ପ୍ରେମିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିଲେ ନାବାଳିକା, ବାପା ଆଣିଲେ ଏମିତି ସାଂଘାତିକ ଅଭିଯୋଗ ଜାଣିଲେ…
କେନ୍ଦୁଝର,୧୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଉଦୟ ବଲ୍ଲଭ ବାରିକଙ୍କ ଝିଅ ରୂପଶ୍ରୀ (୧୬) ଗତ ୧୩ ତାରିଖ ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିଲା। ରୂପଶ୍ରୀ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ତେବେ ଏଭଳି ଆତ୍ମହତ୍ୟା ପଛରେ ପ୍ରେମିକ ସଂପୃକ୍ତ ଥିବା ତାଙ୍କ […] The post ପ୍ରେମିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିଲେ ନାବାଳିକା, ବାପା ଆଣିଲେ ଏମିତି ସାଂଘାତିକ ଅଭିଯୋଗ ଜାଣିଲେ… appeared first on Dharitri Odia News.
କେନ୍ଦୁଝର,୧୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଉଦୟ ବଲ୍ଲଭ ବାରିକଙ୍କ ଝିଅ ରୂପଶ୍ରୀ (୧୬) ଗତ ୧୩ ତାରିଖ ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିଲା। ରୂପଶ୍ରୀ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ତେବେ ଏଭଳି ଆତ୍ମହତ୍ୟା ପଛରେ ପ୍ରେମିକ ସଂପୃକ୍ତ ଥିବା ତାଙ୍କ ପିତା ଶନିବାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତ୍ୟୁ ସମୟରେ ଝିଅ ପ୍ରେମିକ ସୁଦର୍ଶନ ବାରିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଉକ୍ତ ଯୁବକ ନରଣପୁର ଗ୍ରାମରେ ମାମୁ ସଂଜୟ କୁମାର ପଲେଇଙ୍କ ଘରେ ରହୁଥିବାବେଳେ ତାଙ୍କ ନାମ ସୁଦର୍ଶନ ବାରିକ ଓ ସେ ଉକ୍ତ ନାବାଳିକାଙ୍କୁ ୨ ବର୍ଷ ହେଲା ଭଲ ପାଇ ଆସୁଥିଲେ। ମୃତ୍ୟୁ ପୂର୍ବରୁ ଏକ ମୋବାଇଲ ମେସେଜ ପାଇବା ପରେ ନାବାଳିକା ବିଚଳିତ ହୋଇ ଏଭଳି ଆତ୍ମହତ୍ୟା କରିଥିବା ତାଙ୍କ ପିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ମେସେଜରେ ସୁଦର୍ଶନ ଏବଂ ରୂପାଲି ଲଭ୍ ଷ୍ଟୋରୀ ଇଜ ଏଣ୍ଡିଂ, ହମାରୀ ଅଧୁରୀ କାହାଣୀ ଏଭଳି ଅନେକ ମେସେଜ ଝିଅର ମୋବାଇଲରୁ ମିଳିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି। ଝିଅକୁ ୨ ବର୍ଷ ହେବ ଭଲ ପାଇ ଆସୁଥିବାବେଳେ ଭବିଷ୍ୟତରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଏହାକୁ ନେଇ ଅଭିଯୁକ୍ତ ଯୁବକଙ୍କୁ ପଚାରିବାରୁ ଧମକ ଦେଇ ବାହା ହେବାର ନାହିଁ କିମ୍ବା କିଛି ଆବଶ୍ୟକତା ନାହିଁ ବୋଲି ବିବାହକୁ ଏଡ଼ାଉଥିଲେ। ୨ ମାସ ପୂର୍ବରୁ ସେ ନିଜ ଘର ବଡହଳ ଗ୍ରାମକୁ ଚାଲି ଯାଇଥିଲେ। ପୂର୍ବରୁ ମଧ୍ୟ ହାତକାଟି ଉକ୍ତ ଯୁବକଙ୍କୁ ଭଲ ପାଏ ବୋଲି ରକ୍ତରେ ନାବାଳିକା ଜଣକ ରକ୍ତରେ ଲେଖିଥିଲେ। ଏହା ବ୍ୟତୀତ ସେ ବାରମ୍ବାର ଝିଅକୁ ବିଭିନ୍ନ ପ୍ରକାର ବ୍ଲାକ୍ମେଲିଂ କରି ଆସୁଥିଲେ ବୋଲି ତାଙ୍କ ପିତା ଅଭିଯୋଗ କରିଛନ୍ତି। ଏଣୁ ତାଙ୍କ ଠାରୁ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଓ ନିର୍ଯାତନା ପାଇ ଝିଅ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଟାଉନ ଥାନାରେ ଆଜି ଅଭିଯୋଗ କରିଛନ୍ତି। ଝିଅର ମୃତ୍ୟୁ ପାଇଁ ଉକ୍ତ ଯୁବକଙ୍କୁ ଦାୟୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସ ନିକଟରେ ନିବେଦନ କରିଛନ୍ତି।
The post ପ୍ରେମିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିଲେ ନାବାଳିକା, ବାପା ଆଣିଲେ ଏମିତି ସାଂଘାତିକ ଅଭିଯୋଗ ଜାଣିଲେ… appeared first on Dharitri Odia News.