ଫଟୋକୁ ଯେତେ ଦେଖିଲେ ବି ମନ ଭରୁନି, ଆହୁରି ଦେଖିବାକୁ ମନ କହୁଛି...

ଠିକ୍‌ ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ଫଟୋକୁ ଯେତେ ଦେଖିଲେ ବି ମନ ଭରୁନି, ଆହୁରି ଦେଖିବାକୁ ମନ କହୁଛି...

ପ୍ରତ୍ୟେକ ଦିନ ଇଣ୍ଟରନେଟ୍‌ରେ କିଛି ନା କିଛି ନୂଆ ଫଟୋ ଦେଖିବାକୁ ମିଳେ । ସେଥିରୁ କିଛି ଫଟୋ ଚର୍ଚ୍ଚା ମଧ୍ୟ ସାଉଁଟିଥାଏ । ସେହି ସବୁ ଫଟୋରେ ଏମିତି କିଛି ତତ୍ୱ ଥାଏ, ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମନକୁ ବି ଛୁଇଁଥାଏ । ଠିକ୍‌ ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ଏହି ଫଟୋକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଯେତେ ଦେଖିଲେ ବି ମନ ଭରୁନି । ଫଟୋକୁ ଉତ୍ତୋଳନ କରିଛନ୍ତି ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ନିମା ସରିଖାନୀ । ତେଣୁ ତାଙ୍କ ନାଁ ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚାରେ । ସେହି ଫଟୋ ପାଇଁ ତାଙ୍କୁ ୨୦୨୪ରେ ‘ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦି ଇୟର’ ଭାବେ ବିବେଚନା କରାଯାଇଛି । ଏମିତିକି ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦି ଇୟର ପିପୁଲ୍ସ ଚଏସ୍ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଛି ।