ପ୍ରୟାଗରାଜରେ ଔଷଧ ସଂକଟ, ଭିଡ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ

ଓ୍ୱାଶିଂଟନ ୨୨/୦୨: ଉତ୍କଟ ଔଷଧ ସଙ୍କଟର ସମ୍ମୁଖୀନ ହେଉଛି ପ୍ରୟାଗରାଜ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମହାକୁମ୍ଭକୁ ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରୟାଗରାଜରେ ହୋଲସେଲ୍‌ ମେଡିସିନ୍‌ ମାର୍କେଟ୍‌ ବନ୍ଦର କାରଣ ହୋଇଛି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଔଷଧ ସଙ୍କଟ ଦେଖାଦେଇଛି । ସଙ୍ଗମ ଓ ରେଳ ଷ୍ଟେନ୍‌ ମଧ୍ୟରେ ସ୍ଥିତ ମୁଖ୍ୟ ମାର୍ଗ ଲିଡର ରୋଡ୍‌ରେ ରହିଛି ହୋଲ୍‌ସେଲ ମେଡିସିନ୍‌ ସେଣ୍ଟର । ଜାନୁଆରୀ ମଧ୍ୟଭାଗରୁ ଏହା ଠିକ୍‌ରେ ଚାଲିପାରୁନାହିଁ । ସଙ୍ଗମକୁ ଶ୍ରଦ୍ଧାଳୁଙ୍କ ନିରନ୍ତର ଯାତ୍ରା ଏବଂ ସହର ମଧ୍ୟରେ ଟ୍ରକ୍‌ର ପ୍ରବେଶ ଉପରେ କଟକଣା ଯୋଗୁ ଔଷଧ ଯୋଗାଣ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏଥିପାଇଁ ହୋଲସେଲ୍‌ ମେଡିସିନ୍‌ ବଜାର ଅନୌପଚାରିକ ଭାବେ ବନ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ, ଉଭୟ ହୋଲ୍‌ସେଲ ଓ ଖୁଚୁରା ବଜାରରେ ରକ୍ତଚାପ, ହୃଦ୍‌ରୋଗ ଓ ମଧୁମେହ ଭଳି ଅତ୍ୟାବଶ୍ୟକ ମେଡିସିନ୍‌ର ଷ୍ଟକ୍‌ ମଧ୍ୟ ସରିଆସିଲାଣି । ଏ ନେଇ ଆଲ୍ଲାବାଦ କେମିଷ୍ଟ୍‌ ଓ ଡ୍ରଗିଷ୍ଟ୍‌ ସଂଗଠନର ମୁଖ୍ୟ ଅନିଲ ଦୁବେ କହିଛନ୍ତି, ଗତ ଜାନୁଆରୀ ୨୪ ତାରିଖରୁ ହୋଲସେଲ୍‌ ଔଷଧ ବ୍ୟବସାୟୀମାନେ ଠିକ୍‌ରେ ବେପାର ପରିଚାଳନା କରିପାରୁ ନାହାନ୍ତି । ସେଥିପାଇଁ ଔଷଧ ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଛି । ବ୍ୟବସାୟୀଙ୍କ କହିବା ଅନୁସାରେ, ସହର ମଧ୍ୟମରେ ଯାନବାହନର ପ୍ରବେଶ ଉପରେ କଡ଼ା କଟକଣା ଯୋଗୁ ମେଡିକାଲ ସାମଗ୍ରୀ ଯୋଗାଣ ଶୃଙ୍ଖଳା ବାଧ

ପ୍ରୟାଗରାଜରେ ଔଷଧ ସଂକଟ, ଭିଡ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ

ଓ୍ୱାଶିଂଟନ ୨୨/୦୨: ଉତ୍କଟ ଔଷଧ ସଙ୍କଟର ସମ୍ମୁଖୀନ ହେଉଛି ପ୍ରୟାଗରାଜ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମହାକୁମ୍ଭକୁ ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରୟାଗରାଜରେ ହୋଲସେଲ୍‌ ମେଡିସିନ୍‌ ମାର୍କେଟ୍‌ ବନ୍ଦର କାରଣ ହୋଇଛି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଔଷଧ ସଙ୍କଟ ଦେଖାଦେଇଛି । ସଙ୍ଗମ ଓ ରେଳ ଷ୍ଟେନ୍‌ ମଧ୍ୟରେ ସ୍ଥିତ ମୁଖ୍ୟ ମାର୍ଗ ଲିଡର ରୋଡ୍‌ରେ ରହିଛି ହୋଲ୍‌ସେଲ ମେଡିସିନ୍‌ ସେଣ୍ଟର । ଜାନୁଆରୀ ମଧ୍ୟଭାଗରୁ ଏହା ଠିକ୍‌ରେ ଚାଲିପାରୁନାହିଁ । 

