ପ୍ୟାରିସ୍ ଅଲିମ୍ପିକ୍ସ ଶେଷ; ସମାପନ ସମାରୋହରେ ଝୁମିଲେ ଦର୍ଶକ, ଶୀର୍ଷରେ ଆମେରିକା, ଭାରତକୁ ମିଳିଛି ୬ ପଦକ

ପ୍ୟାରିସ୍‌, ୧୨/୮: ୩୩ତମ କ୍ରୀଡ଼ା ମହାକୁମ୍ଭ ଶେଷ ହୋଇଛି । ପ୍ୟାରିସ୍ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ଚମକିଲେ ହଲିଉଡ୍ କଳାକାର । ଭାରତକୁ ପକ୍ଷରୁ ତ୍ରିରଙ୍ଗା ଉଡ଼ାଇଥିଲେ ସୁଟର ମନୁ ଭାକର ଏବଂ ପି.ଆର୍ ଶ୍ରୀଜେଶ୍ । ପ୍ୟାରସ୍ ଅଲିମ୍ପିକ୍ସରେ ଦଳଗତ ପ୍ରଦର୍ଶନରେ ଶୀର୍ଷରେ ରହିଛି ଆମେରିକା । ଡୋପିଂ ବିବାଦ, ପରୀକ୍ଷା  ନିରୀକ୍ଷା, ଓ କଡ଼ା କଟକଣା ସତ୍ତ୍ବେ ଚୀନ୍‌ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଗତ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଦୋହରାଇ ଜାପାନ୍‌ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ସେହିପରି ଭାରତ ୭୧ତମ ସ୍ଥାନରେ ରହିଛି । ପଦକ ତାଲିକାରେ ୟୁଏସଏ ଓ ଚୀନ୍‌ ମଧ୍ୟରେ କଡ଼ା ଟକ୍ମର ହୋଇଥିଲା । ପ୍ରତିଯୋଗିତାର ଅନ୍ତିମ ଇଭେଣ୍ଟ୍‌ ମହିଳା ବାସ୍କେଟବଲ୍‌ ବଳରେ ୟୁଏସ୍‌ଏ ଶୀର୍ଷକୁ ଉନ୍ନୀତ ହୋଇଥିଲା । ୟୁଏସଏ ଦଳ ୪୦   ସ୍ୱର୍ଣ୍ଣ, ୪୪ ରୌପ୍ୟ ଓ ୪୨ ବ୍ରୋଞ୍ଜ ସହ ମୋଟ୍‌ ୧୨୬ଟି ପଦକ ଜିତିଥିବାବେଳେ ଚୀନ୍‌ ୪୦ସ୍ୱର୍ଣ୍ଣ,  ୨୭ ରୌପ୍ୟ ଓ ୨୪ ବ୍ରୋଞ୍ଜ ସହ ମୋଟ୍‌ ୯୧ଟି ମେଡାଲ ହାତେଇଛି । ଅଲିମ୍ପିକ୍ସ ଇତିହାସରେ ଚୀନ୍‌ର ଏହା ଶ୍ରେଷ୍ଠ  ସଫଳତା ରହିଥିଲା ।  ଅଲିମ୍ପିକ୍ସର ମୋଟ୍‌ ୩୩ଟି ସଂସ୍କରଣ ମଧ୍ୟରୁ  ୟୁଏସଏ ୧୯ ଥର ପଦକ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାରେ ସଫଳ ହୋଇଛି । ଚଳିତ ଅଲିମ୍ପିକ୍ସରେ ଭାରତକୁ ୬ଟି ପଦକ ମିଳିଛି । ସୁଟିଂରେ ୩ଟି ବ୍ରୋଞ୍ଜ ପଦକ ମିଳିଥିବା ବେଳେ ଭାରତୀୟ ହକି ଦଳକୁ ଗୋଟିଏ ଏବଂ ରେସଲ

ପ୍ୟାରିସ୍ ଅଲିମ୍ପିକ୍ସ ଶେଷ; ସମାପନ ସମାରୋହରେ ଝୁମିଲେ ଦର୍ଶକ, ଶୀର୍ଷରେ ଆମେରିକା, ଭାରତକୁ ମିଳିଛି ୬ ପଦକ

ପ୍ୟାରିସ୍‌, ୧୨/୮: ୩୩ତମ କ୍ରୀଡ଼ା ମହାକୁମ୍ଭ ଶେଷ ହୋଇଛି । ପ୍ୟାରିସ୍ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ଚମକିଲେ ହଲିଉଡ୍ କଳାକାର । ଭାରତକୁ ପକ୍ଷରୁ ତ୍ରିରଙ୍ଗା ଉଡ଼ାଇଥିଲେ ସୁଟର ମନୁ ଭାକର ଏବଂ ପି.ଆର୍ ଶ୍ରୀଜେଶ୍ । ପ୍ୟାରସ୍ ଅଲିମ୍ପିକ୍ସରେ ଦଳଗତ ପ୍ରଦର୍ଶନରେ ଶୀର୍ଷରେ ରହିଛି ଆମେରିକା । ଡୋପିଂ ବିବାଦ, ପରୀକ୍ଷା  ନିରୀକ୍ଷା, ଓ କଡ଼ା କଟକଣା ସତ୍ତ୍ବେ ଚୀନ୍‌ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଗତ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଦୋହରାଇ ଜାପାନ୍‌ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ସେହିପରି ଭାରତ ୭୧ତମ ସ୍ଥାନରେ ରହିଛି । 

