ପ୍ରେମିକାର ଫୋନ୍ କଲ ପାଇ ଡାକ୍ତରଖାନାରେ ପହଞ୍ଚିଲେ ପ୍ରେମିକ: ଅବସ୍ଥା ଦେଖିବା ପରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଗାର୍ଲଫ୍ରେଣ୍ଡ ଫୋନ୍ କରିଥିଲା। କହିଲା ମୁଁ ହାତ କାଟି ଦେଇଛି। ବାସ୍ ଏତିକି ଶୁଣିବା ପରେ ପ୍ରେମିକାକୁ ଦେଖିବାକୁ ଡାକ୍ତରଖାନାରେ ରକେଟ୍ ବେଗରେ ପହଞ୍ଚିଲେ ପ୍ରେମିକ। ହେଲେ ସେଠାରେ ପହଞ୍ଚିବା ପରେ ଗର୍ଲଫ୍ରେଣ୍ଡର ଅବସ୍ଥା ଦେଖି ହଠାତ ଚେତାଶୂନ୍ୟ ହୋଇଗଲେ ବୟଫ୍ରେଣ୍ଡ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଗଲା। ଆଉ ପରୀକ୍ଷା ପରେ ଡାକ୍ତର କହିଲେ ହି ଇଜ୍ ନୋ ମୋର୍…। ଅକାଳରେ ପଡ଼ିଗଲା ପ୍ରେମ କାହାଣୀରେ ଯବନିକା।ଘଟଣା ଘଟିଛି ଦିଲ୍ଲୀର ଆନନ୍ଦବିହାର ଥାନା ଅଧିନ ଅଞ୍ଚଳରେ। ପ୍ରେମିକାକୁ ଡାକ୍ତରଖାନା ନେବାକୁ ଆସିଥିବା ୩୦ ବର୍ଷୀୟ ପ୍ରେମିକ ଅରୁଣ ନନ୍ଦଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ପ୍ରେମିକାଙ୍କର ଏଭଳି ଅବସ୍ଥା ଦେଖି ଅରୁଣଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି ରବିବାର ଆନନ୍ଦ ବିହାର ପୁଲିସ ଷ୍ଟେସନ୍‌ର ଅଧିକାରୀ କହିଛନ୍ତି। ପୁଲିସର ସୂଚନା ଅନୁସାରେ, ଶନିବାର ଭୋର ପ୍ରାୟ ୩.୩୪ ବେଳକୁ ଆନନ୍ଦ ବିହାର ପୁଲିସ ଷ୍ଟେସନ୍ ପିସିଆର ଏକ କଲ୍ ରିସିଭ କରିଥିଲା। ଜଣେ ବ୍ୟକ୍ତି ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି କଲରେ କୁହାଯାଇଥିଲା। ଫୋନ୍ କଲ୍ ପାଇ ପୁଲିସ ତୁରନ୍ତ କୈଳାଶ ଦୀପକ ହସ୍‌ପିଟାଲରେ ପହଞ୍ଚିବା ପରେ ଯାହା ଜଣାପଡ଼ିଥିଲା ତାହା ହୃଦୟ ବିଦାରକ। ପୁଲିସ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରେମିକ ଅରୁଣ ନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିସାରିଥିଲେ ବୋଲି ଜଣେ ବରିଷ୍ଠ ପୁ

ପ୍ରେମିକାର ଫୋନ୍ କଲ ପାଇ ଡାକ୍ତରଖାନାରେ ପହଞ୍ଚିଲେ ପ୍ରେମିକ: ଅବସ୍ଥା ଦେଖିବା ପରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଗାର୍ଲଫ୍ରେଣ୍ଡ ଫୋନ୍ କରିଥିଲା। କହିଲା ମୁଁ ହାତ କାଟି ଦେଇଛି। ବାସ୍ ଏତିକି ଶୁଣିବା ପରେ ପ୍ରେମିକାକୁ ଦେଖିବାକୁ ଡାକ୍ତରଖାନାରେ ରକେଟ୍ ବେଗରେ ପହଞ୍ଚିଲେ ପ୍ରେମିକ। ହେଲେ ସେଠାରେ ପହଞ୍ଚିବା ପରେ ଗର୍ଲଫ୍ରେଣ୍ଡର ଅବସ୍ଥା ଦେଖି ହଠାତ ଚେତାଶୂନ୍ୟ ହୋଇଗଲେ ବୟଫ୍ରେଣ୍ଡ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଗଲା। ଆଉ ପରୀକ୍ଷା ପରେ ଡାକ୍ତର କହିଲେ ହି ଇଜ୍ ନୋ ମୋର୍…। ଅକାଳରେ ପଡ଼ିଗଲା ପ୍ରେମ କାହାଣୀରେ ଯବନିକା।

