ପ୍ୟାରିସ୍ ଅଲିମ୍ପିକ୍ସ ଆଉ ୮୩ ଦିନ; ଭାଷାକୁ ନେଇ ଉଠିଲା ବିବାଦ, ‘ଇଂରାଜୀ ନୁହେଁ ଫ୍ରେଞ୍ଚ୍କୁ ଦିଅ ଗୁରୁତ୍ବ’
ପ୍ୟାରିସ,୦୪/୦୫: ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୮୩ ଦିନ ବାକି । ମାତ୍ର ଏହା ପୂର୍ବରୁ ନୂଆ ନୂଆ ଘଟଣା କ୍ରୀଡ଼ା ଆୟୋଜକଙ୍କ ପାଇଁ ଆହ୍ୱାନ ପାଲଟିଛି । ପୂର୍ବରୁ ଫ୍ରାନ୍ସ ସରକାର ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କୁ ‘ଅଲିମ୍ପିକ୍ସ ବୋନସ୍’ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ହୋଇ ନଥିବାରୁ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇଛନ୍ତି । ସେହିପରି ମଧ୍ୟପ୍ରାଚ୍ୟରେ ପରିବେଶ ଅଶାନ୍ତ ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଉଦ୍ଘାଟନୀ ଉତ୍ସବ କେଉଁଠି ଆୟୋଜିତ ହେବ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । କ୍ରୀଡ଼ା ସମୟରେ ଇଂରାଜୀ ଭାଷାର ବହୁଳ ବ୍ୟବହାରକୁ ଫ୍ରାନ୍ସ ସଂସଦର ନିମ୍ନ ସଦନରେ ସାଂସଦମାନେ ବିରୋଧ କରିଛନ୍ତି । ଇଂରାଜୀ ଅପେକ୍ଷା ଯେତେଦୂର ସମ୍ଭବ ଅଧିକରୁ ଅଧିକ ଫ୍ରେଞ୍ଚ୍ ଭାଷା କ୍ରୀଡ଼ା ସମୟରେ ବ୍ୟବହୃତ ହୁଏ, ଏହାକୁ ନେଇ ନିମ୍ନ ସଦନରେ ଏକ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡ଼ା ଆୟୋଜକ, କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ସାମ୍ବାଦିକମାନଙ୍କୁ ଫ୍ରେଞ୍ଚ୍ ଭାଷା ବ୍ୟବହାର କରିବାକୁ କୁହାଯାଇଛି । ସାଂସଦ ଆନି ଜେନେଭାର୍ଡ କହିଛନ୍ତି, ‘ଅଲିମ୍ପିକ୍ସ କ୍ରୀଡ଼ା ଆମ ଭାଷାର ପ୍ରଭାବକୁ ହ୍ରାସ କରୁଛି ।' କ୍ରୀଡ଼ାର ସ୍ଲୋଗାନ, ବିଜ୍ଞାପନ ଓ ଘୋଷଣା ପତ୍ର ପ୍ରଭୃତିରେ ଇଂରାଜୀ ଭାଷାର ବ୍ୟବହାର ହେଉଛି । ସଂସଦରେ ବିତର୍କ ସମୟରେ ସାଂସଦମାନେ ଏହା ଉପରେ ଆଲୋଚନା କରିଛନ୍ତି । ୧୯୯୪ ମସିହାରେ ଫ୍ରେଞ୍ଚ ଭାଷା
ପ୍ୟାରିସ,୦୪/୦୫: ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୮୩ ଦିନ ବାକି । ମାତ୍ର ଏହା ପୂର୍ବରୁ ନୂଆ ନୂଆ ଘଟଣା କ୍ରୀଡ଼ା ଆୟୋଜକଙ୍କ ପାଇଁ ଆହ୍ୱାନ ପାଲଟିଛି । ପୂର୍ବରୁ ଫ୍ରାନ୍ସ ସରକାର ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କୁ ‘ଅଲିମ୍ପିକ୍ସ ବୋନସ୍’ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ହୋଇ ନଥିବାରୁ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇଛନ୍ତି ।
ସେହିପରି ମଧ୍ୟପ୍ରାଚ୍ୟରେ ପରିବେଶ ଅଶାନ୍ତ ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଉଦ୍ଘାଟନୀ ଉତ୍ସବ କେଉଁଠି ଆୟୋଜିତ ହେବ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । କ୍ରୀଡ଼ା ସମୟରେ ଇଂରାଜୀ ଭାଷାର ବହୁଳ ବ୍ୟବହାରକୁ ଫ୍ରାନ୍ସ ସଂସଦର ନିମ୍ନ ସଦନରେ ସାଂସଦମାନେ ବିରୋଧ କରିଛନ୍ତି । ଇଂରାଜୀ ଅପେକ୍ଷା ଯେତେଦୂର ସମ୍ଭବ ଅଧିକରୁ ଅଧିକ ଫ୍ରେଞ୍ଚ୍ ଭାଷା କ୍ରୀଡ଼ା ସମୟରେ ବ୍ୟବହୃତ ହୁଏ, ଏହାକୁ ନେଇ ନିମ୍ନ ସଦନରେ ଏକ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡ଼ା ଆୟୋଜକ, କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ସାମ୍ବାଦିକମାନଙ୍କୁ ଫ୍ରେଞ୍ଚ୍ ଭାଷା ବ୍ୟବହାର କରିବାକୁ କୁହାଯାଇଛି ।