ସଙ୍ଗମକୁ ଶ୍ରଦ୍ଧାଳୁଙ୍କ ନିରନ୍ତର ଯାତ୍ରା ଏବଂ ସହର ମଧ୍ୟରେ ଟ୍ରକ୍‌ର ପ୍ରବେଶ ଉପରେ କଟକଣା ଯୋଗୁ ଔଷଧ ଯୋଗାଣ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏଥିପାଇଁ ହୋଲସେଲ୍‌ ମେଡିସିନ୍‌ ବଜାର ଅନୌପଚାରିକ ଭାବେ ବନ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ, ଉଭୟ ହୋଲ୍‌ସେଲ ଓ ଖୁଚୁରା ବଜାରରେ ରକ୍ତଚାପ, ହୃଦ୍‌ରୋଗ ଓ ମଧୁମେହ ଭଳି ଅତ୍ୟାବଶ୍ୟକ ମେଡିସିନ୍‌ର ଷ୍ଟକ୍‌ ମଧ୍ୟ ସରିଆସିଲାଣି । ଏ ନେଇ ଆଲ୍ଲାବାଦ କେମିଷ୍ଟ୍‌ ଓ ଡ୍ରଗିଷ୍ଟ୍‌ ସଂଗଠନର ମୁଖ୍ୟ ଅନିଲ ଦୁବେ କହିଛନ୍ତି, ଗତ ଜାନୁଆରୀ ୨୪ ତାରିଖରୁ ହୋଲସେଲ୍‌ ଔଷଧ ବ୍ୟବସାୟୀମାନେ ଠିକ୍‌ରେ ବେପାର ପରିଚାଳନା କରିପାରୁ ନାହାନ୍ତି । 

ସେଥିପାଇଁ ଔଷଧ ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଛି । ବ୍ୟବସାୟୀଙ୍କ କହିବା ଅନୁସାରେ, ସହର ମଧ୍ୟମରେ ଯାନବାହନର ପ୍ରବେଶ ଉପରେ କଡ଼ା କଟକଣା ଯୋଗୁ ମେଡିକାଲ ସାମଗ୍ରୀ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି । ସଂଗଠନର ସଦସ୍ୟମାନେ ଜିଲ୍ଲାଧିକାରୀଙ୍କୁ ଔଷଧ ସଙ୍କଟ ବିଷୟରେ ଜଣାଇବାକୁ ଅନେକ ଥର ପ୍ରୟାସ କରିଛନ୍ତି । କିନ୍ତୁ କିଛି ଲାଭ ହୋଇନାହିଁ ବୋଲି ଦୁବେ କହିଛନ୍ତି । 

ସଙ୍ଗମ ମାର୍ଗରେ ପୁଲିସ ଓ ପ୍ରଶାସନିକ ସ୍ତରରେ କଠୋର ପରିବହନ ନିୟମ ପାଳିତ ହେଉଥିବାରୁ ମାଲ୍‌ ପରିବହନକାରୀମାନେ ଔଷଧ ଯୋଗାଣକୁ ମନା କରୁଛନ୍ତି । ତେବେ ସରକାରୀ କର୍ତ୍ତୃପକ୍ଷମାନେ ଏହାକୁ ଖଣ୍ଡନ କରିଛନ୍ତି । ଔଷଧ ବଜାର ବନ୍ଦ କରିବା ପାଇଁ ସେମାନେ କୌଣସି ଔପଚାରିକ ନିର୍ଦ୍ଦେଶାବଳୀ ଲାଗୁ କରିନାହାନ୍ତି ବୋଲି କହିଛନ୍ତି ।