ପ୍ୟାରିସ୍ ଅଲିମ୍ପିକ୍ସରେ ନିଆର ଦୃଶ୍ୟ, ଫଟୋ ସେସନ୍ ବେଳେ ପାର୍ଟନରଙ୍କୁ ବିବାହ ପାଇଁ ନିବେଦନ କଲେ ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଛି । ଶୁକ୍ରବାର ଅଲିମ୍ପିକ୍ସର ଉଦଘାଟନ୍ ସମାରୋହ ଥିଲା । ତେବେ ଚଳିତ ବର୍ଷ ଅଲିମ୍ପିକ୍ସ ଆରମ୍ଭ ପ୍ରେମ ନିବେଦନର କିଛି ମଧୁର ମୁହୂର୍ତ୍ତରୁ ଆରମ୍ଭ ହୋଇଛି କହିଲେ କିଛି ଭୁଲ ହେବ ନାହିଁ । ଏହା ଆମେ ଏଥିପାଇଁ କହୁଛୁ କାରଣ ଅଲିମ୍ପିକ୍ସ ଉଦଘାଟନ୍ ସମାରୋହ ମଧ୍ୟରେ ଆର୍ଜେଣ୍ଟିନାର ଜଣେ ଖେଳାଳି ସାଥି ଖେଳାଳିଙ୍କୁ ସମସ୍ତଙ୍କ ସାମନାରେ ପ୍ରପୋଜ କରିଥିଲେ । ଯାହାର ଭିଡିଓ The Olympic Games ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛି । ଏହି ପୋଷ୍ଟରେ ଆର୍ଜେଣ୍ଟିନାର ଏହି ଦୁଇ ଖେଳାଳିଙ୍କ ପ୍ରେମ କାହାଣୀ ମଧ୍ୟ ସେୟାର କରାଯାଇଛି । ଏହି ଅଲିମ୍ପିକ୍ସରେ ଏହା ପ୍ରଥମ ଘଟଣା ଯେତେବେଳେ ଖେଳାଳି ନିଜ ପାର୍ଟନରଙ୍କୁ ଆଣ୍ଠୁ ମାଡ଼ି ପ୍ରେମ ନିବେଦନ କରିଛନ୍ତି । ଏହି ପ୍ରପୋଜାଲ୍ ଅଲିମ୍ପିକ୍ସ ଖେଳର ଆରମ୍ଭକୁ ମଧୁର କରିଛି ।ଅଲିମ୍ପିକ୍ସ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ କୁହାଯାଇଛି ଯେ ଉଭୟ ଖେଳାଳି ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଆଜି ନିଜ ପ୍ରେମକୁ ନୂଆ ପରିଚୟ ଦେଇଛନ୍ତି । ନିଜ ପାର୍ଟନରଙ୍କୁ ପ୍ରପୋଜ କରିଥିବା ଖେଳାଳିଙ୍କ ନାଁ ପାବଲୋ ସିମୋନେଟ୍ । ସେ ଆର୍ଜେଣ୍ଟିନା ପୁରୁଷ ହ୍ୟାଣ୍ଡବଲ୍ ଟିମ୍‌ର ଖେଳାଳି । ଅନ୍ୟପଟେ ତାଙ୍କ ପାର୍ଟନର ଅର୍ଜେଣ୍ଟିନା ହକି ଟିମର ଖେଳାଳି ମାରିୟା କମ୍ପୟ । ଦୁଇ ଖେଳାଳି ୨୦୨୩ରେ ପ୍ୟାନ୍ ଆମେରିକାନ ଗେମ୍ସରେ ସ୍ୱର୍ଣ୍ଣ ଜି

ପ୍ୟାରିସ୍ ଅଲିମ୍ପିକ୍ସରେ ନିଆର ଦୃଶ୍ୟ, ଫଟୋ ସେସନ୍ ବେଳେ ପାର୍ଟନରଙ୍କୁ ବିବାହ ପାଇଁ ନିବେଦନ କଲେ ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଛି । ଶୁକ୍ରବାର ଅଲିମ୍ପିକ୍ସର ଉଦଘାଟନ୍ ସମାରୋହ ଥିଲା । ତେବେ ଚଳିତ ବର୍ଷ ଅଲିମ୍ପିକ୍ସ ଆରମ୍ଭ ପ୍ରେମ ନିବେଦନର କିଛି ମଧୁର ମୁହୂର୍ତ୍ତରୁ ଆରମ୍ଭ ହୋଇଛି କହିଲେ କିଛି ଭୁଲ ହେବ ନାହିଁ । ଏହା ଆମେ ଏଥିପାଇଁ କହୁଛୁ କାରଣ ଅଲିମ୍ପିକ୍ସ ଉଦଘାଟନ୍ ସମାରୋହ ମଧ୍ୟରେ ଆର୍ଜେଣ୍ଟିନାର ଜଣେ ଖେଳାଳି ସାଥି ଖେଳାଳିଙ୍କୁ ସମସ୍ତଙ୍କ ସାମନାରେ ପ୍ରପୋଜ କରିଥିଲେ । ଯାହାର ଭିଡିଓ The Olympic Games ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛି । ଏହି ପୋଷ୍ଟରେ ଆର୍ଜେଣ୍ଟିନାର ଏହି ଦୁଇ ଖେଳାଳିଙ୍କ ପ୍ରେମ କାହାଣୀ ମଧ୍ୟ ସେୟାର କରାଯାଇଛି । ଏହି ଅଲିମ୍ପିକ୍ସରେ ଏହା ପ୍ରଥମ ଘଟଣା ଯେତେବେଳେ ଖେଳାଳି ନିଜ ପାର୍ଟନରଙ୍କୁ ଆଣ୍ଠୁ ମାଡ଼ି ପ୍ରେମ ନିବେଦନ କରିଛନ୍ତି । ଏହି ପ୍ରପୋଜାଲ୍ ଅଲିମ୍ପିକ୍ସ ଖେଳର ଆରମ୍ଭକୁ ମଧୁର କରିଛି ।

ଅଲିମ୍ପିକ୍ସ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ କୁହାଯାଇଛି ଯେ ଉଭୟ ଖେଳାଳି ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଆଜି ନିଜ ପ୍ରେମକୁ ନୂଆ ପରିଚୟ ଦେଇଛନ୍ତି । ନିଜ ପାର୍ଟନରଙ୍କୁ ପ୍ରପୋଜ କରିଥିବା ଖେଳାଳିଙ୍କ ନାଁ ପାବଲୋ ସିମୋନେଟ୍ । ସେ ଆର୍ଜେଣ୍ଟିନା ପୁରୁଷ ହ୍ୟାଣ୍ଡବଲ୍ ଟିମ୍‌ର ଖେଳାଳି । ଅନ୍ୟପଟେ ତାଙ୍କ ପାର୍ଟନର ଅର୍ଜେଣ୍ଟିନା ହକି ଟିମର ଖେଳାଳି ମାରିୟା କମ୍ପୟ । ଦୁଇ ଖେଳାଳି ୨୦୨୩ରେ ପ୍ୟାନ୍ ଆମେରିକାନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ପାବଲୋଙ୍କ ଭାଇ ଡିଏଗୋ ଏବଂ ସୋବେଷ୍ଟିୟନ ମଧ୍ୟ ଅଲିମ୍ପିକ୍ସ ଖେଳାଳି ଏବଂ ଉଭୟ ଆର୍ଜେଣ୍ଟିନା ଟିମ୍ ପାଇଁ ହ୍ୟାଣ୍ଡବଲ୍ ଖେଳନ୍ତି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ ଆର୍ଜେଣ୍ଟିନାର ପୂରା ଟିମ୍ ଫଟୋ ଉଠାଉଥିଲା, ଠିକ୍ ଏହି ସମୟରେ ପାବଲୋ ଗ୍ରୁପରୁ ବାହାରକୁ ଆସିଥିଲେ ଏବଂ ତାଙ୍କ ହାତରେ ମୁଦି ଥିଲା । ଏହାପରେ ଆଣ୍ଠି ମାଡ଼ି ବସି ନିଜ ପାର୍ଟନର ମାରିୟା କମ୍ପୟଙ୍କୁ ପ୍ରପୋଜ କରିଥିଲେ । ମାରିୟା ଖୁସିରେ ପାବଲୋଙ୍କୁ ଆଲିଙ୍ଗନ କରିଥିଲେ ଏବଂ ବିବାହ ପାଇଁ ହଁ ମାରିଥିଲେ । ପରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇ ଥିଲେ ।