ପ୍ରେମିକା ଅନ୍ୟତ୍ର ବାହା ହୋଇଯିବାରୁ ସହି ପାରିଲେନି ଯୁବକ ନେଲେ ଏମିତି ନିଷ୍ପତ୍ତି

ପାଟଣା, ୯।୫(ବୀରକିଶୋର ଦାଶ): ପ୍ରେମିକା ପ୍ରେମିକଙ୍କୁ ପ୍ରତାରଣା ଦେଇ ଅନ୍ୟତ୍ର ବାହା ହୋଇଯିବାରୁ ପ୍ରେମିକ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ପଞ୍ଚାୟତ ଅନ୍ତର୍ଗତ ଦଳେଇପଶି ଗ୍ରାମରେ। ଦଳେଇପଶି ଗ୍ରାମର ଗୋପବନ୍ଧୁ ନାଏକଙ୍କ ପୁଅ ଟଙ୍କଧର (୨୫) ଝୁଲନ୍ତା ମୃତ ଦେହ ଏକ ଅର୍ଜୁନଗଛରୁ ଶୁକ୍ରବାର ପୂର୍ବାହ୍ନ ରେ ଉଦ୍ଧାର ହୋଇଛି। ସେ ଏକ ଗାମୁଛାରେ ଅର୍ଜୁନ ଗଛ ଡାଳରେ ଫାଶି […] The post ପ୍ରେମିକା ଅନ୍ୟତ୍ର ବାହା ହୋଇଯିବାରୁ ସହି ପାରିଲେନି ଯୁବକ ନେଲେ ଏମିତି ନିଷ୍ପତ୍ତି appeared first on Dharitri Odia News.

ପ୍ରେମିକା ଅନ୍ୟତ୍ର ବାହା ହୋଇଯିବାରୁ ସହି ପାରିଲେନି ଯୁବକ ନେଲେ ଏମିତି ନିଷ୍ପତ୍ତି

ପାଟଣା, ୯।୫(ବୀରକିଶୋର ଦାଶ): ପ୍ରେମିକା ପ୍ରେମିକଙ୍କୁ ପ୍ରତାରଣା ଦେଇ ଅନ୍ୟତ୍ର ବାହା ହୋଇଯିବାରୁ ପ୍ରେମିକ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ପଞ୍ଚାୟତ ଅନ୍ତର୍ଗତ ଦଳେଇପଶି ଗ୍ରାମରେ। ଦଳେଇପଶି ଗ୍ରାମର ଗୋପବନ୍ଧୁ ନାଏକଙ୍କ ପୁଅ ଟଙ୍କଧର (୨୫) ଝୁଲନ୍ତା ମୃତ ଦେହ ଏକ ଅର୍ଜୁନଗଛରୁ ଶୁକ୍ରବାର ପୂର୍ବାହ୍ନ ରେ ଉଦ୍ଧାର ହୋଇଛି। ସେ ଏକ ଗାମୁଛାରେ ଅର୍ଜୁନ ଗଛ ଡାଳରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପ୍ରେମ ବ୍ୟାପାରରୁ ଏଭଳି ଘଟଣା ଘଟିଛି ବୋଲି ଜଣା ପଡିଛି। ଏନେଇ ପାଟଣା ଥାନାଧିକାରୀ ମାନସ କୁମାର ମହାକୁଡ଼ ଙ୍କୁ ପଚାରିବାରୁ ତଦନ୍ତ ସରିଲେ ଯାହା କିଛି କହି ହେବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ପରିବାରର ଲୋକେ ସମସ୍ତେ ଶୋଇଥିବା ସମୟରେ ଟଙ୍କଧର ଗୁରୁବାର ରାତିରେ ଦଳେଇ ପଶି ଦେହୁରୀ ସାହିରେ ଥିବା ତାଙ୍କ ବଗିଚାର ଅର୍ଜୁନ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ସକାଳୁ ଗ୍ରାମବାସୀ ମାନେ ଶୌଚ ହେବାକୁ ଯାଇଥିବା ସମୟରେ ଗଛରେ ମୃତଦେହ ଝୁଲୁ ଥିବାର ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପାଟଣା ଥାନାକୁ ଖବର କରିବା ପରେ ଘଟଣାସ୍ଥଳରେ ପାଟଣା ପୋଲିସପକ୍ଷରୁ ଏସ ଆଇ ଲକ୍ଷ୍ମଣ ମାଝି ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

The post ପ୍ରେମିକା ଅନ୍ୟତ୍ର ବାହା ହୋଇଯିବାରୁ ସହି ପାରିଲେନି ଯୁବକ ନେଲେ ଏମିତି ନିଷ୍ପତ୍ତି appeared first on Dharitri Odia News.