ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ
ହାଇଦ୍ରାବାଦ,୨।୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ଟାଇଟଲ ହାସଲ କରିବାରେ ସମର୍ଥ ହୋଇଛି। ଫାଇନାଲ ମ୍ୟାଚରେ ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ରକ୍ଷଣାତ୍ମକ ଢଙ୍ଗରେ […] The post ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ appeared first on Dharitri Odia News.
ହାଇଦ୍ରାବାଦ,୨।୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ଟାଇଟଲ ହାସଲ କରିବାରେ ସମର୍ଥ ହୋଇଛି।
ଫାଇନାଲ ମ୍ୟାଚରେ ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ରକ୍ଷଣାତ୍ମକ ଢଙ୍ଗରେ ଉଭୟ ଦଳ ଖେଳ ଆରମ୍ଭ କରିଥିଲେ। ଉଭୟ ଦଳ ପରସ୍ପରକୁ ଗୋଟିଏ ପଏଣ୍ଟ ଛାଡୁ ନ ଥିବା ବେଳେ ମ୍ୟାଚ୍ ୭-୭ରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ ଏକ ସୁପର ରେଡ ସହ ପଲଟନର ପଙ୍କଜ ମୋହିତେ ମ୍ୟାଚ୍ର ମୋଡ ବଦଳାଇ ଦେଇଥିଲେ। ଏକା ଥରରେ ହରିୟାଣା ଷ୍ଟିଲର୍ସର ୪ ଖେଳାଳିଙ୍କୁ ଆଉଟ କରିବା ସହ ପୁଣେକୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ପୁନେରି ପଲଟନ୍ ୧୩-୧୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଷ୍ଟିଲର୍ସ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ପୁଣେର ଡିଫେଣ୍ଡର ମାନେ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍ ଶେଷ ହେବା ବେଳକୁ ପୁଣେ ୨୮-୨୨ରେ ଆଗୁଆ ରହିଥିଲା। ଅନ୍ତିମ ମିନିଟରେ ଷ୍ଟିଲର୍ସ ୩ ପଏଣ୍ଟ ସଂଗ୍ରହ କରିଥିବା ବେଳେ ପ୍ରଥମ ଟାଇଟଲ ବିଜୟୀ ହୋଇଥିଲା। ଉଭୟ ଦଳ ୧୭ ରେଡ ପଏଣ୍ଟ ଅର୍ଜନ କରିଥିବା ବେଳେ ଟ୍ୟାକେଲ ପଏଣ୍ଟରେ ବାଜି ମାରି ନେଇଥିଲା ପୁଣେ। ଷ୍ଟିଲର୍ସ ୫ ଟ୍ୟାକେଲ ପଏଣ୍ଟ ଅର୍ଜନ କରିଥିବା ବେଳେ ୯ ଟ୍ୟାକେଲ ପଏଣ୍ଟ ହାତେଇଥିଲା ପଲଟନ। ପଲଟନ ପକ୍ଷରୁ ପଙ୍କଜ ମୋହିତେ ୯ ଓ ମୋହିତ ଗୋୟତ ୬ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ମୋହିତ ପତାରେ ୬ ଓ ସିଦ୍ଧାର୍ଥ ଦେଶାଇ ୪ ପଏଣ୍ଟ ଅର୍ଜନ କରିଥିଲେ। ଯୋଗେଶଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା। ପୁନେରି ପଲଟନର ଅସଲମ ଇନାମଦାରଙ୍କୁ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର ଅଫ୍ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
The post ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ appeared first on Dharitri Odia News.