ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ

ପ୍ୟାରିସରେ ମୋଦି । ଏବେ ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀ ସେମାନଙ୍କ ନିକଟକୁ ଯାଇ ହାତ ମିଳାଇଥିଲେ । ରାତିରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ଦେଶର ଶୀର୍ଷ ନେତା ବି ଯୋଗଦେଇଥିଲେ । ଫ୍ରାନ୍ସର ପ୍ରିସଦ୍ଧ […] The post ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ appeared first on KNews Odisha.

ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ
modi e

ପ୍ୟାରିସରେ ମୋଦି । ଏବେ ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀ ସେମାନଙ୍କ ନିକଟକୁ ଯାଇ ହାତ ମିଳାଇଥିଲେ । ରାତିରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ଦେଶର ଶୀର୍ଷ ନେତା ବି ଯୋଗଦେଇଥିଲେ । ଫ୍ରାନ୍ସର ପ୍ରିସଦ୍ଧ ଏଲିସି ପ୍ୟାଲେସରେ ଡିନର କାର୍ଯ୍ୟକ୍ରମ ହୋଇଥିଲା ।  ଆଜି ଏଆଇ ଆକ୍ସନ ସମିଟ-୨୦୨୫ରେ ରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ମିଶି ମୋଦି ସହ ଅଧ୍ୟକ୍ଷତା କରିବେ । ମାକ୍ରନଙ୍କ ସହ ଦ୍ବିପାକ୍ଷିକ ବୈଠକରେ ବି ଯୋଗଦେବେ ।  ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଚୀନର ଉପପ୍ରଧାନମନ୍ତ୍ରୀ ବି ଯୋଗଦେବେ ।  ଏହା ମୋଦିଙ୍କ ସପ୍ତମ ଫ୍ରାନ୍ସ ଗସ୍ତ ।

ଏହାପରେ ଆସନ୍ତାକାଲି ସେ ଆମେରିକା ଗସ୍ତ କରି ୱାସିଂଟନ ଡିସିରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ଏବଂ ତାଙ୍କର ଆମେରିକା ଗସ୍ତ ଭାରତ-ଆମେରିକା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ । ରାଷ୍ଟ୍ରପତି ମାକ୍ରନ୍‌ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଫେବ୍ରୁଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବେ ।  ଫ୍ରାନ୍ସ ଗସ୍ତ ପରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ଏବଂ ଆମେରିକା ପ୍ରଶାସନର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ପାଇଁ ଆମେରିକା ଯିବେ । ଫେବ୍ରୁଆରି ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦି ।

ଆହୁରି ପଢ଼ନ୍ତୁ :  ରାଉସ୍ ଷ୍ଟଡି ସର୍କଲ ମାମଲା: ସିଇଓ ଅଭିଷେକ ଗୁପ୍ତାଙ୍କୁ ନିୟମିତ ଜାମିନ ଦେଲେ କୋର୍ଟ

The post ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ appeared first on KNews Odisha.