ପ୍ୟାଟ୍‌ କମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

ନୂଆଦିଲ୍ଲୀ,୪।୩: ଆଇପିଏଲ ୨୦୨୪ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ବଡ଼ ପରିବର୍ତ୍ତନ କରିଛି। ଦଳ ପ୍ୟାଟ୍‌ କମିନ୍ସଙ୍କୁ ଏହାର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗତ ସିଜିନ୍‌ ଅର୍ଥାତ୍‌ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିଥିବା ଏଡନ ମାର୍କ୍ରାମଙ୍କୁ ଛୁଟି ଦିଆଯାଇଛି। ଆଇପିଏଲ ୨୦୨୪ ପାଇଁ ଆୟୋଜିତ ନିଲାମରେ କମିନ୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା। ଏହି ମୂଲ୍ୟରେ ବିକ୍ରି ହୋଇ କମିନ୍ସ ଆଇପିଏଲ ଇତିହାସରେ ବିକ୍ରି ହୋଇଥିବା ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଥିଲେ । ବିପୁଳ […] The post ପ୍ୟାଟ୍‌ କମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ appeared first on Dharitri Odia News.

ପ୍ୟାଟ୍‌ କମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

ନୂଆଦିଲ୍ଲୀ,୪।୩: ଆଇପିଏଲ ୨୦୨୪ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ବଡ଼ ପରିବର୍ତ୍ତନ କରିଛି। ଦଳ ପ୍ୟାଟ୍‌ କମିନ୍ସଙ୍କୁ ଏହାର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗତ ସିଜିନ୍‌ ଅର୍ଥାତ୍‌ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିଥିବା ଏଡନ ମାର୍କ୍ରାମଙ୍କୁ ଛୁଟି ଦିଆଯାଇଛି। ଆଇପିଏଲ ୨୦୨୪ ପାଇଁ ଆୟୋଜିତ ନିଲାମରେ କମିନ୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା। ଏହି ମୂଲ୍ୟରେ ବିକ୍ରି ହୋଇ କମିନ୍ସ ଆଇପିଏଲ ଇତିହାସରେ ବିକ୍ରି ହୋଇଥିବା ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଥିଲେ ।

ବିପୁଳ ପରିମାଣରେ କମିନ୍ସଙ୍କୁ କିଣିଥିବା ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ କମିନ୍ସଙ୍କୁ ନୂତନ ଦାୟିତ୍ୱ ଦେଇଛି। ସୋସିଆଲ ମିଡିଆ ଜରିଆରେ ସନରାଇଜର୍ସ ହାଇଦ୍ରାବାଦ ନୂତନ ଅଧିନାୟକ ଘୋଷଣା କରିଛି। ହାଇଦ୍ରାବାଦ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛି ଯେ ଆମର ନୂତନ ଅଧିନାୟକ ପ୍ୟାଟ୍‌ କମିନ୍ସ ।

The post ପ୍ୟାଟ୍‌ କମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ appeared first on Dharitri Odia News.