ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଭଦ୍ରକ ଓ ବାଲେଶ୍ୱର : ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।  ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚାଷୀ ମାନଙ୍କ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଗଜା ହୋଇ ବିଲରେ ହିଁ ନଷ୍ଟ ହୋଇଯାଇଛି । କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା ୩0 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ […] The post ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା appeared first on KNews Odisha.

ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
prabhati and farmer

ଭଦ୍ରକ ଓ ବାଲେଶ୍ୱର : ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।  ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚାଷୀ ମାନଙ୍କ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଗଜା ହୋଇ ବିଲରେ ହିଁ ନଷ୍ଟ ହୋଇଯାଇଛି ।

କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା ୩0 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ଓ ଏନେଇ ସମୀକ୍ଷା କରାଯିବ।  ଚାଷୀଙ୍କ ଏଭଳି ଦୁର୍ଦ୍ଦିନରେ ସରକାର ଚଟାଣ ଭଳି ତାଙ୍କ ସହିତ ଠିଆ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ ।

ଉପମୁଖ୍ୟମନ୍ତ୍ରୀ ଏହି ଦୁଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହିତ ତାଙ୍କୁ ନିଶ୍ଚିନ୍ତ ରହିବାକୁ ଆଶ୍ୱାସନା ଦେଇଥିଲେ।  ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ଉଚିତ ପରିମାଣରେ କ୍ଷତି ପୁରଣ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତିବଦ୍ଧ ।  ସରକାର ଆପଣଙ୍କ ସହିତ ଅଛନ୍ତି ।  ଯଦି କୌଣସି ଅସୁବିଧା ହୁଏ ତେବେ ସରକାର ଏହାର ସମାଧାନ ପନ୍ଥା ନିଶ୍ଚୟ ବାହାର କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

The post ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା appeared first on KNews Odisha.