ପ୍ରେମିକଙ୍କୁ ନେଇ ବାପାଙ୍କ ଫାର୍ମହାଉସ୍‌ ଗଲେ ସୁହାନା, ନୂଆ ବର୍ଷରେ… 

ମୁମ୍ବାଇ: ସତ କେବେ ଲୁଚି ରୁହେନା। ଯେତେ ନା ବୋଲି କହିଲେ ବି ଯାହା ସତ ତାହା ସାମ୍ନାକୁ ଆସିଯାଇଥାଏ। କିଛି ଏଭଳି ଘଟିଛି ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖଙ୍କ ଲଳନା ସୁହାନାଙ୍କ କ୍ଷେତ୍ରରେ। କିଛିଦିନ ହେଲାଣି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ତାଙ୍କୁ ଅନେକ ସ୍ଥାନରେ ଏକାଠି ଦେଖାଯାଉଛି। ହେଲେ ସେଭଳି କିଛି ନୁହେଁ ବୋଲି କହି ସୁହାନା ଡେଟିଂ ଖବରକୁ ଏଡ଼ାଇ ଯାଉଥିଲେ। ଏବେ କିନ୍ତୁ ଚର୍ଚ୍ଚାରେ ମୋହର […] The post ପ୍ରେମିକଙ୍କୁ ନେଇ ବାପାଙ୍କ ଫାର୍ମହାଉସ୍‌ ଗଲେ ସୁହାନା, ନୂଆ ବର୍ଷରେ…  appeared first on Dharitri Odia News.

ପ୍ରେମିକଙ୍କୁ ନେଇ ବାପାଙ୍କ ଫାର୍ମହାଉସ୍‌ ଗଲେ ସୁହାନା, ନୂଆ ବର୍ଷରେ… 
ମୁମ୍ବାଇ: ସତ କେବେ ଲୁଚି ରୁହେନା। ଯେତେ ନା ବୋଲି କହିଲେ ବି ଯାହା ସତ ତାହା ସାମ୍ନାକୁ ଆସିଯାଇଥାଏ। କିଛି ଏଭଳି ଘଟିଛି ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖଙ୍କ ଲଳନା ସୁହାନାଙ୍କ କ୍ଷେତ୍ରରେ। କିଛିଦିନ ହେଲାଣି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ତାଙ୍କୁ ଅନେକ ସ୍ଥାନରେ ଏକାଠି ଦେଖାଯାଉଛି। ହେଲେ ସେଭଳି କିଛି ନୁହେଁ ବୋଲି କହି ସୁହାନା ଡେଟିଂ ଖବରକୁ ଏଡ଼ାଇ ଯାଉଥିଲେ। ଏବେ କିନ୍ତୁ ଚର୍ଚ୍ଚାରେ ମୋହର ବାଜିଛି।
ଆଉ ଦିନ କେଇଟା ପରେ ନୂଆ ବର୍ଷ। କ୍ରିସ୍‌ମାସଠାରୁ ଏହାକୁ ନେଇ ସେଲିବ୍ରେଶନ ଆରମ୍ଭ ହୋଇଛି। ବଲିଉଡ୍‌ର ଷ୍ଟାରକିଡ୍‌ମାନେ ନିଆରା ଭାବେ ନୂଆ ବର୍ଷକୁ ପାଳନ କରିବାକୁ ଅଣ୍ଟା ଭିଡିଛନ୍ତି। ସେମାନଙ୍କ ମଧ୍ୟରୁ ସୁହାନା ନିଜର କଥିତ ପ୍ରେମିକ ଅଗସ୍ତ୍ୟଙ୍କ ସହ ବାପାଙ୍କ ଫାର୍ମହାଉସ୍‌ ଯାଇଛନ୍ତି। ଦୁହେଁ ଫାର୍ମହାଉସ ଯିବା ପାଇଁ ‘ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ’ ରାସ୍ତାକୁ ବାଛିଥିଲେ। ସେଠାରୁ ସ୍ପିଡ୍‌ ବୋଟ୍‌ ନେଇ ଲୋକେଶନ୍‌ରେ ପହଞ୍ଚିଥିଲେ। ଏହି ସମୟରେ ସେମାନଙ୍କ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଉଭୟଙ୍କ ଯୋଡ଼ିକୁ ଲୋକେ ପସନ୍ଦ କରୁଛନ୍ତି।
ପୂର୍ବରୁ ସୁହାନା ଦୀପାବଳି ପାର୍ଟିକୁ ଅଗସ୍ତ୍ୟଙ୍କ ସହ ଯାଇଥିଲେ। ଏହାଛଡ଼ା ଅନନ୍ୟା ପାଣ୍ଡେଙ୍କ ‘କଲ୍‌ ମି ବେ’ର ପ୍ରିମିୟରରେ ଏକାଠି ନଜର ଆସିଥିଲେ। ଫିଲ୍ମ ବିଷୟରେ କହିଥିଲେ, ସୁହାନା ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘କିଙ୍ଗ୍‌’ ଶୁଟିଂରେ ବ୍ୟସ୍ତ। ସେହିଭଳି ଅଗସ୍ତ୍ୟ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ଇକ୍କିସ’ରେ ନଜର ଆସିବେ।

 

View this post on Instagram

 

A post shared by F I L M Y G Y A N (@filmygyan)

The post ପ୍ରେମିକଙ୍କୁ ନେଇ ବାପାଙ୍କ ଫାର୍ମହାଉସ୍‌ ଗଲେ ସୁହାନା, ନୂଆ ବର୍ଷରେ…  appeared first on Dharitri Odia News.