ପ୍ରେମ, ଶାରିରୀକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ, ନ୍ୟାୟ ପାଇଁ ଥାନାରେ ଯୁବତୀ
ସାଲେପୁର: ୪ ବର୍ଷର ପ୍ରେମ, ୨ ବର୍ଷର ଶାରିରୀକ ସମ୍ପର୍କ । ବିବାହ କରିବା ପାଇଁ କହିବାକୁ ଆଜି କାଲି କହି ଖେଳ ଖେଳିଲା । ଥାନାରେ ଅଭିଯୋଗ କରିବା ପରେ ନୋଟାରି ମ୍ୟାରେଜ୍ କରିଲା । ଏବେ କିନ୍ତୁ ହତ୍ୟା କରିବ ବୋଲି ଧମକ ଦେଉଛି । କଟକ କିଶନ ନଗର ଥାନାରେ ଏଭିଳି ଅଭିଯୋଗ କରିଛନ୍ତି ଯେ ଜଣେ ଯୁବତୀ । ଅଭିଯୁକ୍ତ ପ୍ରେମିକ କିଶନ ନଗର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବିଶ୍ଵଜିତ୍ ସେଠୀ । ଯୁବତୀଙ୍କ ଅଭିଯୋଗ ମୁତାବକ, 'ଭୁବନେଶ୍ୱରରେ ସେ ଚାକିରି କରୁଥିଲେ । ପ୍ରେମ ସମ୍ପର୍କ ଗଢି ଉଠିବା ପରେ ବିଶ୍ୱଜିତ୍ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା । ଗର୍ଭବତୀ ଜାଣିବା ପରେ ମେଡିସିନ ଖାଇ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କଲା । କିନ୍ତୁ ବିବାହ କରିବା ପାଇଁ ରାଜି ହେଲା ନାହିଁ । ପରେ ଥାନାରେ ମାମଲା ପହଞ୍ଚିବାରୁ ନୋଟାରି ମ୍ୟାରେଜ୍ କରିଥିଲା । ଏବେ ଲୋକ ଲଗାଇ ମାରି ଦେବାକୁ ଧମକ ଦେଉଛି । ଏହାସହ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଛି । ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବ ବୋଲି କହୁଛି ।'ପୀଡ଼ିତାଙ୍କ କହିବା ଅନୁସାରେ ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ କିଶନ ନଗର ଥାନାରେ କେସ୍ ରେଜିଷ୍ଟାର ହୋଇଛି । ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ପାଇଁ ଯୁବତୀ ଦାବି କରିଛନ୍ତି । ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବି ବୋଲି
ସାଲେପୁର: ୪ ବର୍ଷର ପ୍ରେମ, ୨ ବର୍ଷର ଶାରିରୀକ ସମ୍ପର୍କ । ବିବାହ କରିବା ପାଇଁ କହିବାକୁ ଆଜି କାଲି କହି ଖେଳ ଖେଳିଲା । ଥାନାରେ ଅଭିଯୋଗ କରିବା ପରେ ନୋଟାରି ମ୍ୟାରେଜ୍ କରିଲା । ଏବେ କିନ୍ତୁ ହତ୍ୟା କରିବ ବୋଲି ଧମକ ଦେଉଛି । କଟକ କିଶନ ନଗର ଥାନାରେ ଏଭିଳି ଅଭିଯୋଗ କରିଛନ୍ତି ଯେ ଜଣେ ଯୁବତୀ । ଅଭିଯୁକ୍ତ ପ୍ରେମିକ କିଶନ ନଗର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବିଶ୍ଵଜିତ୍ ସେଠୀ ।
ଯୁବତୀଙ୍କ ଅଭିଯୋଗ ମୁତାବକ, 'ଭୁବନେଶ୍ୱରରେ ସେ ଚାକିରି କରୁଥିଲେ । ପ୍ରେମ ସମ୍ପର୍କ ଗଢି ଉଠିବା ପରେ ବିଶ୍ୱଜିତ୍ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା । ଗର୍ଭବତୀ ଜାଣିବା ପରେ ମେଡିସିନ ଖାଇ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କଲା । କିନ୍ତୁ ବିବାହ କରିବା ପାଇଁ ରାଜି ହେଲା ନାହିଁ । ପରେ ଥାନାରେ ମାମଲା ପହଞ୍ଚିବାରୁ ନୋଟାରି ମ୍ୟାରେଜ୍ କରିଥିଲା । ଏବେ ଲୋକ ଲଗାଇ ମାରି ଦେବାକୁ ଧମକ ଦେଉଛି । ଏହାସହ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଛି । ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବ ବୋଲି କହୁଛି ।'
ପୀଡ଼ିତାଙ୍କ କହିବା ଅନୁସାରେ ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ କିଶନ ନଗର ଥାନାରେ କେସ୍ ରେଜିଷ୍ଟାର ହୋଇଛି । ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ପାଇଁ ଯୁବତୀ ଦାବି କରିଛନ୍ତି । ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବି ବୋଲି ପୀଡ଼ିତା କହିଛନ୍ତି ।