ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’

ଲକ୍ଷ୍ନୌ,୧୮।୧: ବାଂଲାଦେଶର ଜଣେ ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୟୁପିର ମୁଙ୍ଗରବାଦଶାହପୁର ପୋଲିସ ଷ୍ଟେଷନ ଅଞ୍ଚଳର ଗରିଆନ୍‌ ଗ୍ରାମକୁ ଆସିଛନ୍ତି। ଟୁରିଷ୍ଟ ଭିସା ଆସିଥିବା ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ୧୫ ଦିନ ହେବ ରହିଆସୁଛି। କିନ୍ତୁ ତାଙ୍କ ପ୍ରେମିକ ଫେରାର୍‌ ହୋଇଯାଇଛନ୍ତି। ସୂଚନା ପାଇବା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥା ମହିଳାଙ୍କ ସୁରକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ହାସଲ କରୁଛନ୍ତି। ଚାକିରି ପାଇଁ ଦୁବାଇରେ […] The post ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’ appeared first on Dharitri Odia News.

ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’

ଲକ୍ଷ୍ନୌ,୧୮।୧: ବାଂଲାଦେଶର ଜଣେ ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୟୁପିର ମୁଙ୍ଗରବାଦଶାହପୁର ପୋଲିସ ଷ୍ଟେଷନ ଅଞ୍ଚଳର ଗରିଆନ୍‌ ଗ୍ରାମକୁ ଆସିଛନ୍ତି। ଟୁରିଷ୍ଟ ଭିସା ଆସିଥିବା ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ୧୫ ଦିନ ହେବ ରହିଆସୁଛି। କିନ୍ତୁ ତାଙ୍କ ପ୍ରେମିକ ଫେରାର୍‌ ହୋଇଯାଇଛନ୍ତି। ସୂଚନା ପାଇବା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି।
ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥା ମହିଳାଙ୍କ ସୁରକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ହାସଲ କରୁଛନ୍ତି। ଚାକିରି ପାଇଁ ଦୁବାଇରେ ବାଂଲାଦେଶର ମୁନ୍‌ସୀଗଞ୍ଜ ଜିଲାର ଲକ୍ଷ୍ମୀପୁର ଗାଁର ଫାତିମା ଅଖତର ଏବଂ ଗରିଆନ୍‌ ଗ୍ରାମର ଆଶଫାକ ଅହମ୍ମଦ ରହୁଥିଲେ। ଦୁହେଁ ଦୁଇ ବର୍ଷ ପୂର୍ବେ ଦୁବାଇରେ ଭେଟିଥିଲେ।
ଫାତିମାଙ୍କ ଅନୁଯାୟୀ ଦୁହେଁ ସେଠାରେ ଏକାଠି ରହିବା ଆରମ୍ଭ କରିଥିଲେ। ଦୁହେଁ ମଧ୍ୟ ବିବାହ କରଥିବା କୁହାଯାଉଛି। କିଛି ମାସ ପୂର୍ବରୁ ଦୁହେଁ ନିଜ ନିଜ ଦେଶକୁ ଫେରି ଆସିଥିଲେ। ୧୫ ଦିନ ପୂର୍ବରୁ ଫାତିମା ତାଙ୍କ ପ୍ରେମିକା ଆଶଫାକଙ୍କୁ ଭେଟିବା ପାଇଁ ଛଅ ମାସର ଟୁରିଷ୍ଟ ଭିସା ନେଇ ଗରିଆନ୍‌କୁ ଆସିଥିଲେ। କିନ୍ତୁ ପ୍ରେମିକ ଛୁ’ୁ ହେବା ପରେ ଏବେ ଘଟଣାର ମୋଡ଼ ବଦଳିଯାଇଛି।

The post ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’ appeared first on Dharitri Odia News.