ଫାଟକରେ ଗଳି ଟ୍ରାକ୍‌ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍‌, ୨ ମୃତ

ଟ୍ରେନ୍‌ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍‌ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍‌ରେ ଆସିଥିଲେ। ଫାଟ୍‌କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍‌ ଅତିକ୍ରମ କରୁଥିଲେ।

ଫାଟକରେ ଗଳି ଟ୍ରାକ୍‌ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍‌, ୨ ମୃତ

ରେଳ ଫାଟକ ଅତିକ୍ରମ କରୁଥିବା ବେଳେ ମାଡ଼ିଗଲା ମାଲ୍‌ବାହୀ ଟ୍ରେନ୍‌। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଉରକେଲାରେ ଘଟିଛି।

ଟ୍ରେନ୍‌ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍‌ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍‌ରେ ଆସିଥିଲେ। ଫାଟ୍‌କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍‌ ଅତିକ୍ରମ କରୁଥିଲେ। ପ୍ରଥମ ବାଇକ୍‌ ଟ୍ରାକ୍‌ ଅତିକ୍ରମ କରି ଚାଲି ଯାଇଥିଲା।

ଶେଷ ଦୁଇ ବାଇକ୍‌ ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ମାଲ୍‌ବାହୀ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଜଣ ଝାରଖଣ୍ଡର ବୋଲି ଜଣାପଡ଼ିଛି। ରେଳବାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