ପ୍ୟାରିସ୍‌ ଫ୍ୟାଶନ ୱିକ୍‌ ୨୦୨୪ରେ ଆଲିଆ-ଐଶ୍ଵର୍ଯ୍ୟାଙ୍କ ଜଲୱା, ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ମୁମ୍ଵାଇ ୨୪।୦୯: ପ୍ୟାରିସ୍ ଫ୍ୟାଶନ ୱିକ୍‌ ୨୦୨୪ ଆରମ୍ଭ ହୋଇଛି ।ପୁଣି ଥରେ ଷ୍ଟାଇଲିସ୍ ଡିଭା ରାମ୍ପରେ ଚାଲିଛନ୍ତି।  ଚଳିତ ବର୍ଷ ଭାରତର ଦୁଇଜଣ ସୁନ୍ଦରୀ ଏହାର ଏକ ଅଂଶ ହୋଇପାରିଛନ୍ତି। ପ୍ରତିବର୍ଷ ପରି ବ୍ୟୁଟି ପିଜାଣ୍ଟ ବିଜେତା ଐଶ୍ୱର୍ଯ୍ୟା ରାୟ ତାଙ୍କ ଷ୍ଟାଇଲରେ ଲୋକଙ୍କ ହୃଦୟ ଜିତୁଥିବାବେଳେ ବଲିଉଡର ଷ୍ଟାଇଲିସ୍ ଡିଭା ଆଲିଆ ଭଟ୍ଟ ମଧ୍ୟ ରାମ୍ପରେ ତାଙ୍କ ଯାଦୁରେ ଦେଖାଇଛନ୍ତି। ଉଭୟଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଥିଲା। View this post on InstagramA post shared by DietSabya® (@dietsabya)ପ୍ୟାରିସ ଫ୍ୟାଶନ ୱିକ୍‌ ୨୦୨୪ରେ ଐଶ୍ୱର୍ଯ୍ୟା ରାୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରତ୍ୟେକ ଥର ପରି, ତାଙ୍କ ଲୁକ୍‌ ମଧ୍ୟ ଅନନ୍ୟ ଥିଲା । ସେ ଏକ ଲାଲ୍ ସାଟିନ୍ ଫିନିଶ୍ ବେଲୁନ୍ ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ । ଏହି ଲୁକ୍କୁ ସଂପୂର୍ଣ୍ଣ କରିବା ପାଇଁ ସେ ଲାଲ୍ ବୋଲ୍ଡ ଲିପଷ୍ଟିକ୍‌ ଏବଂ ଫ୍ରିଜି ହେୟାରଷ୍ଟାଇଲ୍‌ରେ ନଜର ଆସିଥିଲେ ।  ସେ ସବୁବେଳେ ବିଦେଶୀ ମଞ୍ଚରେ ନମସ୍କାର କରିବାରେ ଭୁଲନ୍ତି ନାହିଁ । ଐଶ୍ୱର୍ଯ୍ୟା ମଞ୍ଚକୁ ଆସିବା ମାତ୍ରେ ଲୋକଙ୍କ ଉତ୍ସାହ ବଢି ଯାଇଥିଲା। Alia Bhatt at L'Oréal Paris fashion week ???? pic.twitter.com/NW3RA5n41R— Alia's nation (

ପ୍ୟାରିସ୍‌ ଫ୍ୟାଶନ ୱିକ୍‌ ୨୦୨୪ରେ ଆଲିଆ-ଐଶ୍ଵର୍ଯ୍ୟାଙ୍କ ଜଲୱା, ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ମୁମ୍ଵାଇ ୨୪।୦୯: ପ୍ୟାରିସ୍ ଫ୍ୟାଶନ ୱିକ୍‌ ୨୦୨୪ ଆରମ୍ଭ ହୋଇଛି ।ପୁଣି ଥରେ ଷ୍ଟାଇଲିସ୍ ଡିଭା ରାମ୍ପରେ ଚାଲିଛନ୍ତି।  ଚଳିତ ବର୍ଷ ଭାରତର ଦୁଇଜଣ ସୁନ୍ଦରୀ ଏହାର ଏକ ଅଂଶ ହୋଇପାରିଛନ୍ତି। ପ୍ରତିବର୍ଷ ପରି ବ୍ୟୁଟି ପିଜାଣ୍ଟ ବିଜେତା ଐଶ୍ୱର୍ଯ୍ୟା ରାୟ ତାଙ୍କ ଷ୍ଟାଇଲରେ ଲୋକଙ୍କ ହୃଦୟ ଜିତୁଥିବାବେଳେ ବଲିଉଡର ଷ୍ଟାଇଲିସ୍ ଡିଭା ଆଲିଆ ଭଟ୍ଟ ମଧ୍ୟ ରାମ୍ପରେ ତାଙ୍କ ଯାଦୁରେ ଦେଖାଇଛନ୍ତି। ଉଭୟଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଥିଲା। 


