ଫସିଲେ ଡାକ୍ତର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୮।୧୧: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ। ବକେୟା ଦରମା କରାଇ ଦେବାକୁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଜଣେ ନସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ କହି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ନସିଂ ଅଫିସର ଭିଜିଲାନ୍ସ ବିଭାଗରେ […] The post ଫସିଲେ ଡାକ୍ତର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ appeared first on Dharitri Odia News.

ଫସିଲେ ଡାକ୍ତର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୮।୧୧: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ। ବକେୟା ଦରମା କରାଇ ଦେବାକୁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଜଣେ ନସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ କହି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ନସିଂ ଅଫିସର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସର ଏକ ୧୫ ଜଣିଆ ଟିମ୍‌ ଯୋଜନା ମୁତାବକ ହସ୍ପିଟାଲ ନିକଟରେ ଛକି ରହିଥିଲେ। ନର୍ସିଂ ଅଫିସର ଜଣକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା।

The post ଫସିଲେ ଡାକ୍ତର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ appeared first on Dharitri Odia News.