ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ
ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍ଭିକ୍ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ ନାୟକ। ବିଭାଗୀୟ ଅଧିକାରୀଙ୍କୁ ୫୦ ପ୍ରତିଶତ ପିସି ଦେଇ ନ ପାରି ମାନସିକ ଭାରସାମ୍ୟ ହରାଇ ଗତ ୧୮ ତାରିଖରେ କଳାହାଣ୍ଡି ଜିଲା ଭବାନୀପାଟଣାରେ କାର୍ଯ୍ୟରତ ଥିବା ବେଳେ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସୁବୁଦ୍ଧି ଶୁକ୍ରବାର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶ୍ରମ ଓ ଜଙ୍ଗଲ […] The post ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ appeared first on Dharitri Odia News.
ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍ଭିକ୍ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ ନାୟକ। ବିଭାଗୀୟ ଅଧିକାରୀଙ୍କୁ ୫୦ ପ୍ରତିଶତ ପିସି ଦେଇ ନ ପାରି ମାନସିକ ଭାରସାମ୍ୟ ହରାଇ ଗତ ୧୮ ତାରିଖରେ କଳାହାଣ୍ଡି ଜିଲା ଭବାନୀପାଟଣାରେ କାର୍ଯ୍ୟରତ ଥିବା ବେଳେ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସୁବୁଦ୍ଧି ଶୁକ୍ରବାର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ ଶୁକ୍ରବାର ସଞ୍ଜୟଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରିୟଙ୍କା ତାଙ୍କର ଥଇଥାନ ଓ ସ୍ବାମୀଙ୍କ କାମର ବକେୟା ଟଙ୍କା, ଅନ୍ୟ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା ମଧ୍ୟ ସଞ୍ଜୟଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣାର ନିରପେକ୍ଷ ତଦନ୍ତକରି ନ୍ୟାୟ ପାଇଁ ଦାବି କରିଛନ୍ତି।
ସଞ୍ଜୟ ୨୦୧୨ରେ ବନ ବିଭାଗ ସିଲ୍ଭିକଲ୍ଚରରେ ଚାକିରି ପାଇଥିଲେ। ପ୍ରଥମେ ରାୟଗଡ଼ା, ପରେ କୋରାପୁଟ ଏବଂ ୨୦୨୦ରୁ ଭବାନୀପାଟଣାରେ ନିୟୋଜିତ ଥିଲେ। ହେଲେ ରାୟଗଡ଼ା ସିଲ୍ଭିକଲ୍ଚର ଡିଭିଜନ ମୁଖ୍ୟ ଦେବେନ୍ଦ୍ର ବେହେରାଙ୍କୁ ପିସି ବା କମିଶନ ଦେଇ ନ ପାରିବାରୁ ମାନସିକ ଚାପରେ ଆମତ୍ହତ୍ୟା କରିଛନ୍ତି। ଆମତ୍ହତ୍ୟା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଛାଡ଼ିଯାଇଛନ୍ତି, ଯେଉଁଥିରେ ବିଭାଗୀୟ ଅଧିକାରୀ ଦେବେନ୍ଦ୍ରଙ୍କୁ ପିସି ଦେଇ ନ ପାରିବାରୁ ଆମତ୍ହତ୍ୟା କରିଥିବା ସେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କାଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କୁ ସଞ୍ଜୟ ବିଭିନ୍ନ ସମୟରେ ଅଧିକାରୀ ଦେବେନ୍ଦ୍ର ଗତ ୩ବର୍ଷ ମଧ୍ୟରେ ମାନସିକ ନିର୍ଯାତନା ଦେଉଥିବା, ୫୦ ପ୍ରତିଶତ ପିସି ମାଗିବା, ପିସି ନ ଦେଲେ ବିଲ୍ ବନ୍ଦ ଆଦି ବିଷୟରେ ସୂଚନା ଦେଇଥିଲେ। ପ୍ରିୟଙ୍କାଙ୍କ କହିବାନୁସାରେ, ନର୍ସରିରେ ଚାରା ଉତ୍ପନ୍ନ ପାଇଁ ମାଟି ଅଙ୍କୁରଣ, ବେଡ୍ ପ୍ରସ୍ତୁତି, ବିଭିନ୍ନ କିସମର ମଞ୍ଜି ବୁଣିବା, ପଲିଥିନ୍ ପ୍ୟାକିଂ, କାର୍ଯ୍ୟାଳୟ ପକ୍ଷରୁ ଚାରା ବଣ୍ଟନ ଓ ସାର ଆଦି ସଞ୍ଜୟ ବାହାରୁ କିଣିଥାନ୍ତି। ଏଥିପାଇଁ ଆବଶ୍ୟକ ମଜୁରିଆଙ୍କୁ ମଧ୍ୟ ଯୋଗାଡ଼କରି କାମରେ ଲଗାଇଥାନ୍ତି। ଏସବୁ ସରିବା ପରେ ତା’ର ମଷ୍ଟରରୋଲ ଓ ବିଲ୍ ପ୍ରସ୍ତୁତି କରି ଦେବେନ୍ଦ୍ରଙ୍କୁ ହସ୍ତାନ୍ତର କରିଥାନ୍ତି। ଅଧିକାରୀ ଉକ୍ତ ବିଲ୍ ଅନୁମୋଦନ ପରେ ବିଭାଗରୁ ଟଙ୍କା ମିଳିଲେ ତା’ର ହିସାବ କରିଥାନ୍ତି ସଞ୍ଜୟ। ତେବେ ଏହି ବିଲ୍ ଅନୁମୋଦନ ବେଳେ ଏହାର ୫୦ ପ୍ରତିଶତ ପିସି ବାବଦରେ ଦେବେନ୍ଦ୍ର ମାଗୁଥିବା ସଞ୍ଜୟ ପ୍ରିୟଙ୍କାଙ୍କୁ କହିଥିଲେ।
ପ୍ରକାଶ ଯେ, ଗତ ୧୮ରେ କଳାହାଣ୍ଡି ଜିଲାର ଭବାନୀପାଟଣାରୁ ସଞ୍ଜୟଙ୍କ ପରିବାରକୁ ସୂଚନା ଆସିଥିଲା ସେ ଆମତ୍ହତ୍ୟା କରିଛନ୍ତି। ଏହି ଖବର ପାଇ ଭବାନୀପାଟଣା ଯାଇଥିଲେ ବଡ଼ଭାଇ ରବି। ସେଠାରେ ପୋଲିସକୁ ଘଟଣା ବିଷୟରେ ପଚାରିଥିଲେ। କଳାହାଣ୍ଡି ଏସ୍ପିଙ୍କ ସମ୍ମୁଖରେ ରବି ସାନଭାଇ ଲେଖିଯାଇଥିବା ସୁଇସାଇଡ୍ ନୋଟ୍ ପଢ଼ିଥିଲେ। ଉକ୍ତ ନୋଟ୍ରେ ରାୟଗଡ଼ା ସିଲ୍ଭିକଲ୍ଚର ଡିଭିଜନର ସିଲ୍ଭିକଲ୍ଚରିଷ୍ଟ ତଥା ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ନର୍ସରି କାର୍ଯ୍ୟ ଖର୍ଚ୍ଚ ବିଲ୍ ଅନୁମୋଦନ ପାଇଁ ୫୦ ପ୍ରତିଶତ ପିସି ମାଗୁଥିଲେ। ଗତ ଦିନରେ ୭ ଲକ୍ଷ, ଏସି, ଫ୍ୟାନ୍, ମନ୍ଦିର ପାଇଁ ଚାନ୍ଦା, ବୋର୍ୱେଲ ଖନନ ଆଦି ପିସି ବାବଦରେ ଦେବାକୁ ଦେବେନ୍ଦ୍ର ବାରମ୍ବାର ସଞ୍ଜୟଙ୍କୁ କହୁଥିଲେ। ତାହା ନ ଦେଲେ ପଦୋନ୍ନତି ବନ୍ଦ ସହ ମାନସିକ ନିର୍ଯାତନା ଦେଉଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ରହିଥିବା ରବି ସୂଚନା ଦେଇଥିଲେ। ସେହି ସମାନ ଅଭିଯୋଗ ରଖିଛନ୍ତି ପ୍ରିୟଙ୍କା।
The post ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ appeared first on Dharitri Odia News.