ପ୍ୟାରିସ୍ ପାରା ଅଲିମ୍ପିକ୍ସ, ତୀରନ୍ଦାଜୀରେ ହରବିନ୍ଦର ସିଂହଙ୍କୁ ସ୍ବର୍ଣ୍ଣ, ଭରତର ପଦକ ସଂଖ୍ୟା ୨୪କୁ ବୃଦ୍ଧି

ପ୍ୟାରିସ,୦୫/୦୯: ପ୍ୟାରିସ ପାରା ଅଲିମ୍ପିକ୍ସରେ କ୍ରୀଡ଼ାବିତ୍ ହରବିନ୍ଦର ସିଂହଙ୍କୁ ସ୍ବର୍ଣ୍ଣ ପଦକ । ତୀରନ୍ଦାଜୀରେ ସେ ଐତିହାସିକ ଗୋଲ୍ଡ ମେଡାଲ ଜିତିଛନ୍ତି । ସେହିପରି କ୍ଲବ୍ ଥ୍ରୋ ଏଫ୍‌-51ରେ ଧରମବୀରଙ୍କୁ ସ୍ବର୍ଣ୍ଣ ସହ ପ୍ୟାରିସ ପାରା ଅଲିମ୍ପିକ୍ସର ସପ୍ତମ ଦିବସରେ ଭାରତକୁ ୪ଟି ପଦକ ମିଳିଛି । ପୁରୁଷ ସଟପୁଟ୍‌ରେ ସଚିନ ଖିଲାରି ରୌପ୍ୟ, କ୍ଲବ ଥ୍ରୋ ଏଫ୍‌-51ରେ ପ୍ରଣବ ସୁରମା ରୌପ୍ୟ ପଦକ ଜିତିଛନ୍ତି ।ଏଥିସହିତ ଭାରତର  ପଦକ ସଂଖ୍ୟା ୨୪ରେ ପହଞ୍ଚିଛି । ଏଥିରେ ୫ ସ୍ୱର୍ଣ୍ଣ, ୯ ରୌପ୍ୟ ଓ   ୧୦ ବ୍ରୋଞ୍ଜ ମେଡାଲ୍ ରହିଛି । ଟୋକିଓରେ ପଦକ ରେକର୍ଡକୁ ଭାରତ ପ୍ୟାରିସରେ ଭଙ୍ଗି ଦେଇଛି । ଭାରତକୁ ଟୋକିଓରେ ୧୯ଟି ପଦକ ମିଳିଥିଲା । ମହିଳା ୧୦୦ ମିଟରରେ ସିମରନ ସେମି ଫାଇନାଲରେ  ପ୍ରବେଶ କରି ପଦକ ଆଶା ଦେଇଛନ୍ତି ।  ତୀରନ୍ଦାଜୀ: ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନରେ ହରବିନ୍ଦର ପ୍ରଥମ ଭାରତୀୟ ଭାବେ  ଫାଇନାଲରେ ପ୍ରବେଶ କରି ରୌପ୍ୟ ନିଶ୍ଚିତକରିଥିଲେ । ସେ ଫାଇନାଲରେ ୬-୦ରେ ପୋଲାଣ୍ଡର  ଲୁକାସ ସିସଜେକଙ୍କୁ ପରାଜିତ  କରି ସ୍ୱର୍ଣ୍ଣ ଜିତିଥିଲେ । ହରବିନ୍ଦର  ଭାରତର ପ୍ରଥମ ପାରା ତୀରନ୍ଦାଜ  ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ।  ପୂର୍ବରୁ ସେମି ଫାଇନାଲରେ ସେ  ୭-୩ରେ ଇରାନର ମହମ୍ମଦ ରେଜାଙ୍କୁ ହରାଇଥିଲେ । ସେମିତି କ୍ୱାର୍ଟରରେ କଲମ୍ବିଆର ଜୁଲିଓ ହେକ୍ଟରଙ୍କୁ ୬-୨ରେ ପରାସ୍ତ କରିଥିଲେ । ଟୋକିଓ ଅଲିମ୍ପ

ପ୍ୟାରିସ୍ ପାରା ଅଲିମ୍ପିକ୍ସ, ତୀରନ୍ଦାଜୀରେ ହରବିନ୍ଦର ସିଂହଙ୍କୁ ସ୍ବର୍ଣ୍ଣ, ଭରତର ପଦକ ସଂଖ୍ୟା ୨୪କୁ ବୃଦ୍ଧି

