ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି

ମିଆମି,୧୫ା୭: କୋପା ଆମେରିକା ୨୦୨୪ ଫାଇନାଲ ମ୍ୟାଚରେ ଆହତ ହେବା ପରେ ନିଜର କୋହକୁ ସମ୍ଭାଳି ପରି ନାହାନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ମିଆମିର ହାର୍ଡ ରକ୍ ଷ୍ଟାଡିୟମରେ କଲମ୍ବିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଚାଲିଥିବା ମ୍ୟାଚର ୬୪ ତମ ମିନିଟରେ ମେସି ଆହତ ହୋଇଥିଲେ। ମ୍ୟାଚର ମଧ୍ୟ ଭାଗ ପର୍ଯ୍ୟନ୍ତ କୌଣସି ଟିମ୍ ଗୋଲ୍ କରି ନଥିଲା ବେଳେ ଉଭୟ ଦଳ ଜୋରଦାର ଲଢେଇ କରୁଥିଲେ। ଏହି ମୁହୂର୍ତ୍ତରେ ମେସିଙ୍କୁ ଡାହାଣ ପାଦ ସାମାନ୍ୟ ମୋଡ଼ି […] The post ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି appeared first on Dharitri Odia News.

ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି

ମିଆମି,୧୫ା୭: କୋପା ଆମେରିକା ୨୦୨୪ ଫାଇନାଲ ମ୍ୟାଚରେ ଆହତ ହେବା ପରେ ନିଜର କୋହକୁ ସମ୍ଭାଳି ପରି ନାହାନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ମିଆମିର ହାର୍ଡ ରକ୍ ଷ୍ଟାଡିୟମରେ କଲମ୍ବିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଚାଲିଥିବା ମ୍ୟାଚର ୬୪ ତମ ମିନିଟରେ ମେସି ଆହତ ହୋଇଥିଲେ।

ମ୍ୟାଚର ମଧ୍ୟ ଭାଗ ପର୍ଯ୍ୟନ୍ତ କୌଣସି ଟିମ୍ ଗୋଲ୍ କରି ନଥିଲା ବେଳେ ଉଭୟ ଦଳ ଜୋରଦାର ଲଢେଇ କରୁଥିଲେ। ଏହି ମୁହୂର୍ତ୍ତରେ ମେସିଙ୍କୁ ଡାହାଣ ପାଦ ସାମାନ୍ୟ ମୋଡ଼ି ହୋଇଯାଇଥିଲା। ଫଳରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ ଫଳରେ ତାଙ୍କୁ ପଡ଼ିଆ ଛାଡିବାକୁ ବାଧ୍ୟ ହୋଇଥିଲେ।

ରାଗରେ ବୁଟକୁ ଫୋପାଡିବା ପୂର୍ବରୁ ମେସି ହାତରେ ଜୋତାକୁ ଧରି ପଡ଼ିଆରୁ ବାହାରିଥିଲେ ଏବଂ ନିୟମ ଅନୁଯାୟୀ ୨୬ ମିନିଟ୍ ପର୍ଯ୍ୟନ୍ତ ସେ ବେଞ୍ଚରେ ବସି ରହିଥିଲେ। ଏହି ସମୟରେ ମେସି ଭୋ ଭୋ ହୋଇ କାନ୍ଦିଥିଲେ।

The post ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି appeared first on Dharitri Odia News.