ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲା ଭାରତୀୟ ମହିଳା ହକି ଦଳ

ରାଞ୍ଚି,୧୯ା୧: ପ୍ୟାରିସ ଅଲିମ୍ପିକ ୨୦୨୪କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଶୁକ୍ରବାର ରାଞ୍ଚିରେ ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଠାରୁ ୦-୧ ଗୋଲରେ ପରାସ୍ତ ହେବା ପରେ ଆଗାମୀ ପ୍ୟାରିସ ଅଲମ୍ପିକରୁ ବାଦ ପଡ଼ିଛି। ପ୍ରଥମ କ୍ୱାର୍ଟରରେ ଜାପାନ ପାଇଁ କାନା ଉରାଟା ଏକ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିଲେ ​​ଏବଂ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଜାପାନ ଅଗ୍ରଣୀ ନିଜ ସହିତ ରଖିଥିଲା। ଯେତେବେଳେ କି ଭାରତୀୟ […] The post ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲା ଭାରତୀୟ ମହିଳା ହକି ଦଳ appeared first on Dharitri Odia News.

ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲା ଭାରତୀୟ ମହିଳା ହକି ଦଳ

ରାଞ୍ଚି,୧୯ା୧: ପ୍ୟାରିସ ଅଲିମ୍ପିକ ୨୦୨୪କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଶୁକ୍ରବାର ରାଞ୍ଚିରେ ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଠାରୁ ୦-୧ ଗୋଲରେ ପରାସ୍ତ ହେବା ପରେ ଆଗାମୀ ପ୍ୟାରିସ ଅଲମ୍ପିକରୁ ବାଦ ପଡ଼ିଛି।

ପ୍ରଥମ କ୍ୱାର୍ଟରରେ ଜାପାନ ପାଇଁ କାନା ଉରାଟା ଏକ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିଲେ ​​ଏବଂ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଜାପାନ ଅଗ୍ରଣୀ ନିଜ ସହିତ ରଖିଥିଲା। ଯେତେବେଳେ କି ଭାରତୀୟ ଟିମ୍ କୌଣସି ଗୋଲ କରିବାରେ ବିଫଳ ହୋଇଥିଲେ।

ଗୁରୁବାର ଜର୍ମାନୀଠାରୁ ସୁଟଆଉଟରେ ୩-୪-ଗୋଲରେ ପରାସ୍ତ ହେବା ପରେ ଭାରତ ଜାପାନ ବିପକ୍ଷ ମ୍ୟାଚ୍ ଜିତିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା। ୨୦୨୧ରେ ଟୋକିଓ ଅଲମ୍ପିକରେ ଐତିହାସିକ ଚତୁର୍ଥ ସ୍ଥାନରେ ରହିଥିଲା। ତେବେ ଆଗାମୀ ପ୍ୟାରିସ ଅଲମ୍ପିକ ପାଇଁ ଟିକେଟ ବୁକ୍ କରିବାରେ ବିଫଳ ହେବା ଭାରତୀୟ ଟିମ୍ ପାଇଁ ଏକ ବଡ଼ ଝଟକା ଲାଗିଛି।

 

The post ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲା ଭାରତୀୟ ମହିଳା ହକି ଦଳ appeared first on Dharitri Odia News.