ଫସିଗଲେ ମସ୍କ
ଓ୍ବାଶିଂଟନ,୫।୩: କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ଏଲୋନ ମସ୍କଙ୍କ ନାମ ଦୀର୍ଘ ଦିନ ଧରି ହେଡଲାଇନକୁ ନ ଆସିବା ବେଶିଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ। ହୁଏତ ସେ ଏପରି କିଛି କରିବେ ଯାହା ତାଙ୍କ ବିଷୟରେ ଆଲୋଚନା ଆରମ୍ଭ କରିବ କିମ୍ବା ଅନ୍ୟ କେହି ତାଙ୍କ ସଂପର୍କରେ ଏପରି ପଦକ୍ଷେପ ନେବେ ଯେ ମସ୍କ ଖବରକୁ ଆସିବେ। ଏଥର ମଧ୍ୟ ସମାନ ଘଟଣା ଘଟିଛି । ଟୁଇଟର ସିଇଓ ଏଲୋନ […] The post ଫସିଗଲେ ମସ୍କ appeared first on Dharitri Odia News.
ଓ୍ବାଶିଂଟନ,୫।୩: କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ଏଲୋନ ମସ୍କଙ୍କ ନାମ ଦୀର୍ଘ ଦିନ ଧରି ହେଡଲାଇନକୁ ନ ଆସିବା ବେଶିଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ। ହୁଏତ ସେ ଏପରି କିଛି କରିବେ ଯାହା ତାଙ୍କ ବିଷୟରେ ଆଲୋଚନା ଆରମ୍ଭ କରିବ କିମ୍ବା ଅନ୍ୟ କେହି ତାଙ୍କ ସଂପର୍କରେ ଏପରି ପଦକ୍ଷେପ ନେବେ ଯେ ମସ୍କ ଖବରକୁ ଆସିବେ। ଏଥର ମଧ୍ୟ ସମାନ ଘଟଣା ଘଟିଛି । ଟୁଇଟର ସିଇଓ ଏଲୋନ ମସ୍କଙ୍କ ବିରୋଧରେ ଚାରି ଜଣ କୋର୍ଟରେ ମାମଲା ଦାୟର କରିଛନ୍ତି। ଏହି ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ଟୁଇଟର ସିଇଓ ପରାଗ ଅଗ୍ରୱାଲ ମଧ୍ୟ ଅଛନ୍ତି।
ଏହି ୪ ଜଣ କହିଛନ୍ତି ଯେ ଟୁଇଟରରୁ ବରଖାସ୍ତ ହେବା ପରେ ସେମାନଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ ସମ୍ପୂର୍ଣ୍ଣ ରୂପେ ଦିଆଯାଇ ନାହିଁ। ଏହି ମାମଲା କାଲିଫର୍ଣ୍ଣିଆର ଫେଡେରାଲ କୋର୍ଟରେ ଦାଖଲ କରାଯାଇଛି। ପରାଗ ଅଗ୍ରୱାଲଙ୍କ ବ୍ୟତୀତ ମସ୍କଙ୍କ ବିରୋଧରେ ମାମଲା ଦାୟର କରିଥିବା ତିନିଜଣ ବ୍ୟକ୍ତି ହେଉଛନ୍ତି ଟୁଇଟରର ପୂର୍ବତନ ସିଏଫ ନେଡ ସେଗଲ, ପୂର୍ବତନ ମୁଖ୍ୟ ଆଇନ ଅଧିକାରୀ ବିଜୟ ଗଡେ ଏବଂ ଜେନେରାଲ କାଉନ୍ସିଲ ଶନ ଏଜେଟ।
The post ଫସିଗଲେ ମସ୍କ appeared first on Dharitri Odia News.