ପ୍ୟାରିସ,୦୫/୦୯: ପ୍ୟାରିସ ପାରା ଅଲିମ୍ପିକ୍ସରେ କ୍ରୀଡ଼ାବିତ୍ ହରବିନ୍ଦର ସିଂହଙ୍କୁ ସ୍ବର୍ଣ୍ଣ ପଦକ । ତୀରନ୍ଦାଜୀରେ ସେ ଐତିହାସିକ ଗୋଲ୍ଡ ମେଡାଲ ଜିତିଛନ୍ତି । ସେହିପରି କ୍ଲବ୍ ଥ୍ରୋ ଏଫ୍‌-51ରେ ଧରମବୀରଙ୍କୁ ସ୍ବର୍ଣ୍ଣ ସହ ପ୍ୟାରିସ ପାରା ଅଲିମ୍ପିକ୍ସର ସପ୍ତମ ଦିବସରେ ଭାରତକୁ ୪ଟି ପଦକ ମିଳିଛି । ପୁରୁଷ ସଟପୁଟ୍‌ରେ ସଚିନ ଖିଲାରି ରୌପ୍ୟ, କ୍ଲବ ଥ୍ରୋ ଏଫ୍‌-51ରେ ପ୍ରଣବ ସୁରମା ରୌପ୍ୟ ପଦକ ଜିତିଛନ୍ତି ।

ଏଥିସହିତ ଭାରତର  ପଦକ ସଂଖ୍ୟା ୨୪ରେ ପହଞ୍ଚିଛି । ଏଥିରେ ୫ ସ୍ୱର୍ଣ୍ଣ, ୯ ରୌପ୍ୟ ଓ   ୧୦ ବ୍ରୋଞ୍ଜ ମେଡାଲ୍ ରହିଛି । ଟୋକିଓରେ ପଦକ ରେକର୍ଡକୁ ଭାରତ ପ୍ୟାରିସରେ ଭଙ୍ଗି ଦେଇଛି । ଭାରତକୁ ଟୋକିଓରେ ୧୯ଟି ପଦକ ମିଳିଥିଲା । ମହିଳା ୧୦୦ ମିଟରରେ ସିମରନ ସେମି ଫାଇନାଲରେ  ପ୍ରବେଶ କରି ପଦକ ଆଶା ଦେଇଛନ୍ତି ।  

ତୀରନ୍ଦାଜୀ: ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନରେ ହରବିନ୍ଦର ପ୍ରଥମ ଭାରତୀୟ ଭାବେ  ଫାଇନାଲରେ ପ୍ରବେଶ କରି ରୌପ୍ୟ ନିଶ୍ଚିତକରିଥିଲେ । ସେ ଫାଇନାଲରେ ୬-୦ରେ ପୋଲାଣ୍ଡର  ଲୁକାସ ସିସଜେକଙ୍କୁ ପରାଜିତ  କରି ସ୍ୱର୍ଣ୍ଣ ଜିତିଥିଲେ । ହରବିନ୍ଦର  ଭାରତର ପ୍ରଥମ ପାରା ତୀରନ୍ଦାଜ  ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ।  ପୂର୍ବରୁ ସେମି ଫାଇନାଲରେ ସେ  ୭-୩ରେ ଇରାନର ମହମ୍ମଦ ରେଜାଙ୍କୁ ହରାଇଥିଲେ । ସେମିତି କ୍ୱାର୍ଟରରେ କଲମ୍ବିଆର ଜୁଲିଓ ହେକ୍ଟରଙ୍କୁ ୬-୨ରେ ପରାସ୍ତ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ହରବିନ୍ଦର ବ୍ରୋଞ୍ଜ ପଦକ  ଜିତିଥିଲେ । ଏସୀୟ ପାରା କ୍ରୀଡ଼ାରେ ସେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତିଥିଲେ ।  

ପୁରୁଷ ସଟପୁଟ (ଏଫ୍‌-୪୬): ସଚିନ ଦ୍ୱିତୀୟ ପ୍ରୟାସରେ ୧୬.୩୨ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । କାନାଡ଼ାର ଗ୍ରେଗ ଷ୍ଟିୱାର୍ଟ (୧୬.୩୮) ସ୍ୱର୍ଣ୍ଣ ଏବଂ କ୍ରୋଏସିଆର ଲୁକା ବାକୋଭିକ (୧୬.୨୭) ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସଚିନ ପିଲା ଦିନରୁ ନିଜ ମା’ଙ୍କୁ  ହରାଇଥିଲେ । ପରେ ସାଇକେଲ ଦୁର୍ଘଟଣାରେ  ଶିକାର ହୋଇଥିଲେ । ୨୦୨୩ ଓ ୨୦୨୪ ବିଶ୍ୱ  ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ । ପ୍ୟାରିସରେ  ସଚିନ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିଛନ୍ତି ।