ଫାଇନାଲ ପୂର୍ବରୁ ବିକ୍କି ବିଦା
ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’। ୧୭ତମ ସିଜନରେ ଅନେକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏବେ ଆଉ ଜଣେ ହେଲେ ବିଦା। ସେ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଫିନାଲେ ସପ୍ତାହରେ ଘରେ ଥିବା ସମସ୍ତ ସଦସ୍ୟ ନୋମିନେଟ୍ ହୋଇଥିଲେ। ଏମିତିରେ ସୋମବାର ଅପରାହ୍ନ ଯାଏ ଭୋଟିଂ ଲାଇନ୍ସ ଖୋଲା ରହିଥିଲା। ତେବେ କମ୍ ଭୋଟ ମିଳିବା କାରଣରୁ ସେ ଶୋ’ରୁ ବାହାର ହୋଇଥିବା ସ୍ପଷ୍ଟ […] The post ଫାଇନାଲ ପୂର୍ବରୁ ବିକ୍କି ବିଦା appeared first on Dharitri Odia News.
ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’। ୧୭ତମ ସିଜନରେ ଅନେକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏବେ ଆଉ ଜଣେ ହେଲେ ବିଦା। ସେ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ।
ଫିନାଲେ ସପ୍ତାହରେ ଘରେ ଥିବା ସମସ୍ତ ସଦସ୍ୟ ନୋମିନେଟ୍ ହୋଇଥିଲେ। ଏମିତିରେ ସୋମବାର ଅପରାହ୍ନ ଯାଏ ଭୋଟିଂ ଲାଇନ୍ସ ଖୋଲା ରହିଥିଲା। ତେବେ କମ୍ ଭୋଟ ମିଳିବା କାରଣରୁ ସେ ଶୋ’ରୁ ବାହାର ହୋଇଥିବା ସ୍ପଷ୍ଟ ହୋଇଛି। ଗତ ସପ୍ତାହରେ ଆୟଶା ଖାନ୍ ଏବଂ ଇଶା ମାଳବୀୟ ବାହାର ହୋଇଥିଲେ।
ଆରମ୍ଭରୁ ବିକ୍କି ବିଚକ୍ଷଣ ସ୍ବଭାବକୁ ନେଇ ପରିଚିତ ଥିଲେ। ଏଣୁ ସେ ଫାଇନାଲକୁ ଯିବେ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନାହିଁ। ଶୋ’ରେ ଏବେ ଅଙ୍କିତା ଲୋଖଣ୍ଡେ, ଅଭିଷେକ କୁମାର, ମୁନାବ୍ବର ଫାରୁକି, ମନ୍ନାରା ଚୋପ୍ରା ଏବଂ ଅରୁଣ ଶ୍ରେଷ୍ଠ ୫ ପ୍ରତିଯୋଗୀ ଭାବେ ଅଛନ୍ତି। ଜାନୁଆରୀ ୨୮ରେ ଫାଇନାଲ ଟେଲିକାଷ୍ଟ ହେବ।
The post ଫାଇନାଲ ପୂର୍ବରୁ ବିକ୍କି ବିଦା appeared first on Dharitri Odia News.