ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ...

ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। 

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ...

ପ୍ୟାରିସ୍ ଅଲିମ୍ପିକ୍ସରେ ଆଜିଠୁ ଭାରତର ଅଭିଯାନ। ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିଛି ଦେଶବାସୀଙ୍କ ନଜର। ୧୭ ଦିନ ଧରି ଚାଲିବ ପ୍ୟାରିସ୍ ଅଲିମ୍ପିକ୍ସ। ମେଡାଲ୍ ପାଇଁ ଲଢ଼ିବେ ୨୦୦ରୁ ଅଧିକ ଦେଶର ୧୦ ହଜାର ଆଥଲେଟ୍। 

ଏଥର ଅଧିକ ମେଡାଲ୍ ଆଶା ରଖିଛି ଭାରତ। ଜାଭେଲିନରେ ଗୋଲଡେନ୍ ବୟ ନୀରଜଙ୍କ ସହ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଭାରତୀୟ ହକି ଟିମରେ ଅଛନ୍ତି ଓଡ଼ିଆ ପୁଅ ଅମିତ୍ ରୋହିଦାସ।

ଅଧିକ ପଢ଼ନ୍ତୁ: ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ BCCIର ବଡ଼ ଘୋଷଣା...

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତରୁ ୧୧୭ ଜଣିଆ କଣ୍ଟିନଜେଣ୍ଟ ଭାଗ ନେବେ। ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଆଥଲେଟ ଏଥିରେ ଭାଗନେବାକୁ ଥିବା ବେଳେ, ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୨୯ ଜଣ, ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ସହ ୬୭ ଜଣ କୋଚ୍ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମେମ୍ବର ଯାଇଛନ୍ତି ପ୍ୟାରିସ । 

ହରିୟାଣାରୁ ସର୍ବାଧିକ ୨୫ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ୧୮ ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି । ସେହିପରି ତୃତୀୟରେ ତାମିଲନାଡୁର ସର୍ବାଧିକ ୧୨ ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଅଂଶଗ୍ରହଣ କରିବେ ।