ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଡବଲ ଧମାକା: ଅବନୀଙ୍କୁ ସ୍ୱର୍ଣ୍ଣ, ମୋନାଙ୍କୁ ବ୍ରୋଞ୍ଜ
ନୂଆଦିଲ୍ଲୀ,୩୦।୮: ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ଭାରତୀୟ ସୁଟର ଅବାନୀ ଲେଖରା ଚମତ୍କାର କରିଛନ୍ତି। ଶୁକ୍ରବାର ମହିଳା ୧୦ ମିଟର ଏୟାର ରାଇଫଲ (SH1) ଇଭେଣ୍ଟରେ ଅବାନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅବନୀ ପାରାଲିମ୍ପିକ୍ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସମାନ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଦୁଇଟି ପଦକ ସହିତ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ଭାରତର ଖାତା ଖୋଲିଛି। ଫାଇନାଲରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରିଥିଲେ, ଯାହା […] The post ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଡବଲ ଧମାକା: ଅବନୀଙ୍କୁ ସ୍ୱର୍ଣ୍ଣ, ମୋନାଙ୍କୁ ବ୍ରୋଞ୍ଜ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୮: ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ଭାରତୀୟ ସୁଟର ଅବାନୀ ଲେଖରା ଚମତ୍କାର କରିଛନ୍ତି। ଶୁକ୍ରବାର ମହିଳା ୧୦ ମିଟର ଏୟାର ରାଇଫଲ (SH1) ଇଭେଣ୍ଟରେ ଅବାନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅବନୀ ପାରାଲିମ୍ପିକ୍ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସମାନ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଦୁଇଟି ପଦକ ସହିତ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ଭାରତର ଖାତା ଖୋଲିଛି।
ଫାଇନାଲରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରିଥିଲେ, ଯାହା ପାରାଲିମ୍ପିକ୍ ରେକର୍ଡ ଅଟେ। ଅନ୍ୟପଟେ ବ୍ରୋଞ୍ଜ ପଦକ ବିଜେତା ମୋନା ୨୨୮.୭ ପଏଣ୍ଟ ହାସଲ କରିଥିଲେ। ଟୋକିଓ ପାରାଲିମ୍ପିକ୍ସ (୨୦୨୦) ରେ ସମାନ ଇଭେଣ୍ଟରେ ଅବନୀ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସରେ ସେ ତାଙ୍କର ଦମଦାର ପ୍ରଦର୍ଶନ ବଳରେ ନିଜର ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଏହି ପ୍ରତିଯୋଗିତାରେ ଦକ୍ଷିଣ କୋରିଆର ଲି ୟୁନ୍ରି ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ୫୦ ମିଟର ରାଇଫଲ ୩ ପୋପଜିସନରେ ଅବନୀ ବ୍ରୋଞ୍ଜ ପଦକ ଜିତିଥିଲେ। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଅବାନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍।
The post ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଡବଲ ଧମାକା: ଅବନୀଙ୍କୁ ସ୍ୱର୍ଣ୍ଣ, ମୋନାଙ୍କୁ ବ୍ରୋଞ୍ଜ appeared first on Dharitri Odia News.