ସାଂସଦ ଆନି ଜେନେଭାର୍ଡ କହିଛନ୍ତି, ‘ଅଲିମ୍ପିକ୍ସ କ୍ରୀଡ଼ା ଆମ ଭାଷାର ପ୍ରଭାବକୁ ହ୍ରାସ କରୁଛି ।' କ୍ରୀଡ଼ାର ସ୍ଲୋଗାନ, ବିଜ୍ଞାପନ ଓ ଘୋଷଣା ପତ୍ର ପ୍ରଭୃତିରେ ଇଂରାଜୀ ଭାଷାର ବ୍ୟବହାର ହେଉଛି । ସଂସଦରେ ବିତର୍କ ସମୟରେ ସାଂସଦମାନେ ଏହା ଉପରେ ଆଲୋଚନା କରିଛନ୍ତି ।
୧୯୯୪ ମସିହାରେ ଫ୍ରେଞ୍ଚ ଭାଷାର ସୁରକ୍ଷା ପାଇଁ ସଂସଦରେ ଏକ ସ୍ୱତନ୍ତ୍ର ଆଇନ ପାରିତ ହୋଇଥିଲା । ଯାହାକୁ ‘ଟୌବୋନ ଲ’ ବୋଲି କୁହାଯାଏ । ଏହି ଆଇନ ଅନୁସାରେ, ବିଜ୍ଞାପନ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଘୋଷଣା ଇତ୍ୟାଦିରେ ଫ୍ରେଞ୍ଚ୍ ଭାଷା ବ୍ୟବହାର ପାଇଁ ବାଧ୍ୟତାମୂଳକ ହୋଇଥିଲା ।
କିନ୍ତୁ ଅଲିମ୍ପିକ୍ସ କ୍ରୀଡ଼ା ଆରମ୍ଭ ହେବା ଦିନରୁ ଇଂରାଜୀର ପ୍ରାଧାନ୍ୟ ରହି ଆସିଛି । ବିଦେଶୀ କ୍ରୀଡ଼ାବିତ ଓ ପର୍ଯ୍ୟଟକମାନେ ଭାବ ବିନିୟମର ଏକ ମାତ୍ର ମାଧ୍ୟମ ଏହା ପାଲଟିଛି । ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନଦାତାମାନେ ମଧ୍ୟ ଇଂରାଜୀକୁ ଗୁରୁତ୍ୱ ଦେଇଥାନ୍ତି ।
ପ୍ରଥମ ଥର ଆୟୋଜକ ଫ୍ରାନ୍ସ ଖୋଲା ଆକାଶ ତଳେ ଅଲିମ୍ପିକ୍ସ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବ ଆୟୋଜନ କରିବାକୁ ଯାଉଛି । ସେନ ନଦୀରେ ଏହି ଉତ୍ସବ ଆୟୋଜିତ ହେବ । କିଛି ଜଳ କ୍ରୀଡ଼ାର ଇଭେଣ୍ଟ ମଧ୍ୟରେ ନଦୀରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ମାତ୍ର ନଦୀ ଦଳ ଦୂଷିତ ଥିବାରୁ ଏଠାରେ ପ୍ରତିଯୋଗିତା ଆୟୋଜନ ସମ୍ଭବ ହେବ କି ନାହିଁ ତାହା ପ୍ରଶ୍ନବାଚୀ ହୋଇଛି । କିନ୍ତୁ ନଦୀ ପାଣିକୁ ପରିଷ୍କାର କରାଯିବାର ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇ ଯାଇଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ପାଣିକୁ ପ୍ରଦୂଷଣ ମୁକ୍ତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଶେଷ ଥର ୧୯୨୪ରେ ପ୍ୟାରିସରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ହୋଇଥିଲା । ପୁଣି ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସକୁ କ୍ରୀଡ଼ା ଫେରିଛି । ନଦୀରେ ଭାସମାନ ମଞ୍ଚରେ ଉଦ୍ଘାଟନୀ ଉତ୍ସବ ଆୟୋଜନ କରାଯିବ । ଦୀର୍ଘ ୬ କି.ମି ଏହା ଯାତ୍ରା କରିବ । ଉଦ୍ଘାଟନୀ ପରେଡରେ ୧୦୫୦୦ ଖେଳାଳି ଭାଗ ନେବେ । ସେମିତି ପୂର୍ବରୁ ୬ ଲକ୍ଷ ଦର୍ଶକ ଉତ୍ସବର ପ୍ରତ୍ୟକ୍ଷ ଆନନ୍ଦ ନେବେ ବୋଲି ଆୟୋଜକ ଯୋଜନା ରଖିଥିଲେ । କିନ୍ତୁ ଏହାକୁ ୩ ଲକ୍ଷକୁ ହ୍ରାସ କରାଯିବ ବୋଲି ‘ଫ୍ରାନ୍ସ୨୪’ ତା’ର ରିପୋର୍ଟରେ ଦର୍ଶାଇଛି । ‘କ୍ରୀଡ଼ା ଆୟୋଜନକୁ ନେଇ ଆମେ ଆମର ଯୋଜନା ଅନୁସାରେ କାର୍ଯ୍ୟ ଜାରି ରଖିଛୁ । ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ପ୍ଲାନ ବି ଏବଂ ସି’ ପ୍ରସ୍ତୁତ ଥିବା ରାଷ୍ଟ୍ରପତି ମାକ୍ରମ କହିଥିଲେ ।