ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା ପ୍ରିୟଙ୍କା କୁମାରୀ(୨୨)ଙ୍କୁ ଠେଲି ତଳକୁ ପକାଇ ଦେଇଛନ୍ତି। ଫଳରେ ଗୁରୁତର ଭାବେ ଆହତ ହୋଇଥିବା ପ୍ରିୟଙ୍କାଙ୍କୁ ବାରାଣସୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପ୍ରିୟଙ୍କାଙ୍କ ବାପା ରାମ ପ୍ରସାଦଙ୍କ ଅଭିଯୋଗ ଆଧାରରେ ଶନିବାର ପୋଲିସ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ଧାରା ୧୧୫(୨), ୧୦୯ ଅନୁଯାୟୀ ଫୁର୍କନଙ୍କୁ ଗିରଫ […] The post ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ appeared first on Dharitri Odia News.

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା ପ୍ରିୟଙ୍କା କୁମାରୀ(୨୨)ଙ୍କୁ ଠେଲି ତଳକୁ ପକାଇ ଦେଇଛନ୍ତି। ଫଳରେ ଗୁରୁତର ଭାବେ ଆହତ ହୋଇଥିବା ପ୍ରିୟଙ୍କାଙ୍କୁ ବାରାଣସୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Andhra woman with Rs 41 in account cheats luxury Delhi hotel of Rs 6 Lakh -  The Economic Times

ଘଟଣାକୁ ନେଇ ପ୍ରିୟଙ୍କାଙ୍କ ବାପା ରାମ ପ୍ରସାଦଙ୍କ ଅଭିଯୋଗ ଆଧାରରେ ଶନିବାର ପୋଲିସ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ଧାରା ୧୧୫(୨), ୧୦୯ ଅନୁଯାୟୀ ଫୁର୍କନଙ୍କୁ ଗିରଫ କରିଥିବା ନେଇ ଚେତନଗଞ୍ଜ ଏସିପି ଗୌରବ କୁମାର କହିଛନ୍ତି। ଶୁକ୍ରବାର ହୋଟେଲର ତୃତୀୟ ମହଲାରେ ପ୍ରିୟଙ୍କା ଓ ଫୁର୍କନ ମଧ୍ୟରେ ଝଗଡ଼ା ହୋଇଥିଲା ଓ ଏହାପରେ ଫୁର୍କନ ପ୍ରିୟଙ୍କାଙ୍କୁ ତଳକୁ ଠେଳିଦେଇଥିଲେ ବୋଲି ପୋଲିସ କହିଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

The post ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ appeared first on Dharitri Odia News.