ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ
ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ ଠକେଇର ଶିକାର ହୋଇଥିବା ଯୁବକ ରାୟଗଡ ଗୁଣପୁରର ମନୋଜ କୁମାର ଭକ୍ତ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ଅନଲାଇନ ମାଧ୍ୟମରେ ଠକିନେଇଥିବାରୁ ଠକେଇର ଶିକାର ବ୍ୟକ୍ତି ଜଣଙ୍କ ଗୁରୁବାର ସହିଦନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ମନୋଜଙ୍କ ଅଭିଯୋଗ ଅନୁସାରେ ଫରେଷ୍ଟ ଗାର୍ଡ ଚାକିରୀ ପାଇଁ ଆବେଦନ କରିଥିଲି । ମୋର […] The post ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ appeared first on Dharitri Odia News.
ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ ଠକେଇର ଶିକାର ହୋଇଥିବା ଯୁବକ ରାୟଗଡ ଗୁଣପୁରର ମନୋଜ କୁମାର ଭକ୍ତ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ଅନଲାଇନ ମାଧ୍ୟମରେ ଠକିନେଇଥିବାରୁ ଠକେଇର ଶିକାର ବ୍ୟକ୍ତି ଜଣଙ୍କ ଗୁରୁବାର ସହିଦନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।
ମନୋଜଙ୍କ ଅଭିଯୋଗ ଅନୁସାରେ ଫରେଷ୍ଟ ଗାର୍ଡ ଚାକିରୀ ପାଇଁ ଆବେଦନ କରିଥିଲି । ମୋର ଜଣେ ସହପାଠୀଙ୍କଠାରୁ ନମ୍ବର ନେଇ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ମୋତେ ଫୋନ କରିଥିଲେ । ଆଉ ଫରେଷ୍ଟ ଡିପାର୍ଟମେଣ୍ଟରେ ସମସ୍ତେ ପରିଚିତ ବୋଲି ଅଭିଯୁକ୍ତ ଜଣଙ୍କ ମନୋଜଙ୍କୁ କହିଥିଲେ । ଏପରିକି ଅଭିଯୁକ୍ତ ନିଜକୁ ସହିଦନଗର ଥାନା ଅଧିକାରୀଙ୍କ ପୁଅ ବୋଲି କହିବା ସହ ପରୀକ୍ଷା ଆଟେଣ୍ଡ କର ବାକି ଚାକିରୀ ଦେବା କଥା ମୋ ଉପରେ ଛାଡି ଦେବାକୁ ମନୋଜଙ୍କୁ କହିଥିଲେ ।
ବାସ ଏତିକିରେ ବିଶ୍ୱାସ କରି ମନୋଜ ଅଭିଯୁକ୍ତଙ୍କୁ ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ୫୦ ହଜାର ଟଙ୍କା ପଠାଇ ଦେଇଥିଲେ । କିଛି ଦିନ ପରେ ଫରେଷ୍ଟ ଗାର୍ଡ ଫଳାଫଳ ଆସିବା ପରେ ମନୋଜଙ୍କ ଲିଷ୍ଟରେ ନାମ ନଥିବାରୁ ସେ ଠକେଇର ଶିକାର ହେବା ଜାଣିବାକୁ ପାଇ ଅଭିଯୁକ୍ତଙ୍କୁ ଟଙ୍କା ଫେରାଇଦେବାକୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଟଙ୍କା ଫେରାଇବା ବଦଳରେ ଓଲଟା ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।
The post ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ appeared first on Dharitri Odia News.