ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ, ୬ ଓ୍ଵିକେଟ୍‌ରେ ଜିତିଲା ହାଇଦ୍ରାବାଦ

ଲକ୍ଷ୍ନୌ: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି। ପରାଜୟ ସହ ଲକ୍ଷ୍ନୌ ଆଇପିଏଲ୍ ୨୦୨୫ର ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଛି। ଏଥିସହ ଚଳିତ ସଂସ୍କରଣରୁ ୫ ଦଳ ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ମିଚେଲ୍ ମାର୍ଶଙ୍କ  ୬୫ ରନ, ମାରକ୍ରମଙ୍କ ୬୧ ରନ ଓ ପୂରନଙ୍କ ୪୫ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ଜବାବରେ ହାଇଦ୍ରାବାଦ ସହଜରେ ୧୮.୨ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଅଭିଷେକ ଶର୍ମା ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ୧୭ ରନରେ  ପ୍ରଥମ ଝଟକା ଲାଗିଥିଲେ ହେଁ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଭଲ ଆରମ୍ଭ ଦେଇଥିଲେ। ଅଭିଷେକ ଓ ଇଶାନ କିଶନ ଦ୍ଵିତୀୟ ଓ୍ଵିକେଟ୍‌ରେ ୮୨ ରନ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ବିଶେଷ କରି ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୦ ବଲରୁ ୪ ଚୌକା ଓ ୬ ଛକା ସହ ୫୯ ରନ କରିଥିଲେ। ୧୪୦ ରନ ସ୍କୋରରେ ଇାନ ୩୫ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ହେନରିକ କ୍ଲାସେନ ଓ କାମିନ୍ଦୁ ମେଣ୍ଡିସ ଦମଦାର ବ୍ୟାଟିଂ କରି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। କ୍ଲାସେନ ୨୮

ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ, ୬ ଓ୍ଵିକେଟ୍‌ରେ ଜିତିଲା ହାଇଦ୍ରାବାଦ

ଲକ୍ଷ୍ନୌ: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି। ପରାଜୟ ସହ ଲକ୍ଷ୍ନୌ ଆଇପିଏଲ୍ ୨୦୨୫ର ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଛି। ଏଥିସହ ଚଳିତ ସଂସ୍କରଣରୁ ୫ ଦଳ ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ମିଚେଲ୍ ମାର୍ଶଙ୍କ  ୬୫ ରନ, ମାରକ୍ରମଙ୍କ ୬୧ ରନ ଓ ପୂରନଙ୍କ ୪୫ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ଜବାବରେ ହାଇଦ୍ରାବାଦ ସହଜରେ ୧୮.୨ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଅଭିଷେକ ଶର୍ମା ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। 

୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ୧୭ ରନରେ  ପ୍ରଥମ ଝଟକା ଲାଗିଥିଲେ ହେଁ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଭଲ ଆରମ୍ଭ ଦେଇଥିଲେ। ଅଭିଷେକ ଓ ଇଶାନ କିଶନ ଦ୍ଵିତୀୟ ଓ୍ଵିକେଟ୍‌ରେ ୮୨ ରନ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ବିଶେଷ କରି ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୦ ବଲରୁ ୪ ଚୌକା ଓ ୬ ଛକା ସହ ୫୯ ରନ କରିଥିଲେ। ୧୪୦ ରନ ସ୍କୋରରେ ଇାନ ୩୫ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ହେନରିକ କ୍ଲାସେନ ଓ କାମିନ୍ଦୁ ମେଣ୍ଡିସ ଦମଦାର ବ୍ୟାଟିଂ କରି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। କ୍ଲାସେନ ୨୮ ବଲରୁ ୪୭ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। କାମିନ୍ଦୁ ମେଣ୍ଡିସ ୩୨ ରନରେ ରିଟାୟର୍ଡ ହୋଇଥିଲେ ହେଁ ସେତେବେଳକୁ ହାଇଦ୍ରାବାଦର ବିଜୟ ଔପଚାରିକତା ବାକି ରହିଥିଲା। ଦଲ ୧୮.୨ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଛି। 

ଲକ୍ଷ୍ନୌ ବ୍ୟାଟିଂ 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌକୁ ଦୁଇ ଓପନର ମିଚେଲ୍ ମାର୍ଶ ଓ ଆଡନ ମାରକ୍ରମ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ଓ୍ଵିକେଟ୍‌ରେ ୧୧୫ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ମିଚେଲ୍ ମାର୍ଶ ୩୯ ବଲରୁ ୬ ଚୌକା ଓ ୪ ଛକା ସହ ୬୫ ରନ କରିଥିଲେ। ଏହା ପରେ ଅଧିନାୟକ ପନ୍ତ ନିଜର ଖରାପ ଫେର୍ମ ଜାରି ରଖି ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ। ମାରକ୍ରମ ୩୮ ବଲରୁ ୪ ଚୌକା ଓ ୪ ଛକା ସହ ୬୧ ନର କରି ପାଭିଲିୟନ ଫେରିଥିଲେ। 

ଦୁଇ ଇନ ଫର୍ମ ବ୍ୟାଟର ଆଉଟ୍ ହେବା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ତେବେ ନିକୋଲାସ ପୂରନ ୨୬ ବଲରୁ ୪୫ ରନ କରିବାରୁ ଦଳ ୨୦୦ ସ୍କୋର  କରି ପାରିଥିଲା। କାରଣ ମଧ୍ୟକ୍ରମରେ ପୂରନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଲକ୍ଷ୍ନୌ ୭ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି।