ପ୍ଲାଟଫର୍ମରେ ନାଚୁ ନାଚୁ ଯୁବତୀଙ୍କ ଉଡିଲା ହୋସ, ଖାଇଲେ ଶକ୍ତ ଚାପୁଡା
ଅନେକ ଥର ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖାଯାଏ। ଏହିପରି ଭିଡିଓ ଲୋକମାନଙ୍କୁ ହସାଇଥାଏ। ଆଜିକାଲି ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ନାଚିବାବେଳେ ଏପରି କାର୍ଯ୍ୟ କରିଥିଲେ ଯେ ତାଙ୍କ ସାମ୍ନାରେ ଥିବା ଯୁବକ କ୍ରୋଧିତ ହୋଇ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ ଏବଂ ସେ ପୁଣି ନାଚିବା ଆରମ୍ଭ କଲେ। […] The post ପ୍ଲାଟଫର୍ମରେ ନାଚୁ ନାଚୁ ଯୁବତୀଙ୍କ ଉଡିଲା ହୋସ, ଖାଇଲେ ଶକ୍ତ ଚାପୁଡା appeared first on Dharitri Odia News.
ଅନେକ ଥର ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖାଯାଏ। ଏହିପରି ଭିଡିଓ ଲୋକମାନଙ୍କୁ ହସାଇଥାଏ। ଆଜିକାଲି ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ନାଚିବାବେଳେ ଏପରି କାର୍ଯ୍ୟ କରିଥିଲେ ଯେ ତାଙ୍କ ସାମ୍ନାରେ ଥିବା ଯୁବକ କ୍ରୋଧିତ ହୋଇ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ ଏବଂ ସେ ପୁଣି ନାଚିବା ଆରମ୍ଭ କଲେ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଦେଖିବା ପରେ ଲୋକମାନେ ନିଜ ହସକୁ ନିୟନ୍ତ୍ରଣ କରିପାରିନାହାନ୍ତି। ଏଥିସହିତ ଅନେକ ୟୁଜର୍ସ ମଧ୍ୟ ଯୁବତୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ନାଚିବା ସମୟରେ ଯୁବତୀ ଜଣଙ୍କ ହୋସ ହରାଇଛନ୍ତି। ଏହାପରେ ସେ ହଠାତ୍ ରେଲଓ୍ବେ ପ୍ଲାଟଫର୍ମ ଦେଇ ଯାଉଥିବା ଯୁବକଙ୍କ ସହ ଧକ୍କା ହୋଇଛନ୍ତି। ଆଉ ଯୁବକ ଜଣଙ୍କ ହାତରେ ଧରିଥବା ଜିନିଷ ଟ୍ରେନ୍ ଟ୍ରାକ୍ ଉପରେ ପଡିଯାଇଛି। ଏଥିରେ ସେ ରାଗିଯାଇ ଉକ୍ତ ଯୁବତୀଙ୍କୁ ଏକ ଶକ୍ତ ଚାପୁଡା ମାରିଛନ୍ତି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ହ୍ୟାଣ୍ଡେଲ ସିମାକାନୋଜିୟା ୮୭ ସହିତ ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଏଥି ସହିତ, ଅନେକ ଉପଭୋକ୍ତା ମଧ୍ୟ ଏହା ଉପରେ ନିଜର ମତାମତ ଦେଇଛନ୍ତି। ଲୋକମାନେ ଏହି ପୋଷ୍ଟକୁ ନେଇ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।
The post ପ୍ଲାଟଫର୍ମରେ ନାଚୁ ନାଚୁ ଯୁବତୀଙ୍କ ଉଡିଲା ହୋସ, ଖାଇଲେ ଶକ୍ତ ଚାପୁଡା appeared first on Dharitri Odia News.