ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି ପଡ଼ନ୍ତି। ହେଲେ ସେହି ସମୟରେ ନିଜର କଥା ଉପରେ ସଂଯମତା ଲୋଡ଼ା। ନହେଲେ ସମ୍ପର୍କ ତୁଟି ଯିବା ତଥା ବ୍ରେକଅପ୍ର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଆସନ୍ତୁ ଜାଣିବା ରାଗିଥିବା ପ୍ରେମିକାଙ୍କୁ କ’ଣ […] The post ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ! appeared first on Dharitri Odia News.

ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି ପଡ଼ନ୍ତି। ହେଲେ ସେହି ସମୟରେ ନିଜର କଥା ଉପରେ ସଂଯମତା ଲୋଡ଼ା। ନହେଲେ ସମ୍ପର୍କ ତୁଟି ଯିବା ତଥା ବ୍ରେକଅପ୍ର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଆସନ୍ତୁ ଜାଣିବା ରାଗିଥିବା ପ୍ରେମିକାଙ୍କୁ କ’ଣ କହିବା ଅନୁଚିତ।

-ସବୁ ବେଳେ ଏମିତି ନାଟକ:
କିଛି ସମ୍ପର୍କରେ ଛୋଟ ଛୋଟ କଥାରେ ଝଗଡ଼ା ହୋଇଯାଏ। ସେହିଭଳି ଶୀଘ୍ର ସେମାନଙ୍କର ମନୋମାଳିନ୍ୟ ଦୂର ମଧ୍ୟ ହୋଇଯାଇଥାଏ। ଏଣୁ ଝଗଡ଼ା ସମୟରେ କେବେହେଲେ ପ୍ରେମିକାଙ୍କୁ ‘ସବୁୁବେଳେ ତୁମର ଏମିତି ନାଟକ’ ବୋଲି କୁହନ୍ତୁ ନାହିଁ। ଏହା ବେଶ ପ୍ରଭାବ ପକାଇବ।

-ତୁମେ ଭଲପାଇବାର ଯୋଗ୍ୟ ନୁହଁ:
ପ୍ରେମିକାଙ୍କ ସହ ଝଗଡ଼ା ବେଳେ ‘ତୁମକୁ ଛୋଟ ଛୋଟ କଥାରେ ଝଗଡ଼ା କରିବାକୁ ଭଲ ଲାଗେ। ତୁମେ ଭଲପାଇବାର ଯୋଗ୍ୟ ନୁହେଁ ବୋଲି ପ୍ରେମିକ କହିଥାନ୍ତି। ହେଲେ କଦାପି ଏଭଳି କଥା ନିଜ ସାଥୀଙ୍କୁ କହିବା ଉଚିତ ନୁହେଁ।

-ରାଗି ଥାଅ, ଯେତେବେଳେ ମନ ହେବ କଥା ହେବ:
ଅନେକ ସମୟରେ ଝଗଡ଼ା ବେଳେ ପ୍ରେମିକା ତାଙ୍କୁ ପ୍ରେମିକ ବୁଝନ୍ତି ବୋଲି ଚାହିଥାନ୍ତି। ଏମିତିରେ ରାଗି ଥାଅ, ଯେତେବେଳେ ମନ ହେବ କଥା ହେବ ବୋଲି କହିବା ଭୁଲ।

The post ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ! appeared first on Dharitri Odia News.