ପ୍ୟାରିସ ଫ୍ୟାଶନ ୱିକ୍‌ ୨୦୨୪ରେ ଐଶ୍ୱର୍ଯ୍ୟା ରାୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରତ୍ୟେକ ଥର ପରି, ତାଙ୍କ ଲୁକ୍‌ ମଧ୍ୟ ଅନନ୍ୟ ଥିଲା । ସେ ଏକ ଲାଲ୍ ସାଟିନ୍ ଫିନିଶ୍ ବେଲୁନ୍ ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ । ଏହି ଲୁକ୍କୁ ସଂପୂର୍ଣ୍ଣ କରିବା ପାଇଁ ସେ ଲାଲ୍ ବୋଲ୍ଡ ଲିପଷ୍ଟିକ୍‌ ଏବଂ ଫ୍ରିଜି ହେୟାରଷ୍ଟାଇଲ୍‌ରେ ନଜର ଆସିଥିଲେ ।  ସେ ସବୁବେଳେ ବିଦେଶୀ ମଞ୍ଚରେ ନମସ୍କାର କରିବାରେ ଭୁଲନ୍ତି ନାହିଁ । ଐଶ୍ୱର୍ଯ୍ୟା ମଞ୍ଚକୁ ଆସିବା ମାତ୍ରେ ଲୋକଙ୍କ ଉତ୍ସାହ ବଢି ଯାଇଥିଲା। 



ଆଲିଆ ଭଟ୍ଟଙ୍କ ବିଷୟରେ କଥାବାର୍ତ୍ତା କଲେ ସେ ମଧ୍ୟ ବହୁତ ଷ୍ଟାଇଲିସ୍ ଦେଖାଯାଉଥିଲେ । ସେ ଏକ ସିଲଭର କ୍ରୋଚେଟ୍ ଟପ୍ ରେ ମଧ୍ୟ ଆଲିଆ ଚମତ୍କାର ଦେଖାଯାଉଥିଲେ । ସେ କଳା ଫ୍ଲେଡ୍ ପ୍ୟାଣ୍ଟ ସହିତ ଏହି ଟପ୍ ମ୍ୟାଚିଂ କରିଥିଲେ। ତାଙ୍କ ଲୁକ୍‌ ସବୁଠୁ ଷ୍ଟାଇଲିସ୍ ଥିଲା । ସେ ଏହି ଲୁକ୍‌କୁ ମିନିମମ୍‌ କରିବାକୁ ନ୍ୟୁଡ୍‌ ଏବଂ ଖୋଲା କେଶ କରିଥିଲେ । ମେଟ ଗାଲା ପରେ, ବର୍ତ୍ତମାନ ସେ ପ୍ୟାରିସ ଫ୍ୟାଶନ ୱିକ୍‌ରେ ଲୋକଙ୍କ ହୃଦୟ ଜିତିଥିଲେ । ଲୋକମାନେ ତାଙ୍କ ଷ୍ଟାଇଲ୍‌କୁ ମଧ୍ୟ ପସନ୍ଦ କରିଥିଲେ । ଆଲିଆଙ୍କ ରାମ୍ପକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି । ଲୋକମାନେ କହୁଛନ୍ତି କି ସେ ଜଣେ ବିଦେଶୀ ମଡେଲ ଠାରୁ କମ୍ ନୁହଁନ୍ତି । କହିବାକୁ ଗଲେ ଏଶ୍ୱର୍ଯ୍ୟା ରାୟ ବର୍ଷ ବର୍ଷ ଧରି ଏହି ଫ୍ୟାଶନ ସୋ’ର ଏକ ଅଂଶ ହୋଇଆସୁଛନ୍ତି। କିନ୍ତୁ ଆଲିଆ ଭଟ୍ଟଙ୍କ ପାଇଁ ଏହା ନୂଆ ଅଟେ ।