ଫସଲ କ୍ଷତି ହୋଇଥିଲେ ଏହି ଚାଷୀଙ୍କୁ ମିଳିବନି ଟଙ୍କା, ଏହି ଦିନ ଆସିବ ବାକି ଅନ୍ୟଙ୍କ ଖାତାକୁ

ଭୁବନେଶ୍ୱର,୩।୧: ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ଆଖିଲେ ଲୁହ । ଅମଳ ବେଳେ ଦାଉ ସାଝିଛି ବର୍ଷା। ହେଲେ ବର୍ତ୍ତମାନ ଏହି କ୍ଷତିର ଭରଣ କରିବେ ସରକାର । ଚାଷୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଧରାଯାଇ ଷ୍ଟେଟ ଡିଜାଷ୍ଟର […] The post ଫସଲ କ୍ଷତି ହୋଇଥିଲେ ଏହି ଚାଷୀଙ୍କୁ ମିଳିବନି ଟଙ୍କା, ଏହି ଦିନ ଆସିବ ବାକି ଅନ୍ୟଙ୍କ ଖାତାକୁ appeared first on Dharitri Odia News.

ଫସଲ କ୍ଷତି ହୋଇଥିଲେ ଏହି ଚାଷୀଙ୍କୁ ମିଳିବନି ଟଙ୍କା, ଏହି ଦିନ ଆସିବ ବାକି ଅନ୍ୟଙ୍କ ଖାତାକୁ

ଭୁବନେଶ୍ୱର,୩।୧: ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ଆଖିଲେ ଲୁହ । ଅମଳ ବେଳେ ଦାଉ ସାଝିଛି ବର୍ଷା। ହେଲେ ବର୍ତ୍ତମାନ ଏହି କ୍ଷତିର ଭରଣ କରିବେ ସରକାର । ଚାଷୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଧରାଯାଇ ଷ୍ଟେଟ ଡିଜାଷ୍ଟର ରିଲିଫ ଫଣ୍ଡ SDRF ବା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୩୩ ପ୍ରତିଶତ ବା ତାଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ ।

ତେବେ ସବୁଠରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଭାଗ ଚାଷୀଙ୍କୁ ଏହି କ୍ଷତିପୂରଣ ମିଳିବନି । କାରଣ ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବା ନେଇ ଆଇନ ନ ଥିବାରୁ ଏ କ୍ଷେତ୍ରରେ କଣ କରାଯାଇପାରିବ, ତା ଉପରେ ବିଚାର କରାଯାଉଥିବା ମନ୍ତ୍ରୀ କହିଛନ୍ତି । ତେବେ ଜମି ମାଲିକଙ୍କୁ ୩ ରୁ ୪ ଦିନ ଭିତରେ କ୍ଷତିପୂରଣ ରାଶି ପହଞ୍ଚିଯିବ। ଆସନ୍ତା ୩ରୁ ୪ ଦିନ ଭିତରେ ଚାଷୀମାନଙ୍କୁ ଅଦିନିଆ ବର୍ଷାଜନିତ ଫସଲ କ୍ଷତିପୂରଣ ମିଳିବ । ରାଜ୍ୟ ରିଲିଫ କୋର୍ଡ ଅନୁସାରେ ଏହି ଆର୍ଥିକ ସହାୟତା ଦିଆଯିବ । ଅଦିନିଆ ବର୍ଷାଜନିତ କ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ ଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ସହାୟତା ସହିତ ବୀମା କଂପାନୀଠାରୁ ମଧ୍ୟ କ୍ଷତିପୂରଣ ପାଇବେ ଚାଷୀ। ରାଜ୍ୟର ୧୬ ଜିଲାରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ସରକାରଙ୍କ ପାଖରେ ରିପୋର୍ଟ ପହଞ୍ଚିଛି । ବିଭିନ୍ନ ଜିଲାରେ ଅଦିନିଆ ବର୍ଷାଜନିତ ଫସଲ କ୍ଷତିର ରିପୋର୍ଟ ଜିଲ୍ଲାପାଳମାନେ ଦେଇଛନ୍ତି । ମୋଟ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ SDRFରୁ ୨୯୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

The post ଫସଲ କ୍ଷତି ହୋଇଥିଲେ ଏହି ଚାଷୀଙ୍କୁ ମିଳିବନି ଟଙ୍କା, ଏହି ଦିନ ଆସିବ ବାକି ଅନ୍ୟଙ୍କ ଖାତାକୁ appeared first on Dharitri Odia News.