ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବୁଲାଇଥିଲେ ହଳ, ପରେ ଏବେ …
ରାୟଗଡ଼ା/କଲ୍ୟାଣସିଂହପୁର,୧୨।୭(ଆଶିଷ ରଞ୍ଜନ ପଣ୍ଡା): ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବଳଦ ବଦଳରେ ହଳ କରାଇବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିଖୋଜ ପ୍ରେମୀ ଯୁଗଳଙ୍କ ଅବସ୍ଥିତି ନେଇ କଲ୍ୟାଣସିଂହପୁର ପୋଲିସ ଓ ପ୍ରଶାସନ ଛାନଭିନ ଆରମ୍ଭ କରିଛି। ଏଣେ କଙ୍ଗାରୁକୋର୍ଟ ଯାହା ପକ୍ଷପାତିତା କିମ୍ବା ଅନ୍ୟାୟ ବିଚାର, ଅନେକ ସମୟରେ ମାନବାଧିକାର ଧାରା ଉଲ୍ଲଙ୍ଘନ କରନ୍ତି। ଭାରତୀୟ ସମ୍ବିଧାନର ଧାରା ୨୧କୁ ଉଲ୍ଲଂଘନ କରୁଛି। ଏହା ସହିତ ଧାରା ୧୪ (ଆଇନ ସମ୍ମୁଖରେ ସମାନତା), […] The post ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବୁଲାଇଥିଲେ ହଳ, ପରେ ଏବେ … appeared first on Dharitri Odia News.
ରାୟଗଡ଼ା/କଲ୍ୟାଣସିଂହପୁର,୧୨।୭(ଆଶିଷ ରଞ୍ଜନ ପଣ୍ଡା): ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବଳଦ ବଦଳରେ ହଳ କରାଇବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିଖୋଜ ପ୍ରେମୀ ଯୁଗଳଙ୍କ ଅବସ୍ଥିତି ନେଇ କଲ୍ୟାଣସିଂହପୁର ପୋଲିସ ଓ ପ୍ରଶାସନ ଛାନଭିନ ଆରମ୍ଭ କରିଛି। ଏଣେ କଙ୍ଗାରୁକୋର୍ଟ ଯାହା ପକ୍ଷପାତିତା କିମ୍ବା ଅନ୍ୟାୟ ବିଚାର, ଅନେକ ସମୟରେ ମାନବାଧିକାର ଧାରା ଉଲ୍ଲଙ୍ଘନ କରନ୍ତି।
ଭାରତୀୟ ସମ୍ବିଧାନର ଧାରା ୨୧କୁ ଉଲ୍ଲଂଘନ କରୁଛି। ଏହା ସହିତ ଧାରା ୧୪ (ଆଇନ ସମ୍ମୁଖରେ ସମାନତା), ଧାରା ୧୫ (ଭେଦଭାବ ନିଷେଧ) ଏବଂ ଧାରା ୧୯ (ବାକ ଏବଂ ଅଭିବ୍ୟକ୍ତିର ସୱାଧୀନତା) ଉଲ୍ଲଂଘନ କରିବା ଅଟେ। ଏହାକୁ ନେଇ କୋରାପୁଟ ଜିଲା ଜୟପୁର ସହରର ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ଏହି ପ୍ରସଙ୍ଗଟି ସମ୍ବିଧାନର ଧାରା ୨୧, ଧାରା ୧୪, ଧାରା ୧୫ ଏବଂ ଧାରା ୧୯ ଅନୁଯାୟୀ ମାନବାଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ ଅଟେ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଥିବା ସାମ୍ବିଧାନିକ ଦାୟିତ୍ୱ ଅନୁଯାୟୀ ସୁଶାସନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଧୀନରେ ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଆବେଦନ କରିଛନ୍ତି। ଏଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମାନବାଧିକାର କମିଶନ ନିକଟରେ ଦାବି କରିଛନ୍ତି।
The post ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବୁଲାଇଥିଲେ ହଳ, ପରେ ଏବେ … appeared first on Dharitri Odia News.