ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ନେଇଗଲେ, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର
ଯାଜପୁର : ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଦେଖାଦେଇଛି ଚାପା ଉତ୍ତେଜନା । ଏହାରି ଭିତରେ ଛାତି ବାଡ଼େଇ କାନ୍ଦୁଛି ବାପା । କହୁଛି ମୋତେ ନ୍ୟାୟ ଦରକାର । ମୋ ପୁଅର ଯିଏ ଏଭଳି ଅବସ୍ଥା କରିଛି ତାକୁ ଫାଶୀଦଣ୍ଡ ମିଳୁ । ପୋଲିସକୁ ଏମିତି କହି ଧୈର୍ଯ୍ୟହରା ହୋଇପଡ଼ୁଛି ବାପା ଜଣକ । ଏ ଦୃଶ୍ୟକୁ ଯିଏ ବି ଦେଖିବ ତା ଛାତି ଫାଟିପଡ଼ିିବ । ତେବେ […] The post ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ନେଇଗଲେ, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର appeared first on KNews Odisha.

ଯାଜପୁର : ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଦେଖାଦେଇଛି ଚାପା ଉତ୍ତେଜନା । ଏହାରି ଭିତରେ ଛାତି ବାଡ଼େଇ କାନ୍ଦୁଛି ବାପା । କହୁଛି ମୋତେ ନ୍ୟାୟ ଦରକାର । ମୋ ପୁଅର ଯିଏ ଏଭଳି ଅବସ୍ଥା କରିଛି ତାକୁ ଫାଶୀଦଣ୍ଡ ମିଳୁ । ପୋଲିସକୁ ଏମିତି କହି ଧୈର୍ଯ୍ୟହରା ହୋଇପଡ଼ୁଛି ବାପା ଜଣକ । ଏ ଦୃଶ୍ୟକୁ ଯିଏ ବି ଦେଖିବ ତା ଛାତି ଫାଟିପଡ଼ିିବ । ତେବେ ଏଭଳି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଗବାନପୁର ଗାଁରେ ଘଟିଛି । ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରି ମୃତଦେହକୁ ଵ୍ୟଵଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
ତେବେ ପୂରା ଘଟଣା ହେଉଛି, ଶନିବାର ଠିକ୍ ଭୋର ସମୟରେ ଭଗବାନପୁର ଗାଁ ରାସ୍ତା କଡ଼ରେ ପଡ଼ିଥିଲା ଯୁବକଙ୍କ ମୃତଦେହ । ମୃତ ଯୁବକଙ୍କ ନିକଟରେ ବୁଲେଟ ଗାଡି ସହ ମୋବାଇଲ, ମନୀପର୍ସ ଓ ଏକ ଆଧାର କାର୍ଡ ମଧ୍ୟ ପଡିଥିବାର ଦେଖିବାକୁ ମିଳିଥିଲା। ଯେଉଁଥିରୁ ଜଣାପଡିଥିଲା ଯେ ମୃତ ଯୁବକ ଜଣକ ହେଉଛନ୍ତି ନିକଟସ୍ଥ ଅରାବଳ ଗ୍ରାମର ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ । ଗତକାଲି ରାତିରେ ପବିତ୍ର ଘରୁ ବାହାରି ଆଉ ଫେରି ନଥିଲେ । ଏପଟେ ସକାଳୁ ସକାଳୁ ପୁଅର ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ ପରିବାର ଲୋକେ । ପୁଅକୁ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ଆଣିବା ସହ ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା କହିଥିଲେ । ତେବେ ସ୍ଥାନୀୟ ରାୟଧରାପୁର ଗ୍ରାମର ଜଣେ ଯୁବତୀଙ୍କୁ ପବିତ୍ର ଭଲ ପାଉଥିଲେ ବୋଲି ପରିବାର ଲୋକେ ପୂର୍ବରୁ ଜାଣିଥିବା ସହ ଏହି ହତ୍ୟାକାଣ୍ଡରେ ସେମାନଙ୍କର ହାତ ଥିବା ଅଭିଯୋଗ କରିଥିଲେ ।
ଏହି ଘଟଣା ପ୍ରଚାରିତ ହେବା ପରେ ଅରାବଳ ଗ୍ରାମର ଶତାଧିକ ଲୋକେ ବରୁହାଁ – ବାଲିଚନ୍ଦ୍ରପୁର ରାସ୍ତାର ଭଗବାନପୁର ବ୍ରିଜ ନିକଟରେ ଟାୟାର ଜାଳି ୧ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ କରିଥିଲେ । ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ କରିଥିଲା । ଏଥିସହ ମୃତଦେହକୁ ଜବତ କରି ଵ୍ୟଵଛେଦ ପାଇଁ ପଠାଇଥିଲେ ।
The post ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ନେଇଗଲେ, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର appeared first on KNews Odisha.