ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ

ସାହାରନପୁର,୧୭।୨: ପ୍ରେମିକ-ପ୍ରେମିକା ତାଙ୍କ ଭଲପାଇବା ସଫଳ ହେବା ପାଇଁ କିମ୍ବା ଭଲ ପାଇବା ଆହୁରି ବଡିବା ପାଇଁ ମନ୍ଦିର ଯାଇଥାନ୍ତି। ଯୁବତୀମାନେ ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି। କିନ୍ତୁ ଦେଶରେ ଏପରି ମନ୍ଦିର ଅଛି ଯେଉଁଠିକୁ ପ୍ରେମୀଙ୍କୁ ଆସିବାକୁ ବାରଣ କରାଯାଇଥାଏ। ଆଉ ଯଦି ସେମାନେ ଏହାର ପାଖ ବି ମାଡନ୍ତି ତେବେ ବ୍ରେକଅପ୍‌ ତ ହେବା ଥୟ। ଉତ୍ତରପ୍ରଦେଶର ସାହାରନପୁରରେ ଏକ ହନୁମାନ ମନ୍ଦିର ରହିଛି। ଏହି ମନ୍ଦିରକୁ ପ୍ରେମୀଯୁଗଳଙ୍କୁ ଆସିବାକୁ […] The post ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ appeared first on Dharitri Odia News.

ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ

ସାହାରନପୁର,୧୭।୨: ପ୍ରେମିକ-ପ୍ରେମିକା ତାଙ୍କ ଭଲପାଇବା ସଫଳ ହେବା ପାଇଁ କିମ୍ବା ଭଲ ପାଇବା ଆହୁରି ବଡିବା ପାଇଁ ମନ୍ଦିର ଯାଇଥାନ୍ତି। ଯୁବତୀମାନେ ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି। କିନ୍ତୁ ଦେଶରେ ଏପରି ମନ୍ଦିର ଅଛି ଯେଉଁଠିକୁ ପ୍ରେମୀଙ୍କୁ ଆସିବାକୁ ବାରଣ କରାଯାଇଥାଏ। ଆଉ ଯଦି ସେମାନେ ଏହାର ପାଖ ବି ମାଡନ୍ତି ତେବେ ବ୍ରେକଅପ୍‌ ତ ହେବା ଥୟ।

Lovers Temple In Himachal Pradesh Shangchul Mahadev Temple Kullu Protect Eloped Couples - Amar Ujala Hindi News Live - Lovers Temple:इस बार घूमें भारत का ऐसा शिव मंदिर, जहां घर से भागे

ଉତ୍ତରପ୍ରଦେଶର ସାହାରନପୁରରେ ଏକ ହନୁମାନ ମନ୍ଦିର ରହିଛି। ଏହି ମନ୍ଦିରକୁ ପ୍ରେମୀଯୁଗଳଙ୍କୁ ଆସିବାକୁ ବାରଣ କରାଯାଇଥାଏ। କାରଣ ଏହି ମନ୍ଦିରରେ ପ୍ରେମ ନିଶା ଛଡାଇବା ପାଇଁ ଚିକିତ୍ସା କରାଯାଇଥାଏ। ସେଥିପାଇଁ କୌଣସି ପ୍ରେମୀ ଏଠାକୁ ଭୁଲରେ ମଧ୍ୟ ଆସନ୍ତି ନାହିଁ। କାରଣ ୮ବର୍ଷ ପୂର୍ବରୁ ରାଜସ୍ଥାନର ବାଲାଜୀ ନିକଟରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ ଲୋକେ ନିଜ ପରିବାର ଲୋକଙ୍କ ପ୍ରେମ ନିଶା ନୂର କରିବା ପାଇଁ ଏଠାକୁ ଆସିଥାନ୍ତି। ଏଥିପାଇଁ ଏକ ବିଶେଷ ଦିନ ଧାର୍ଯ୍ୟ କରାଯାଇ ପୂଜା କରାଯାଏ।

Newly Married Hindu Couple Visiting A Temple For Prayers Stock Photo - Download Image Now - iStock
ପ୍ରତି ଶନିବାର ଓ ମଙ୍ଗଳବାର ପୂଜା ପରେ ମନ୍ଦିରର ପୂଜାରୀ ପ୍ରେମ କରୁଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେକ ଉପାୟ କହିଥାନ୍ତି। ତେବେ ପରିବାରଲୋକେ ଏହି ଉପାୟ ଅବଲମ୍ବନ କଲେ ସେହି ବ୍ୟକ୍ତିଙ୍କର ପ୍ରେମ ନିଶା ଛୁ ହୋଇଯାଏ। ସେ ସମ୍ପୂର୍ଣ୍ଣ ତାଙ୍କ ପ୍ରେମୀଙ୍କ ବିଷୟରେ ଭୁଲିଯା’ନ୍ତି। ତେଣୁ ପ୍ରେମୀଯୁଗଳ ଏଠାକୁ ଆସିବାକୁ ଜମା ରାଜି ହୁଅନ୍ତି ନାହିଁ।

The post ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ appeared first on Dharitri Odia News.