ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ

ଖଲ୍ଲିକୋଟ,୧୯ା୬(ପ୍ରଶାନ୍ତ କୁମାର ମିଶ୍ର): ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ପେଟକୁ ନିଜେ ଛୁରି ମାରିଛନ୍ତି ପ୍ରେମିକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ଉକ୍ତ ଘଟଣା ଘଟିଛି ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ପାଟପୁର ଥାନା କଂସାମାରି ଗ୍ରାମର ସୁନୀଲ କୁମାର ସାହୁ (୨୪) ସୁମଣ୍ଡଳ ଗ୍ରାମର ଜଣେ ୨୧ ବର୍ଷୀୟା ଯୁବତୀକୁ ଭଲ ପାଉଥିଲେ। ସୁନୀଲ ବୁଧବାର ନିଜ ଗ୍ରାମରୁ ସୁମଣ୍ଡଳକୁ […] The post ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ appeared first on Dharitri Odia News.

ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ

ଖଲ୍ଲିକୋଟ,୧୯ା୬(ପ୍ରଶାନ୍ତ କୁମାର ମିଶ୍ର): ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ପେଟକୁ ନିଜେ ଛୁରି ମାରିଛନ୍ତି ପ୍ରେମିକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ଉକ୍ତ ଘଟଣା ଘଟିଛି ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ପାଟପୁର ଥାନା କଂସାମାରି ଗ୍ରାମର ସୁନୀଲ କୁମାର ସାହୁ (୨୪) ସୁମଣ୍ଡଳ ଗ୍ରାମର ଜଣେ ୨୧ ବର୍ଷୀୟା ଯୁବତୀକୁ ଭଲ ପାଉଥିଲେ। ସୁନୀଲ ବୁଧବାର ନିଜ ଗ୍ରାମରୁ ସୁମଣ୍ଡଳକୁ ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଥମେ ତାଙ୍କୁ ଖଲ୍ଲିକୋଟ ମେଡିକାଲ ଅଣାଯାଇଥିଲା ପରେ ବ୍ରହ୍ମପୁର ପଠାଯାଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁନୀଲ ନିଜ ପେଟକୁ ନିଜେ ଛୁରିରେ ଭୁସି ଦେଇଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ମେଡିକାଲରେ ପହଞ୍ଚି ଆହତ ପ୍ରେମିକଙ୍କୁ ପଚରାଉଚରା କରିଥିଲେ।

The post ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ appeared first on Dharitri Odia News.