ପଦକ ତାଲିକାରେ ୟୁଏସଏ ଓ ଚୀନ୍‌ ମଧ୍ୟରେ କଡ଼ା ଟକ୍ମର ହୋଇଥିଲା । ପ୍ରତିଯୋଗିତାର ଅନ୍ତିମ ଇଭେଣ୍ଟ୍‌ ମହିଳା ବାସ୍କେଟବଲ୍‌ ବଳରେ ୟୁଏସ୍‌ଏ ଶୀର୍ଷକୁ ଉନ୍ନୀତ ହୋଇଥିଲା । ୟୁଏସଏ ଦଳ ୪୦   ସ୍ୱର୍ଣ୍ଣ, ୪୪ ରୌପ୍ୟ ଓ ୪୨ ବ୍ରୋଞ୍ଜ ସହ ମୋଟ୍‌ ୧୨୬ଟି ପଦକ ଜିତିଥିବାବେଳେ ଚୀନ୍‌ ୪୦ସ୍ୱର୍ଣ୍ଣ,  ୨୭ ରୌପ୍ୟ ଓ ୨୪ ବ୍ରୋଞ୍ଜ ସହ ମୋଟ୍‌ ୯୧ଟି ମେଡାଲ ହାତେଇଛି । ଅଲିମ୍ପିକ୍ସ ଇତିହାସରେ ଚୀନ୍‌ର ଏହା ଶ୍ରେଷ୍ଠ  ସଫଳତା ରହିଥିଲା ।  ଅଲିମ୍ପିକ୍ସର ମୋଟ୍‌ ୩୩ଟି ସଂସ୍କରଣ ମଧ୍ୟରୁ  ୟୁଏସଏ ୧୯ ଥର ପଦକ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାରେ ସଫଳ ହୋଇଛି । ଚଳିତ ଅଲିମ୍ପିକ୍ସରେ ଭାରତକୁ ୬ଟି ପଦକ ମିଳିଛି । ସୁଟିଂରେ ୩ଟି ବ୍ରୋଞ୍ଜ ପଦକ ମିଳିଥିବା ବେଳେ ଭାରତୀୟ ହକି ଦଳକୁ ଗୋଟିଏ ଏବଂ ରେସଲିଂରେ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି । ସେହିପରି ଜାଭେଲିନ୍ ଫିଙ୍ଗାଳୀ ଚୀରଜ ଚୋପ୍ରାଙ୍କୁ ଗୋଟିଏ ରୌପ୍ୟ ପଦକ ମିଳିଛି । 

ପ୍ୟାରିସ୍ ଅଲିମ୍ପିକ୍ସ ସମାପନ ହେବା ସହିତ ବିଶ୍ବ କ୍ରୀଡ଼ା ଇତିହାସରେ ଅନେକ ନୂଆ ଏବଂ କିଛି ବିତର୍କିତ  ଅଧ୍ୟାୟ ଯୋଡ଼ି ହୋଇଛି । ଷ୍ଟାଡି ଡି’ ଫ୍ରାନ୍ସରେ ଆୟୋଜିତ ଏବି ମନ୍ତ୍ରମୁଗ୍ଧକର ଉଦଯାପନୀ ଉତ୍ସବରେ   ବିଲି ଇଲିସ୍, ସୁପ୍ ଡଗ୍, ରେଡ୍ ହଟ୍ ଚିଲି ପିପର୍ସ ଏବଂ ପାଞ୍ଚ ଥର ଗ୍ରାମୀ ପୁରସ୍କାର ବିଜୟିନୀ ଏଚ.ଇ. ଆରଙ୍କ ଭଳି ପ୍ରତିଷ୍ଠିତ ସଂଗୀତକାର ସଂଗୀତ ପରିବେଷଣ କରିଥିଲେ । ଲେଜର ଲାଇଟରେ ଆଖି ଝଲସି ଉଠିଥିଲେ । ଶହେରୁ ଅଧିକ କଳକାର ମନମୁଗ୍ଧ କଲା ଭଳି ନୃତ୍ୟ ପରିବେଷଣ କରିଥିଲେ । ପ୍ରାୟ ୮୦ ହଜାରରୁ ଅଧିକ ଦର୍ଶକ ଏହି ସମାପନ ସମାରୋହକୁ ଦେଖିଥିଲେ । ...