ଫସି ଗଲେ ଇଲେକ୍ଟୋରଲ ବଣ୍ଡ କିଣିଥିବା ୧୩୦୦ କମ୍ପାନୀ!
ନୂଆଦିଲ୍ଲୀ,୧।୭: ନିର୍ବାଚନ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା କମ୍ପାନୀଗୁଡିକ ଉପରେ ଟିକସ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ଶୁଣିବାକୁ ମିଳୁଛି ଯେ ଯେଉଁ କମ୍ପାନୀଗୁଡିକ ରାଜନୈତିକ ଦଳକୁ ଚାନ୍ଦା ଦେଇଥିଲେ ସେମାନେ ବର୍ତ୍ତମାନ ଟିକସ ବା ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କଠାରୁ ବିଜ୍ଞପ୍ତି ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫେବୃଆରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା। ଇକୋନୋମିକ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, କେତେକ କମ୍ପାନୀ ଏ ବାବଦରେ ନୋଟିସ ଗ୍ରହଣ […] The post ଫସି ଗଲେ ଇଲେକ୍ଟୋରଲ ବଣ୍ଡ କିଣିଥିବା ୧୩୦୦ କମ୍ପାନୀ! appeared first on Dharitri Odia News.
ନୂଆଦିଲ୍ଲୀ,୧।୭: ନିର୍ବାଚନ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା କମ୍ପାନୀଗୁଡିକ ଉପରେ ଟିକସ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ଶୁଣିବାକୁ ମିଳୁଛି ଯେ ଯେଉଁ କମ୍ପାନୀଗୁଡିକ ରାଜନୈତିକ ଦଳକୁ ଚାନ୍ଦା ଦେଇଥିଲେ ସେମାନେ ବର୍ତ୍ତମାନ ଟିକସ ବା ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କଠାରୁ ବିଜ୍ଞପ୍ତି ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫେବୃଆରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା।
ଇକୋନୋମିକ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, କେତେକ କମ୍ପାନୀ ଏ ବାବଦରେ ନୋଟିସ ଗ୍ରହଣ କରିଛନ୍ତି। ଏମାନେ ସେହି କମ୍ପାନୀ ଯାହାକି ଚାନ୍ଦା ପାଇଁ ଟିକସ ଛାଡ ଦାବି କରିଥିଲେ। ଏହି ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀଗୁଡିକରେ ବଡ ଗୋଷ୍ଠୀ ଅନ୍ତର୍ଭୁକ୍ତ, ଯାହାର କେତେକ ପ୍ରମୁଖ ନାମ ହେଉଛି – ଇନଫୋସିସ, ଆମ୍ବାସି ଗ୍ରୁପ, ମେଗା ଇଞ୍ଜିନିୟରିଂ, ଆଦିତ୍ୟ ବିର୍ଲା ଗ୍ରୁପ, ଜେଏସଡବ୍ଲୁ ଷ୍ଟିଲ, ଟୋରେଣ୍ଟ ଫାର୍ମା, ଲୁପିନ, ଇଣ୍ଟାସ, ଭାରତି ଏୟାରଟେଲ ଏବଂ ଆଲେମ୍ବିକ ଫାର୍ମା।
ସୂଚନାଯୋଗ୍ୟ, ଜାନୁଆରୀ ୨୦୧୮ ଆରମ୍ଭରୁ ରାଜନୈତିକ ଦଳଗୁଡିକ ୧୬,୫୧୮କୋଟି ଟଙ୍କା ମୂଲ୍ୟର ଚାନ୍ଦା ବଣ୍ଡ ସ୍କିମ ମାଧ୍ୟମରେ ଗ୍ରହଣ କରିଥିଲେ। ତେବେ, ଫେବୃଆରୀ ୧୫ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସାମ୍ବିଧାନିକ ବୋଲି କହି କର୍ପୋରେଟ ଦାତାମାନଙ୍କ ମଧ୍ୟରେ ସେମାନଙ୍କ ଅବଦାନର ଟିକସ ପ୍ରଭାବକୁ ନେଇ ଚିନ୍ତା ବଢାଇଥିଲେ। ଏହାର ଜବାବରେ କର୍ପୋରେଟରମାନେ ଅର୍ଥ ମନ୍ତ୍ରଣାଳୟ ନିକଟକୁ ଯାଇ ଆଗାମୀ ବଜେଟରେ ହସ୍ତକ୍ଷେପ ଏବଂ ସମ୍ଭାବ୍ୟ ରିଲିଫ ଚାହୁଁଛନ୍ତି ବୋଲି ଇଟି ରିପୋର୍ଟ କରିଛି।
The post ଫସି ଗଲେ ଇଲେକ୍ଟୋରଲ ବଣ୍ଡ କିଣିଥିବା ୧୩୦୦ କମ୍ପାନୀ! appeared first on Dharitri Odia News.