ପ୍ଲାଷ୍ଟିକ୍ ଦୋକାନରେ ଅଗ୍ନିକାଣ୍ଡ, ୩ ମୃତ
ମୁମ୍ଵାଇ ୧୦।୧୧; ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରେ ଅଘଟଣ। ସେଠାରେ ସର୍ଟ ସର୍କିଟ ଯୋଗୁଁ ଏକ ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦୋକାନ ଖୋଲିବାକୁ ଯାଇଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିତିନ ନାଗ୍ରେ, ଗଜାନନ ୱାଗ, ସଲିମ ଶେଖ ବୋଲି କୁହାଯାଉଛି। ଏହି ଘଟଣା ରାତି ପ୍ରାୟ ୧ଟା ସମୟରେ ହୋଇଥିଲା। ପୂର୍ବରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲାଚଳିତ ବର୍ଷ ଏପ୍ରିଲ ମାସରେ ଛତ୍ରପତି ସମ୍ଭାଜିନଗରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଠାକାର ଅଞ୍ଚଳରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଏକ ଇଲେକ୍ଟ୍ରିକ୍ ସ୍କୁଟର ବୋଲି କୁହାଯାଉଛି। ଯାହା ଚାର୍ଜିଂ ପାଇଁ ଲଗାଯାଇଥିଲା । ଯେଉଁ କାରଣରୁ ଅଗ୍ନିକାଣ୍ଡ ଘଟି ଏହା ପାଖରେ ଥିବା ଟେଲର ଦୋକାନରେ ବ୍ୟାପିଗଲା। ନିଆଁ ଉପର ମହଲାରେ ମଧ୍ୟ ଯାଇଥିଲା। ଯେଉଁଠାରେ ଗୋଟିଏ ପରିବାର ରହୁଥିଲେ ।ଘରେ ଶୋଇଥିବା ଲୋକମାନେ ନିଆଁରୁ ବାହାରୁଥିବା ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରି ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ବେଳକୁ ଦୁଇ ନାବାଳକ, ତିନିଜଣ ମହିଳା ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସେମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମେଡିକାଲ କଲେଜକୁ ପଠାଯାଇଥିଲା।
ମୁମ୍ଵାଇ ୧୦।୧୧; ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରେ ଅଘଟଣ। ସେଠାରେ ସର୍ଟ ସର୍କିଟ ଯୋଗୁଁ ଏକ ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦୋକାନ ଖୋଲିବାକୁ ଯାଇଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିତିନ ନାଗ୍ରେ, ଗଜାନନ ୱାଗ, ସଲିମ ଶେଖ ବୋଲି କୁହାଯାଉଛି। ଏହି ଘଟଣା ରାତି ପ୍ରାୟ ୧ଟା ସମୟରେ ହୋଇଥିଲା।
ପୂର୍ବରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା
ଚଳିତ ବର୍ଷ ଏପ୍ରିଲ ମାସରେ ଛତ୍ରପତି ସମ୍ଭାଜିନଗରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଠାକାର ଅଞ୍ଚଳରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଏକ ଇଲେକ୍ଟ୍ରିକ୍ ସ୍କୁଟର ବୋଲି କୁହାଯାଉଛି। ଯାହା ଚାର୍ଜିଂ ପାଇଁ ଲଗାଯାଇଥିଲା । ଯେଉଁ କାରଣରୁ ଅଗ୍ନିକାଣ୍ଡ ଘଟି ଏହା ପାଖରେ ଥିବା ଟେଲର ଦୋକାନରେ ବ୍ୟାପିଗଲା। ନିଆଁ ଉପର ମହଲାରେ ମଧ୍ୟ ଯାଇଥିଲା। ଯେଉଁଠାରେ ଗୋଟିଏ ପରିବାର ରହୁଥିଲେ ।
ଘରେ ଶୋଇଥିବା ଲୋକମାନେ ନିଆଁରୁ ବାହାରୁଥିବା ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରି ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ବେଳକୁ ଦୁଇ ନାବାଳକ, ତିନିଜଣ ମହିଳା ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସେମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମେଡିକାଲ କଲେଜକୁ ପଠାଯାଇଥିଲା।