ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା,୨୭।୮: ଝାରସୁଗୁଡ଼ା ଜିଲା ସଦର ଥାନା ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି। ଏପରି କି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମ ନିକଟକୁ କେତେଜଣ ଯୁବକ ବାଇକ୍‌ରେ ଆସି ପହଞ୍ଚି ଥିଲେ। […] The post ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା appeared first on Dharitri Odia News.

ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା,୨୭।୮: ଝାରସୁଗୁଡ଼ା ଜିଲା ସଦର ଥାନା ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି। ଏପରି କି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମ ନିକଟକୁ କେତେଜଣ ଯୁବକ ବାଇକ୍‌ରେ ଆସି ପହଞ୍ଚି ଥିଲେ। ପରେ ସେମାନେ କୁକୁଡ଼ା ଫାର୍ମ ମାଲିକଙ୍କ ସହ କଥାବର୍ତ୍ତା କରିଥିଲେ। ସେତିକି ବେଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଜଣେ ଯୁବକ ଉତ୍‌କ୍ଷିପ୍ତ ହୋଇ ପୂର୍ବରୁ ଧରିଥିବା ବନ୍ଦୁକ ବାହାର କରି ଗୁଳି ଫୁଟାଇ ଥିଲେ। ଗୁଳି ଫାର୍ମ ମାଲିକଙ୍କ ଦେହରେ ବାଜି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏପରିକି ଅଭିଯୁକ୍ତମାନେ ମୃତଦେହ ନଦୀରେ ଫିଙ୍ଗି ଫେରାର ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା appeared first on Dharitri Odia News.