ପଡ଼ୋଶୀଙ୍କ ଗଣ୍ଡଗୋଳ: ରାତି ଅଧରେ ବୁଲିଲା ଖଣ୍ଡା; ଜଣେ ମୃତ, ୨ ଗୁରୁତର...
ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।
ରାତି ଅଧରେ ବୁଲିଲା ଖଣ୍ଡା। ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ। ବଲାଙ୍ଗିର ମାଲଗୋଦାମପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି।
ମୃତକ ହେଲେ ନିରଜ ହରପାଳ। ତାଙ୍କ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି, ଗତକାଲି ରାତି ପ୍ରାୟ ୧୧ଟାରେ ନିରଜ ଦୁଇ ସମ୍ପର୍କୀୟ ଭାଇଙ୍କ ସହିତ ପାନ ଦୋକାନକୁ ଯାଇଥିଲେ। ସେଠାରେ ଥିବା ଦୀପକ କୁମ୍ଭାର ପୂର୍ବ ଶତ୍ରୁତାକୁ ନେଇ ହଠାତ ଗାଳିଗୁଳଜ କରିଥିଲେ। ପରେ ଯୁକ୍ତିତର୍କ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।
ଦୀପକ କୁମ୍ଭାର ଓ ତାଙ୍କ ବାପାଙ୍କ ସମେତ ପରିବାର ଅନ୍ୟ ସଦସ୍ୟ ଖଣ୍ଡାରେ ଆକ୍ରମଣ କରିଥିବା ମୃତ ନିରଜଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦୁଇ ଗୁରୁତରଙ୍କ ଭିତରୁ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।