ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ପଦାର୍ପଣ କରିବେ ୫ ଜଣ, ମଙ୍ଗ ଧରିବେ ଏହି ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ। ଏଥିପାଇଁ ବୁଧବାର ୧୬ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ହରମନପ୍ରୀତ ସିଂଙ୍କୁ ଅଧିନାୟକ ଏବଂ ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ଦାୟିତ୍ଵ ମିଳିଛି। ଭାରତୀୟ ଦଳରେ ୫ ଜଣ ନବାଗତଙ୍କୁ ସାମିଲ୍ କରାଯାଇଛି, ଯେଉଁମାନେ ପ୍ରଥମ ଥର ଅଲିମ୍ପିକ୍ସରେ ପଦାର୍ପଣ କରିବେ। ଦଳରେ ଅନେକ ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯାଇଛି।ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳ ଗ୍ରୁପ ବିରେ ରହିଛି। ଏହି ଗ୍ରୁପରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ରହିଛି। ଗ୍ରୁପର ଶୀର୍ଷ ୪ ଦଳ କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିବେ। ଭାରତୀୟ ଦଳ ସଂପ୍ରତି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ସ୍ଥିତ ଜାତୀୟ ଶିବିରରେ ଅଲିମ୍ପିକ୍ସ ପ୍ରସ୍ତୁତି କରୁଛି। ଅନୁଭବୀ ଗୋଲ୍‌ କିପର ପିଆର ଶ୍ରୀଜେଶ ଓ ମିଡ ଫିଲଡର ମନପ୍ରୀତ ସିଂ ଚତୁର୍ଥ ଥର ଅଲିମ୍ପିକ୍ସରେ ଭାଗ ନେଉଥିବା ବେଳେ ଅଧିନାୟକ ହରମନପ୍ରୀତଙ୍କ ଏହା ତୃତୀୟ ଅଲିମ୍ପିକ୍ସ ହେବ। ଯେଉଁ ୫ ଖେଳାଳି ଅଲିମ୍ପିକ୍ସରେ ପଦାର୍ପଣ କରିବେ ସେମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ୍, ଅଭିଷେକ ଓ ସୁଖଜିତ ସିଂ ସାମିଲ। Also read: ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କହିଲେ ୱାର୍ଣ୍ଣର, ମ୍ୟାଚ୍‌ ହାରିବା ପରେ ଚୁପ୍‌ଚାପ ନେଇଗଲେ ସନ୍ୟାସ

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ପଦାର୍ପଣ କରିବେ ୫ ଜଣ, ମଙ୍ଗ ଧରିବେ ଏହି ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ। ଏଥିପାଇଁ ବୁଧବାର ୧୬ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ହରମନପ୍ରୀତ ସିଂଙ୍କୁ ଅଧିନାୟକ ଏବଂ ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ଦାୟିତ୍ଵ ମିଳିଛି। ଭାରତୀୟ ଦଳରେ ୫ ଜଣ ନବାଗତଙ୍କୁ ସାମିଲ୍ କରାଯାଇଛି, ଯେଉଁମାନେ ପ୍ରଥମ ଥର ଅଲିମ୍ପିକ୍ସରେ ପଦାର୍ପଣ କରିବେ। ଦଳରେ ଅନେକ ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯାଇଛି।

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳ ଗ୍ରୁପ ବିରେ ରହିଛି। ଏହି ଗ୍ରୁପରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ରହିଛି। ଗ୍ରୁପର ଶୀର୍ଷ ୪ ଦଳ କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିବେ। ଭାରତୀୟ ଦଳ ସଂପ୍ରତି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ସ୍ଥିତ ଜାତୀୟ ଶିବିରରେ ଅଲିମ୍ପିକ୍ସ ପ୍ରସ୍ତୁତି କରୁଛି। ଅନୁଭବୀ ଗୋଲ୍‌ କିପର ପିଆର ଶ୍ରୀଜେଶ ଓ ମିଡ ଫିଲଡର ମନପ୍ରୀତ ସିଂ ଚତୁର୍ଥ ଥର ଅଲିମ୍ପିକ୍ସରେ ଭାଗ ନେଉଥିବା ବେଳେ ଅଧିନାୟକ ହରମନପ୍ରୀତଙ୍କ ଏହା ତୃତୀୟ ଅଲିମ୍ପିକ୍ସ ହେବ। ଯେଉଁ ୫ ଖେଳାଳି ଅଲିମ୍ପିକ୍ସରେ ପଦାର୍ପଣ କରିବେ ସେମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ୍, ଅଭିଷେକ ଓ ସୁଖଜିତ ସିଂ ସାମିଲ। 

Also read: ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କହିଲେ ୱାର୍ଣ୍ଣର, ମ୍ୟାଚ୍‌ ହାରିବା ପରେ ଚୁପ୍‌ଚାପ ନେଇଗଲେ ସନ୍ୟାସ

ଟୋକିଓରେ ୪୧ ବର୍ଷ ଅନ୍ତରାଳ ପରେ ପଦକ ଜିତି ଐତିହାସିକ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳର ଡିଫେଣ୍ଡର ରୁପିନ୍ଦରପାଲ ସିଂ ଓ ବୀରେନ୍ଦ୍ର ଲାକ୍ରା ସନ୍ନ୍ୟାସ ନେଇ ସାରିଥିବା ବେଳେ ସୁରେନ୍ଦ୍ର କୁମାର ଦଳରୁ ବାହାରେ ଅଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳରେ ଥିବା ନୀଳକାନ୍ତ ଶର୍ମାଙ୍କୁ ବିକଳ୍ପ ଖେଳାଳି ଭାବେ ସୁଯୋଗ ମିଳିଛି। 

ଭାରତୀୟ ଦଳ ନିଜର ଅଭିଯାନ ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରୁ ଆରମ୍ଭ କରିବ। ଏହା ପରେ ଜୁଲାଇ ୨୯ରେ ଆର୍ଜେଣ୍ଟିନା ସହ ମୁକାବିଲା ରହିଛି। ଜୁଲାଇ ୩୦ରେ ଆୟରଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଓ ଅଗଷ୍ଟ ୨ରେ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ରହିଛି। ଏ ପର୍ଯ୍ୟନ୍ତ ଭାରତ ଅଲିମ୍ପିକ୍ସରେ ୮ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନୋଟି କାଂସ୍ୟ ସହ ମୋଟ୍ ୧୨ଟି ପଦକ ଜିତିଛି। 

ଭାରତୀୟ ହକି ଦଳ

ଗୋଲକିପର- ପିଆର ଶ୍ରୀଜେଶ

ଡିଫେଣ୍ଡର-  ଜରମନପ୍ରୀତ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ, ସୁମିତ, ସଞ୍ଜୟ।

ମିଡଫିଲ୍ଡର- ରାଜକୁମାର ପାଲ୍, ଶମଶେର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ।

ଫରଓ୍ଵାର୍ଡ- ଅଭିଷେକ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନ୍ଦୀପ ସିଂ, ଗୁରଞ୍ଜନ ସିଂ।

ବିକଳ୍ପ ଖେଳାଳି- ନୀଳକାନ୍ତ ଶର୍ମା, ଗୁରଜାଗ ସିଂ, କୃଷ୍ଣ ବାହାଦୂର ପାଠକ।