ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି ଗ୍ରାମର ଶମ୍ଭୁ ମଟାରୀ(୨୪)। ସେ ଆସାମ ପାରା ମିଲିଟାରିରେ କାର୍ଯ୍ୟରତ ଥିଲେ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଭେଡ଼େନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୨୯୮/୨୪) ରୁଜୁ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଶମ୍ଭୁ ଏବଂ ସୋହେଲା ଥାନା ସୁଚବାହାଲ ଗ୍ରାମର ନନ୍ଦିତା […] The post ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ appeared first on Dharitri Odia News.

ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି ଗ୍ରାମର ଶମ୍ଭୁ ମଟାରୀ(୨୪)। ସେ ଆସାମ ପାରା ମିଲିଟାରିରେ କାର୍ଯ୍ୟରତ ଥିଲେ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଭେଡ଼େନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୨୯୮/୨୪) ରୁଜୁ କରିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଶମ୍ଭୁ ଏବଂ ସୋହେଲା ଥାନା ସୁଚବାହାଲ ଗ୍ରାମର ନନ୍ଦିତା ବରିହାଙ୍କ ମଧ୍ୟରେ ଫେସ୍‌ବୁକରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନନ୍ଦିତା ହାଇଦ୍ରାବାଦରେ ରହି ନର୍ସ କାମ କରୁଥିଲେ। ତେବେ ପ୍ରେମ ସମ୍ପର୍କର କିଛିମାସ ପରେ ଶମ୍ଭୁ ନନ୍ଦିତାଙ୍କଠାରୁ ଦୂରେଇ ଯାଇଥିଲେ। ଶମ୍ଭୁ ଛୁଟିରେ ଗ୍ରାମକୁ ଆସିଥିବା ସୂଚନା ପାଇ ଗତ ୧୫ତାରିଖରେ ନନ୍ଦିତା ପ୍ରେମିକ ଶମ୍ଭୁଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଶମ୍ଭୁ ଧରାଛୁଆଁ ଦେଇ ନ ଥିଲେ। ଅନ୍ୟପଟେ ବୁଧବାର ଶମ୍ଭୁଙ୍କ ଗ୍ରାମର ଅନତିଦୂରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ନନ୍ଦିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନନ୍ଦିତାଙ୍କ ପରିବାର ଲୋକେ ଏ ନେଇ ଶମ୍ଭୁଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ତାଙ୍କୁ ଗିରଫ କରିଥିଲା।

The post ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ appeared first on Dharitri Odia News.