ପ୍ରେମକୁ ମିଳିଲାନି ସାମାଜିକ ସ୍ଵୀକୃତି, ଝୁଲିପଡ଼ିଲେ ପ୍ରେମୀଯୁଗଳ

ଲଡୁଗାଁ: ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ପ୍ରେମକୁ ସାମାଜିକ ସ୍ଵୀକୃତି ଦେଲାନି ଜାତି। ଅଲଗା ଅଲଗା ଜାତିର ହୋଇଥିବା ଯୋଗୁଁ ବିବାହ ପାଇଁ ମିଳିଲାନି ଅନୁମତି। ଶେଷରେ ଚରମ ନିଷ୍ପତ୍ତି ନେଲେ ଦୁହେଁ। ଗଛରେ ଫାଶୀ ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ। କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଜଣେ […]

ପ୍ରେମକୁ ମିଳିଲାନି ସାମାଜିକ ସ୍ଵୀକୃତି, ଝୁଲିପଡ଼ିଲେ ପ୍ରେମୀଯୁଗଳ

ଲଡୁଗାଁ: ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ପ୍ରେମକୁ ସାମାଜିକ ସ୍ଵୀକୃତି ଦେଲାନି ଜାତି। ଅଲଗା ଅଲଗା ଜାତିର ହୋଇଥିବା ଯୋଗୁଁ ବିବାହ ପାଇଁ ମିଳିଲାନି ଅନୁମତି। ଶେଷରେ ଚରମ ନିଷ୍ପତ୍ତି ନେଲେ ଦୁହେଁ। ଗଛରେ ଫାଶୀ ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ। କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ସୂଚନାନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଜଣେ ଯୁବକ ଓ ସେହି ଗ୍ରାମର ଅନ୍ୟ ଜାତିର ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଅଲଗା ଜାତିର ହୋଇଥିବାରୁ ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିଲାନି। ଫଳରେ ଦୁହେଁ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଜଙ୍ଗଲରୁ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଆମପାଣି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ପ୍ରେମୀଯୁଗଳ କେଉଁ ଚାପରେ ପଡି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।