ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ
ରାଜକନିକା, ୨୮।୮(ରବୀନ୍ଦ୍ର କୁମାର ଦାସ/ସଞ୍ଜୟ କୁମାର ଦାଶ): ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପ୍ରେମଜାଲରେ ଛନ୍ଦି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧୀନ ଜଣେ ଯୁବତୀଙ୍କୁ ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଗାଁର ଚିତ୍ତରଞ୍ଜନ ରାଉତ ଓରଫ ପପୁ (୩୨)୨୦୨୩ ମସିହାରେ ରଙ୍ଗ୍ ନମ୍ବରରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। […] The post ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ appeared first on Dharitri Odia News.
ରାଜକନିକା, ୨୮।୮(ରବୀନ୍ଦ୍ର କୁମାର ଦାସ/ସଞ୍ଜୟ କୁମାର ଦାଶ): ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପ୍ରେମଜାଲରେ ଛନ୍ଦି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧୀନ ଜଣେ ଯୁବତୀଙ୍କୁ ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଗାଁର ଚିତ୍ତରଞ୍ଜନ ରାଉତ ଓରଫ ପପୁ (୩୨)୨୦୨୩ ମସିହାରେ ରଙ୍ଗ୍ ନମ୍ବରରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସମ୍ପର୍କ ଅଧିକ ନିବିଡ଼ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇ ହୋଟେଲକୁ ଡକାଇ ବାରମ୍ବାର ଯୌନ ସମ୍ପର୍କ ରଖିବା ପରେ ଶେଷରେ ପ୍ରତାରଣା କରିଥିଲେ। ବାଧ୍ୟହୋଇ ଯୁବତୀ ଜଣକ ନିରୁପାୟ ହେବାରୁ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ସହାୟତାରେ ଯୁବତୀ ଜଣକ ଗତ ୧୭ ତାରିଖରେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ରବିବାର ରାତିରେ ଚିତ୍ତରଞ୍ଜନଙ୍କୁ ସୋଲପଟା ଗାଁରର ତାଙ୍କ ଘରୁ ଗିରଫକରି ଥାନାକୁ ଆଣିବା ପରେ ପଚରାଉଚୁରା କରିଥିଲା। ଏଥିରୁ ଜଣାପଡ଼ିଥିଲା କି ଚିତ୍ତରଞ୍ଜନ ପୂର୍ବରୁ ବିବାହିତ ଓ ତାଙ୍କର ୨ଟି ପିଲା ଅଛନ୍ତି। ପୋଲିସ ନଂ. ୩୫୩/୨୪ ମାମଲା ରୁଜୁ କରି ଡାକ୍ତରଖାନାରେ ତାଙ୍କର ଡାକ୍ତରୀ ମାଇନା କରାଇଛି।
The post ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ appeared first on Dharitri Odia News.