ପ୍ରେମ ସମ୍ପର୍କକୁ ନେଇ ଶାଳୀ-ଭିଣୋଇ ପିଇ ଦେଲେ ବିଷ, ଭିଣୋଇ ମୃତ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପଲସପାନି ଗାଁରେ ବିଷ ପିଇ ଭିଣୋଇର ମୃତ୍ୟୁ ହୋଇଥିବା ବେଳେ ଶାଳୀ ଗୁରୁତର । ଦୁହିଁଙ୍କ ମଧ୍ୟରେ ପ୍ରମେ ସମ୍ପର୍କ ଗଢି ଉଠିଥିବା ବେଳେ ଆଜି ଦୁହେଁ ବିଷ ପିଇଛନ୍ତି । ମୃତ ବ୍ୟକ୍ତିଙ୍କ ନାଁ ତୁଳସୀରାମ ନାଏକ ବୋଲି ଜଣାପଡ଼ିଛି ।ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ପଲସପାଣି ଗାଁର ତୁଳସୀରାମ ନାଏକ ଏବଂ ଦହିଗାଁ (ଛତିଶଗଡ଼)ର ସୁନୀତା ବୋଡକିଆଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଉଭୟେ ସମ୍ପର୍କରେ ଶାଳୀ ଏବଂ ଭିଣୋଇ ଥିଲେ l ତେବେ ଉଭୟ ବିବାହିତ । ଗତ ମଙ୍ଗଳବାର ଦୁହେଁ ଘରୁ ଚାଲି ଯାଇଥିଲେ l ଏ ନେଇ ଗୁରୁବାର ଉଭୟ ପରିବାର ଲୋକେ ଏକ ବୈଠକ ଡକାଇ ସମାଧାନର ରାସ୍ତା ଖୋଜୁଥିଲେ । କିନ୍ତୁ ଉଭୟ ଶାଳୀ ଏବଂ ଭିଣୋଇ କଥାବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ପିଇ ଦେଇଥିଲେ l ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ପରେ ଡାକ୍ତର ଭିଣୋଇଙ୍କୁ ମୃତ ଘୋଷଣା କରିଥିବା ବେଳେ ଶାଳୀର ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି । ତେବେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି l ସୂଚନା ଥାଉକି ତୁଳସୀରାମ ନ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପଲସପାନି ଗାଁରେ ବିଷ ପିଇ ଭିଣୋଇର ମୃତ୍ୟୁ ହୋଇଥିବା ବେଳେ ଶାଳୀ ଗୁରୁତର । ଦୁହିଁଙ୍କ ମଧ୍ୟରେ ପ୍ରମେ ସମ୍ପର୍କ ଗଢି ଉଠିଥିବା ବେଳେ ଆଜି ଦୁହେଁ ବିଷ ପିଇଛନ୍ତି । ମୃତ ବ୍ୟକ୍ତିଙ୍କ ନାଁ ତୁଳସୀରାମ ନାଏକ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ପଲସପାଣି ଗାଁର ତୁଳସୀରାମ ନାଏକ ଏବଂ ଦହିଗାଁ (ଛତିଶଗଡ଼)ର ସୁନୀତା ବୋଡକିଆଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଉଭୟେ ସମ୍ପର୍କରେ ଶାଳୀ ଏବଂ ଭିଣୋଇ ଥିଲେ l ତେବେ ଉଭୟ ବିବାହିତ । ଗତ ମଙ୍ଗଳବାର ଦୁହେଁ ଘରୁ ଚାଲି ଯାଇଥିଲେ l ଏ ନେଇ ଗୁରୁବାର ଉଭୟ ପରିବାର ଲୋକେ ଏକ ବୈଠକ ଡକାଇ ସମାଧାନର ରାସ୍ତା ଖୋଜୁଥିଲେ । କିନ୍ତୁ ଉଭୟ ଶାଳୀ ଏବଂ ଭିଣୋଇ କଥାବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ପିଇ ଦେଇଥିଲେ l ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ପରେ ଡାକ୍ତର ଭିଣୋଇଙ୍କୁ ମୃତ ଘୋଷଣା କରିଥିବା ବେଳେ ଶାଳୀର ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି ।
ତେବେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି l ସୂଚନା ଥାଉକି ତୁଳସୀରାମ ନାଏକ ଆଜକୁ ୬ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କ ଏକ ତିନି ବର୍ଷର ଝିଅ ମଧ୍ୟ ରହିଛି l ଅନ୍ୟପଟେ ପ୍ରେମିକା ସୁନୀତା ବୋଡକିଆ ସେ ମଧ୍ୟ ୭ ବର୍ଷ ତଳେ ଧର୍ମଗଡ଼ ବ୍ଲକ୍ ଡୁମେରଗୁଡ଼ାରେ ବିବାହ କରିଥିବା ଜଣାପଡିଛି l