ଘଟଣା ଘଟିଛି ଦିଲ୍ଲୀର ଆନନ୍ଦବିହାର ଥାନା ଅଧିନ ଅଞ୍ଚଳରେ। ପ୍ରେମିକାକୁ ଡାକ୍ତରଖାନା ନେବାକୁ ଆସିଥିବା ୩୦ ବର୍ଷୀୟ ପ୍ରେମିକ ଅରୁଣ ନନ୍ଦଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ପ୍ରେମିକାଙ୍କର ଏଭଳି ଅବସ୍ଥା ଦେଖି ଅରୁଣଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି ରବିବାର ଆନନ୍ଦ ବିହାର ପୁଲିସ ଷ୍ଟେସନ୍‌ର ଅଧିକାରୀ କହିଛନ୍ତି। 

ପୁଲିସର ସୂଚନା ଅନୁସାରେ, ଶନିବାର ଭୋର ପ୍ରାୟ ୩.୩୪ ବେଳକୁ ଆନନ୍ଦ ବିହାର ପୁଲିସ ଷ୍ଟେସନ୍ ପିସିଆର ଏକ କଲ୍ ରିସିଭ କରିଥିଲା। ଜଣେ ବ୍ୟକ୍ତି ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି କଲରେ କୁହାଯାଇଥିଲା। ଫୋନ୍ କଲ୍ ପାଇ ପୁଲିସ ତୁରନ୍ତ କୈଳାଶ ଦୀପକ ହସ୍‌ପିଟାଲରେ ପହଞ୍ଚିବା ପରେ ଯାହା ଜଣାପଡ଼ିଥିଲା ତାହା ହୃଦୟ ବିଦାରକ। ପୁଲିସ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରେମିକ ଅରୁଣ ନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିସାରିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। 

ଘଟଣାରେ ତଦନ୍ତ କରିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଜଗତପୁରୀରେ ରହୁଥିବା ମୃତ ଆନନ୍ଦଙ୍କ ବାନ୍ଧବୀ ନିଜ ହାତ କାଟି ଗୁରୁତର ଅବସ୍ଥାରେ କୈଳାଶ ଦୀପକ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଉ ପ୍ରେମିକାର ଏଭଳି ଅବସ୍ଥା ଦେଖି ଅରୁଣ ସେଠାରେ ପହଞ୍ଚିଥିଲେ। ଆଉ ଏହି ସମୟରେ ତାଙ୍କ ବାନ୍ଧବୀ ହାତ କାଟିବାର ରକ୍ତ ଜୁଡୁବୁଡ଼ୁ ଭିଡିଓ ପ୍ରେମିକ ଅରୁଣଙ୍କ ପାଖକୁ ମେସେଜ୍ କରିଥିଲେ। ବାସ୍ ଏହା ହିଁ ଥିଲା ଏହି ଦୁଃଖ ପ୍ରେମ କାହାଣୀର ଶେଷ ଦୃଶ୍ୟ। 

ବାନ୍ଧବୀଙ୍କର ଏଭଳି ଅବସ୍ଥା ଦେଖି ହଠାତ୍ ଅରୁଣଙ୍କୁ ଶକ୍ତ ଆଘାତ ଲାଗିଥିଲା। ଆଉ ସେ ସେହିଠାରେ ହିଁ ଅଚେତ ହୋଇ ଟଳିପଡ଼ିଥିଲେ। ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କର ଶବବ୍ୟବଚ୍ଛେଦ ହୋଇଛି। ମୃତଦେହକୁ ଅରୁଣଙ୍କ ପରିବାର ସମର୍ପି ଦିଆଯାଇଛି ବୋଲି ପୁଲିସ କହିଛି।