ ଅପରେସନ୍ ସମ୍ଭାଳିବାକୁ ଦେଉଥିଲେ। ହେଲେ ତାଙ୍କ ପାଇଁ ପ୍ରେମକରିବା ପଡିଲା ମହଙ୍ଗା । ଚଲପତି ନିଜ ଠାରୁ ୨୦ ବର୍ଷ ସାନ ମାଓ ନେତ୍ରୀ ଅରୁଣାଙ୍କ ପ୍ରେମର ପଡିଥିଲେ । ଏହି ଘଟଣାକୁ ନେଇ ଆନ୍ଧ୍ର ଓ ଛତିଶଗଡ ମାଓ କମାଣ୍ଡର ଦୁଇ ଭାଗ ହୋଇଗଲେ । ଅରୁଣାଙ୍କୁ ବିବାହ କରିବାରୁ ଏକ ବର୍ଷ ପାଇଁ ସଙ୍ଗଠନରୁ ନିଲମ୍ବିତ ହୋଇଥିଲେ ଚଲପତି ।

ରହସ୍ୟ ଖୋଲିଦେଲା ସେଲଫି । ସ୍ତ୍ରୀ ସହ ଗୋଟିଏ ସେଲଫି ହେଲା କାଳ । ଚଲପତି ଓରଫ ରାମଚନ୍ଦ୍ର ରେଡ୍ଡୀ ଆଉ ତାଙ୍କ ପତ୍ନୀ ଅରୁଣା ଓରଫ ଚୈତନ୍ୟା ଭେଙ୍କଟ ରବି । କୋରାପୁଟ୍ ଶ୍ରିକାକୁଲମ୍ ଡିଭିଜନ୍ କମିଟି ଡେପୁଟୀ କମାଣ୍ଡର ଦାୟିତ୍ୱରେ ଥିଲେ ।

  • ୨୦୧୬ରେ ପ୍ରଥମଥର ପୋଲିସ ହାତରେ ଲାଗିଥିଲା ଚଲପତି ଓ ତା ସ୍ତ୍ରୀର ଫଟୋ
  • ଆନ୍ଧ୍ରପ୍ରଦେଶରେ ମାଓ-ସୁରକ୍ଷାକର୍ମୀ ଗୁଳିବିନିମୟରେ ପୋଲିସ ହାତରେ ଲାଗିଥିଲା ଏକ ସ୍ମାର୍ଟଫୋନ୍
  • ଅରୁଣାର ଭାଇ ଆଜାଦର ସ୍ମାର୍ଟଫୋନ୍ ଓ ଲାପଟପ୍ ହସ୍ତଗତ କରିଥିଲା ପୋଲିସ
  • ସ୍ମାର୍ଟଫୋନ୍‌ରୁ ମିଳିଥିଲା ଚଲପତି ଓ ପତ୍ନୀ ଅରୁଣାର ଏକ ସେଲଫି
  • ପ୍ରଥମଥର ପାଇଁ ସାମ୍ନାକୁ ଆସିଥିଲା ଚଲପତିର ଚେହେରା

ସାମ୍ନାକୁ ଆସିଥିଲା ଚଲପତିର ଗୋଟିଏ ପରେ ଗୋଟିଏ ଜଘନ୍ୟକାଣ୍ଡର ପୂରା ତଥ୍ୟ । ୨୦୧୬ରୁ ୨୦୨୫ ପାଖାପାଖି ୧୦ ବର୍ଷ ଲାଗିଗଲା ଚଲପତିକୁ ନିପାତ କରିବା ପାଇଁ ।

ଅଧିକାଂଶ ହାଇପ୍ରୋଫାଇଲ ଆଟାକ୍ ପଛରେ ମାଷ୍ଟର ମାଇଣ୍ଡ ରହିଥିଲା ଚଲପତି । ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟ୍‌ର ମାଷ୍ଟରମାଇଣ୍ଡ ଥିଲା । ଯେଉଁଥିରେ ୧୩ ପୋଲିସଙ୍କୁ କରାଯାଇଥିଲା ହତ୍ୟା । ବଡ଼ କଥା ହେଉଛି, ପୋଲିସ କବଳରୁ ବର୍ତିବା ପାଇଁ ଅସ୍ତ୍ରାଗାର ଲୁଟ୍ କରି ଫେରାର ହେବା ବାଟରେ ବଡ଼ ବଡ଼ କାଠ ଗଣ୍ଡ ବିଛାଇଥିଲା । ଆଉ ଯେଉଁଥି ପାଇଁ ପୋଲିସକୁ ପିଛା କରିବା ହୋଇଥିଲା କଷ୍ଟ । ଏଭଳି ସବୁ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଯବାନଙ୍କ ଗୁଳିରେ ନିପାତ ହୋଇଛି ।